ଅପରାଧ

ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଲା ନୃସଂଶ ସ୍ୱାମୀ – Ibnodisha

[ad_1]

ବାଲିଗୁଡା : ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଲା ନୃସଂଶ ସ୍ୱାମୀ । ଦାରିଙ୍ଗିବାଡି ଥାନା ବି.ଡକେବାଡି ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରୋଇ କଳହରୁ ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଲା ସ୍ୱାମୀ । ସୂଚନା ଅନୁସାରେ, ବଡ଼ଧାଡ଼ି ଗ୍ରାମର ମିତୁ ପ୍ରଧାନ ୭ ବର୍ଷ ପୂର୍ବରୁ ସାନ୍ତନା ନାୟକଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ପୁତ୍ର ସନ୍ତାନ ଅଛି। ପୁଅକୁ ଏବେ ୭ବର୍ଷ ବୟସ ହୋଇଛି। ସାନ୍ତନା ନାୟକ ମଙ୍ଗଳବାର ଠାରୁ ନିଖୋଜ ଥିଲେ। ବୁଧବାର ଦିନ ପରିବାର ଲୋକ ଖୋଜାଖୋଜି କରିବା ପରେ ମଧ୍ୟ ସାନ୍ତନାଙ୍କର କୌଣସି ଖୋଜ୍‌ ଖବର ମିଳି ନଥିଲା। ପରିବାର ଲୋକ ଗୁରୁବାର ଦିନ ଗ୍ରାମ ନିକଟ ଅରିବାଲି ପାହାଡ଼ରେ ଖୋଜାଖୋଜି କରିବା ବେଳେ ମୃତ ଶରୀର ଦେଖିବାକୁ ପାଇଥିଲେ। ଏହାପରେ ଦାରିଙ୍ଗବାଡ଼ି ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମିତୁ ପ୍ରଧାନଙ୍କ ଘରେ ପହଞ୍ଚିଥିଲା। ତଦନ୍ତ କରିବା ବେଳେ ମିତୁ ନିଜ ସ୍ତ୍ରୀର ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରି ଅରିବାଲି ପାହାଡ଼ରେ ଫିଙ୍ଗି ଦେଇଥିବା ନେଇ ଅଭିଯୁକ୍ତ ମାନିଥିଲା। ମିତୁ ପ୍ରଧାନକୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ହତ୍ୟକାଣ୍ଡରେ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକଙ୍କ ହାତଥିବା ନେଇ ମୃତ ସାନ୍ତନାଙ୍କ ବାପା ଅଭିଯୋଗ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button