ରାଜନୀତି

୧୪ତମ ରାଷ୍ଟ୍ରୀୟ ଭୋଟର ଦିବସ ଅବସରରେ ଯୁବମୋର୍ଚ୍ଚା ତରଫରୁ ‘ନମୋ ନବ ମତଦାତା ସମ୍ମିଳନୀ – Ibnodisha

[ad_1]

*ଯୁବବର୍ଗଙ୍କ ପ୍ରଥମ ପସନ୍ଦ ମୋଦିଜୀ: ଅଭିଳାଷ ପଣ୍ଡା*

 ରାଜ୍ୟର ୨୫୦ଟି ସ୍ଥାନରେ ଅଢେଇ ଲକ୍ଷ ନୂତନ ଭୋଟରଙ୍କ ସମେତ ଦେଶବ୍ୟାପୀ ୫୦୦୦ଟି ସ୍ଥାନରେ ୫୦ ଲକ୍ଷ ନୂତନ ଭୋଟର ହେଲେ ସାମିଲ
 ‘ବିଶ୍ୱଗୁରୁ ଭାରତ’ ଗଠନରେ ଯୁବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ
 ନୂତନ ମତଦାତା ସମ୍ମିଳନୀ ‘ପ୍ରଥମ ଥର ଭୋଟର’ଙ୍କୁ ପ୍ରେରଣା ଯୋଗାଇବ

ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଭାରତବର୍ଷ ଦେଶ ତଥା ବିଦେଶରେ ଗୋଟିଏ ପରେ ଗୋଟିଏ ଯୁଗାନ୍ତକାରୀ ଉପଲବ୍ଧତା ହାସଲ କରିଚାଲିଛି । ଏଥି ସହ ମହିଳା, ଯୁବ, କୃଷକ ଓ ଗରୀବଙ୍କ କଲ୍ୟାଣ ଏବଂ ବିକାଶକୁ ପ୍ରାଧାନ୍ୟ ଦେଇ ଅନେକ ଯୋଜନାର ସଫଳ ରୂପାୟନ କରିଛନ୍ତି ମୋଦିଜୀ । ମୋଦି ଗ୍ୟାରେଂଟି ଆଜି ଆସ୍ଥାଭାଜନ ହୋଇଛି । ଭାରତବର୍ଷକୁ ବିଶ୍ୱଗୁରୁ ଭାବେ ଗଢି ତୋଳିବା ପାଇଁ ଏକ ଦକ୍ଷ ସରକାର ଆବଶ୍ୟକ, ଏଥି ପାଇଁ ମୋଦି ସରକାର ନିଷ୍ଠାର ସହ କାର୍ଯ୍ୟରତ । ‘ବିଶ୍ୱଗୁରୁ ଭାରତ’ ଗଠନରେ ଯୁବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।
୧୪ତମ ରାଷ୍ଟ୍ରୀୟ ଭୋଟର ଦିବସ ଅବସରରେ ଯୁବମୋର୍ଚ୍ଚା ତରଫରୁ ‘ନମୋ ନବ ମତଦାତା ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସମ୍ବୋଧିତ କରିଛନ୍ତି । ଗଣତନ୍ତ୍ରରେ ଭୋଟରଙ୍କ ସକ୍ରିୟ ଅଂଶଗ୍ରହଣକୁ ବଂଚାଇବା ପାଇଁ ନୂତନ ଭୋଟରଙ୍କୁ ନିୟୋଜିତ ଏବଂ ପଞ୍ଜିକରଣ କରିବାକୁ ଏହି ସମ୍ମିଳନୀରେ ଲକ୍ଷ୍ୟ ରଖାଯାଇଛି । ନୂତନ ଭୋଟରମାନଙ୍କୁ ଗଣତନ୍ତ୍ର, ସକ୍ରିୟ ନାଗରିକତ୍ୱ ଓ ଦାୟୀତ୍ୱ, ଦେଶ ଗଠନରେ ଯୁବକଙ୍କ ଭାଗିଦାରୀତା ଆଦି ସଂପର୍କରେ ଅବଗତ କରାଯିବ । ଏକ ଉଜ୍ଜ୍ୱଳ ଭାରତ ଗଠନ ସକାଶେ ‘ପ୍ରଥମ ଥର ଭୋଟର’ଙ୍କୁ ପ୍ରେରଣା ଯୋଗାଇବ, ଯାହାକି ଦେଶରେ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା କରାଇବାରେ ସହାୟକ ହେବ । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶବ୍ୟାପୀ ୫୦୦୦ଟି ସ୍ଥାନରେ ୫୦ ଲକ୍ଷ ନୂତନ ଭୋଟର ସାମିଲ ହୋଇଛନ୍ତି । ଓଡିଶାରେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ମୋଦିଜୀ ଏବଂ ମୋଦି ଗ୍ୟାରେଂଟି ଉପରେ ଆସ୍ଥା ପ୍ରକଟ କରି ଓଡିଶାରେ ଡବଲ୍ ଇଞ୍ଜିନ ସରକାର ଗଠନ କରାଇବାରେ ଯୁବବର୍ଗ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ରାଜ୍ୟର ୨୫୦ଟି ସ୍ଥାନରେ ଅନୁଷ୍ଠିତ ‘ନମୋ ନବ ମତଦାତା ସମ୍ମିଳନୀ’ରେ ପ୍ରାୟ ଅଢେଇ ଲକ୍ଷ ନୂତନ ଭୋଟର ସାମିଲ ହୋଇଥିଲେ । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ସମେତ ଯୁବମୋର୍ଚ୍ଚାର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତାଙ୍କ ସମେତ ଦଳୀୟ ସାଂସଦ, ବିଧାୟକ ଏବଂ ନେତୃବୃନ୍ଦ ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିଲେ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button