ରାଜ୍ୟ

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ : ୧ ମୃତ – Ibnodisha

[ad_1]

କାମଥିପୁରମ : ମୁମ୍ବାଇର କାମଥିପୁରମ ଅଂଚଳରେ କାଠ ବଜାରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ମୁମ୍ବାଇର କାମଥିପୁରମ ଅଂଚଳରେ ଆଜି ଭୋର ସମୟରେ କୌଣସି କାରଣରୁ ଏକ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ଏହାଫଳରେ ଏକାଧିକ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଏହିଭଳି ଭୟାନକ ଅଗ୍ନିକାଣ୍ଡ ଘଟିଥିଲା। ଯାହାଫଳରେ ଅନେକ ସାମଗ୍ରୀ ଜଳିଯାଇଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ପ୍ରାୟ ତିନି ଘଣ୍ଟା ପରେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇ ପାରି‌ନଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଜଣାଇଥିଲେ । ଏହା ପରେ ନିଆଁକୁ ଆୟତ୍ତ କରିବା ପାଇଁ ମୋଟ ୨୦ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା କାର୍ଯ୍ୟରେ ଲାଗିଥିଲେ । ଏବେ ପର୍ଯ୍ୟନ୍ତ ବି ଉଦ୍ଧାର କାର୍ଯ୍ୟ ଚାଲିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button