ଦେଶ

ଗାଜାରେ ନରସଂହାର ବନ୍ଦ କରିବା ନେଇ ଇସ୍ରାଏଲକୁ କୋର୍ଟଙ୍କ ନିର୍ଦ୍ଦେଶ – Ibnodisha

[ad_1]

ହମାସ : ଇସ୍ରାଏଲ- ହମାସ ଯୁଦ୍ଧ ଉଗ୍ରରୂପ ନେବାରେ ଲାଗିଥିବା ବେଳେ ଏହା ମଧ୍ୟରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ ( ଆଇସିଜେ)ରେ ପହଞ୍ଚିଛି ଏହି ମାମଲା । ନରସଂହାର ଚୁକ୍ତିର ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ଆଣି ଅନ୍ତର୍ଜାତୀୟ ନ୍ୟାୟାଳୟରେ ଆବେଦନ କରିଥିଲା ସାଉଥ ଆଫ୍ରିକା । ଏହି ମାମଲାରେ ଶୁଣାଣି କରି ଗାଜାରେ ନରସଂହାର ବନ୍ଦ କରିବା ତଥା ସେଠାରେ ମାନବିକ ସ୍ଥିତି ସୁଧାରିବାକୁ ପଦକ୍ଷେପ ନେବାକୁ ନିଜ ସେନା ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଆଇସିଜେ ଇସ୍ରାଏଲକୁ ଆଦେଶ ଦେଇଥିବା ବେଳେ ଏହାକୁ ଇସ୍ରାଏଲ ପରୋକ୍ଷରେ ପ୍ରତ୍ୟାଖ୍ୟାନ କରିଥିବା ଦେଖିବାକୁ ମିଳିଛି । ନିଜ ଦେଶର ସୁରକ୍ଷା ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ଯୁଦ୍ଧ ଘୋଷଣା କରିବା ପରେ ଗାଜାରେ କହର ଜାରି ରଖିଛି ଇସ୍ରାଏଲ । ଗାଜାରେ ଇସ୍ରାଏଲ ଜେନୋସାଇ଼ କନଭେସେନ (ଜେନୋସାଇଡ କନଭେସନ ଏକ ଅନ୍ତରାଷ୍ଟ୍ରୀୟ ଚୁକ୍ତି ଯାହା ନରସଂହାରକୁ ଅପରାଧ ଘୋଷଣା କରିବା ସହ ଏହାକୁ ସମସ୍ତ ଦେଶ ତଥା ସଂଗଠନରେ ନିଷେଧ କରିବାକୁ ଲାଗୁ କରିବାକୁ ବାଧ୍ୟ କରିଥାଏ) ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ଆଣି ଦକ୍ଷିଣ ଆଫ୍ରିକା ଏହି ମାମଲା ଅନ୍ତର୍ଜାତୀୟ କୋର୍ଟରେ ପହଞ୍ଚାଇଥିଲା । ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଗାଜା ଉପରେ କହର ଜାରି ରଖିଛି ବୋଲି କହିଥିଲା ଦକ୍ଷିଣ ଆଫ୍ରିକା । ଅନ୍ୟପଟେ ଅନ୍ତର୍ଜାତୀୟ ନ୍ୟାୟାଳୟ ଏହି ମାମଲାରେ ରାୟ ଶୁଣାଇଛନ୍ତି । ଯଦିଓ କୋର୍ଟ ଅସ୍ତ୍ରବିରତି କରିବା ପାଇଁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇନାହାନ୍ତି କିନ୍ତୁ ଗାଜାରେ ନରସଂହାର ବନ୍ଦ କରିବା ତଥା ସେଠାରେ ମାନବିକ ସ୍ଥିତି ସୁଧାରିବାକୁ ପଦକ୍ଷେପ ନେବାକୁ ଇସ୍ରାଏଲକୁ ଆଦେଶ ଦେଇଛନ୍ତି । ଅନ୍ୟପଟେ ଏହି ନରସଂହାର ଅଭିଯୋଗକୁ ଖାରଜ କରିବା ସହ ଏହି ଅଭିଯୋଗକୁ ରଦ୍ଦ କରିବା ପାଇଁ କୋର୍ଟକୁ ନିବେଦନ କରିଛି । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଇସ୍ରାଏଲ ପରୋକ୍ଷରେ ପ୍ରତ୍ୟାଖ୍ୟାନ କରିଥିବା ଦେଖିବାକୁ ମିଳିଛି ।

ଏହି ରାୟକୁ ଅପମାନଜନକ କହିବା ସହ କୋର୍ଟଙ୍କ ରାୟର କିଛି ସମୟ ପରେ ଏକ ଭିଡିଓ ବାର୍ତ୍ତା ଜାରି କରି ନିଜ ଦେଶର ସୁରକ୍ଷା ପାଇଁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଅନ୍ୟପଟେ କୋର୍ଟଙ୍କ ରାୟ ପରେ ପାଲେଷ୍ଟାଇନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏନେଇ ପ୍ରତିକ୍ରିୟା ରଖାଯାଇଛି । ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରାଳୟ କୋର୍ଟଙ୍କ ଏହି ରାୟକୁ ସ୍ୱାଗତଯୋଗ୍ୟ କହିଛି । ସେ ଆଉ ମଧ୍ୟ କହିଛି ଯେ, କୌଣସି ଦେଶ ଆଇନଠୁ ଊର୍ଦ୍ଧ୍ୱରେ ନାହାନ୍ତି ବୋଲି ଏହି ରାୟ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ । ହମାସ ମଧ୍ୟ କୋର୍ଟଙ୍କ ରାୟକୁ ନେଇ ପ୍ରତିକ୍ରିୟା ରଖିଛି । ଇସ୍ରାଏଲକୁ ଏକୁଟିଆ କରିବାକୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାୟ ବୋଲି କହିଛି ହମାସ । ସାଉଥ ଆଫ୍ରିକା ସରକାର କୋର୍ଟଙ୍କ ଏହି ରାୟକୁ ଅନ୍ତର୍ଜାତୀୟ ଆଇନର ନିର୍ଣ୍ଣାୟକ ବିଜୟ ବୋଲି କହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button