ରାଜ୍ୟ

ହାତରେ ଲେଖିଲେ ମସ୍ତିଷ୍କକୁ ମିଳେ ଫାଇଦା…. – Ibnodisha

[ad_1]

ଭୁବନେଶ୍ୱର: ଆଜିକାଲିର ଅନଲାଇନ୍ ଯୁଗରେ, ଲୋକେ ଟେକ୍ନୋଲୋଜିର ବ୍ୟବହାର ଅଧିକ କରୁଛନ୍ତି । କେବଳ ବିଦ୍ୟାଳୟରେ ଲେଖିବାର ଅଳ୍ପ ପ୍ରକ୍ରିୟା ରହିଥିବା ବେଳେ ଏଠାରେ ମଧ୍ୟ ଡିଜିଟାଲ ଯୁଗକୁ ଧ୍ୟାନ ଦିଆଯାଉଛି । ଫଳରେ ଲୋକେ କିଛି ଲେଖିବାକୁ ହେଲେ ହାତରେ ନ ଲେଖି ମୋବାଇଲ କିମ୍ବା କମ୍ପ୍ୟୁଟର, ଲାପଟପରେ କି-ବୋର୍ଡ ବ୍ୟବହାର କରି ଟାଇପ କରିବାକୁ ବେଶ ପସନ୍ଦ କରନ୍ତି । ଏହାରି ମଧ୍ୟରେ ମାନସିକ ସ୍ତରରେ କିପରି ଅଧିକ ସକ୍ରିୟ ରହିପାରିବେ ସେନେଇ ଏକ ଅଧ୍ୟୟନରେ ଖୁଲାସା ହୋଇଛି । ଏକ ଅଧ୍ୟୟନରେ ଜଣାପଡିଛି ଯେ, କି-ବୋର୍ଡରେ ଟାଇପ କରିବା ତୁଳନାରେ ହାତରେ ଲେଖିବା ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଭଲ । ଅଧ୍ୟୟନ ଅନୁଯାୟୀ, ଯଦି ଆପଣ ମାନସିକ ସ୍ତରରେ କିପରି ଅଧିକ ସକ୍ରିୟ ରହିବାକୁ ଚାହୁଁଛନ୍ତି ତେବେ କି-ବୋର୍ଡରେ ଟାଇପ୍ କରିବା ପରିବର୍ତ୍ତେ ହାତରେ ଲେଖିବା ଭଲ । ଏକ କି-ବୋର୍ଡ୍ ବ୍ୟବହାର କରିବାକୁ ଏଥିପାଇଁ ସୁପାରିସ କରାଯାଇଥାଏ କାରଣ ହାତ ଲେଖା ଅପେକ୍ଷା ଟାଇପ କରିବା ଶୀଘ୍ର ଅଟେ । କିନ୍ତୁ ହାତରେ ଲେଖିବା ଦ୍ୱାରା ଏହା ବନାନ ଠିକ କରିବା ସହ ଏହା ସ୍ମୃତି ସ୍ମରଣକୁ ଉନ୍ନତ କରିଥାଏ ।
ହାତରେ ଲେଖିବାର ଫାଇଦା:-
ନରୱେର ଅନୁସନ୍ଧାନକାରୀମାନେ ହାତରେ ଅକ୍ଷର ଗଠନ ପ୍ରକ୍ରିୟା ଦ୍ୱାରା ମସ୍ତିଷ୍କ ଅଧିକ ସକ୍ରିୟ ରହୁଛି କି ନାହିଁ ତାହା ଜାଣିବା ପାଇଁ ଉଭୟ ଲେଖାର ପ୍ରଣାଳୀରେ ଜଡିତ ଅନ୍ତର୍ନିହିତ ସ୍ନାୟୁ ନେଟୱର୍କ ଗୁଡ଼ିକୁ ଯାଞ୍ଚ କରିଥିଲେ । ନରୱେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭରସିଟିର ମସ୍ତିଷ୍କ ଅନୁସନ୍ଧାନକାରୀ ପ୍ରଫେସର ଆଡ୍ରେ ୱେନ୍ ଡେର୍ କହିଛନ୍ତି ଯେ ‘ଆମେ ଦେଖିଲୁ ଯେ ହାତରେ ଲେଖିବାବେଳେ ମାନସିକ ସ୍ତର ଯେତେକି ମାତ୍ରାରେ ସକ୍ରିୟ ରହିଥାଏ ତାହା କି-ବୋର୍ଡରେ ଟାଇପ୍ କରିବା ଅପେକ୍ଷା ଅଧିକ ଜଟିଳ ଅଟେ ।’ ମସ୍ତିଷ୍କ ଅନୁସନ୍ଧାନକାରୀ ପ୍ରଫେସର ଆହୁରି କହିଛନ୍ତି, ସ୍ମୃତି ଗଠନ ଏବଂ ନୂତନ ସୂଚନା ଏନକୋଡିଂ ପାଇଁ ଏହିପରି ବ୍ୟାପକ ମାନସ୍ତିକ ସ୍ତରରେ ସକ୍ରିୟ ରହିବା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ଏବଂ ଏହା ଶିକ୍ଷା ପାଇଁ ବି ଲାଭଦାୟକ ଅଟେ ।

The post ହାତରେ ଲେଖିଲେ ମସ୍ତିଷ୍କକୁ ମିଳେ ଫାଇଦା…. appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button