ରାଜ୍ୟ

ଆଜିବି ଦୂଷିତ କୂଅ ପାଣି ପିଉଛନ୍ତି ଲୋକେ – Ibnodisha

[ad_1]

ରାଉରକେଲା: ପାଇପ୍‌ ବିଛା ସରିଛି। ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ପିଇବାକୁ ଲୋକଙ୍କ ପାଖରେ ପାଇପ ପାଣି ପହଞ୍ଚୁନି। ବର୍ଷ ବର୍ଷ ଧରି ଦୂଷିତ କୂଅ ପାଣି ପିଉଛନ୍ତି ସହର ଉପକଣ୍ଠ ବସ୍ତିବାସିନ୍ଦା। ଗୋଟିଏ କି ଦୁଇଟି ବସ୍ତି ନୁହେଁ, କୂଅ ପାଣିରେ ଚାରି ବସ୍ତିବାସିନ୍ଦାଙ୍କ ଶୋଷ ମେଣ୍ଟୁଛି। ଅବଶ୍ୟ ବସ୍ତିରେ ନଳକୂପ ରହିଛି। ହେଲେ ଆବଶ୍ୟକ ପାଣି ମିଳୁ ନଥିବାରୁ ପ୍ରତ୍ୟେକ ବସ୍ତିରେ କୂଅ ହିଁ ସେମାନଙ୍କ ପାଇଁ ସାହା ଭରସା ପାଲଟିଛି। ଏଭଳି ସଙ୍ଗିନ ସ୍ଥିତି ସୁନ୍ଦରଗଡ଼ ଜିଲ୍ଲାର କୌଣସି ଉପାନ୍ତ ବ୍ଲକ ନୁହେଁ, ବରଂ ସହରଠାରୁ ମାତ୍ର ୮/୧୦ କି. ମି ଦୂର ଚାରିଟି ବସ୍ତିରେ ଦେଖିବାକୁ ମିଳିଛି। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ବେଳେ ବିସ୍ଥାପିତ ପରିବାର ରହୁଥିବା ରେଙ୍ଗାଡ଼ି, ବିଜୁବନ୍ଧ, କାଣ୍ଟେ ଓ ଝାରମୁଣ୍ଡା ବସ୍ତିର ପ୍ରାୟ ୧୧୦୦ରୁ ଅଧିକ ଲୋକ ଆଜିକୁ ୭୦ ବର୍ଷ ଧରି ଏଭଳି ସମସ୍ୟା ଭୋଗୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button