ରାଜ୍ୟ

୩୦ ବର୍ଷ ତଳର ଦେଶିଆ ଗୀତରେ ଝୁମୁଛି ଓଡ଼ିଶା, ‘ଛି, ଛି, ଛିରେ ନନୀ ଛି’ ଗୀତରେ ସୁନ୍ଦରଗଡ଼ର ଝିଅ

ସୁନ୍ଦରଗଡ଼: ‘ଧନ୍କେ ଦେଖ୍ଲୁ ତୁଇ ନନୀ ସିନା, ମନ୍କେ ଚିନ୍ଲୁ ନାଇଁ। ସୁନା କେ ଚିନ୍ଲୁ ବାନା କେ ଚିନ୍ଲୁ, ମୁନୁଷ୍ ଚିନ୍ଲୁ ନାଇଁ। ଧନ୍ ନାଇଁ ବଲି ମୋର୍ ପାଖେ ନନୀ ତାର୍ ପାଖେ ଉଠିଗଲୁ। ଗୋଟେ ଦିନ୍ ମିଶା ଜଗି ନାଇଁ ପାର୍ଲୁ, କେଡ଼େ କାତା କରିଦେଲୁ। ମୁଇଁ ଗାଁ ଯାଇ କରି ଆସ୍ଲା ବେଲେ କେନ୍ତା ପାଶ୍ରିଦେଲୁ। ଛି, ଛି, ଛିରେ ନନୀ ଛିରେ ଛି, ଛି’। ୩୦ ବର୍ଷ ତଳର କୋରାପୁଟିଆ ଦେଶିଆ ଗୀତ। କୋରାପୁଟର ସତ୍ୟାନନ୍ଦ ଅଧିକାରୀଙ୍କ ରଚନା, ସଂଗୀତ ଓ କଣ୍ଠଦାନରେ ସଂଗୀତ ବଜାରକୁ ୧୯୯୫ରେ ଆସିଥିବା ପ୍ରେମ ଓ ବିରହର ଏହି ଗୀତ ସେତେବେଳେ ବିଶେଷ ଚର୍ଚ୍ଚାରେ ନଥିଲା। ଏବେ ୩୦ ବର୍ଷ ପରେ ଗୀତରେ ଓଡ଼ିଶା ଝୁମୁଛି। ଫେସବୁକ୍, ଇନଷ୍ଟା ଭଳି ସାମାଜିକ ଗଣମାଧ୍ୟମରେ ଏ ଗୀତ ବେଶ ଭାଇରାଲ୍ ହୋଇଛି। ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ଏ ଗୀତର ଧୂନ୍ ଲୋକପ୍ରିୟ ହୋଇଉଠିଛି। ଏହା ସହ ୨୦୦୪ରେ ‘ବାଲିଫୁଲ’ ନାମରେ ପ୍ରସ୍ତୁତ ଆଲବମ୍ ମଧ୍ୟ ଚର୍ଚ୍ଚାକୁ ଆସିଛି।

ଆଉ ଚର୍ଚ୍ଚାକୁ ଆସିଛନ୍ତି ଏହି ଆଲବମର ନାୟିକା ଶୈଳଜା ପଟେଲ। ଶୈଳଜା ସୁନ୍ଦରଗଡ଼ର ଝିଅ। ସୁନ୍ଦରଗଡ଼ ବ୍ଲକ୍ ସାଲେପାଲି ଦେଉରାପଡ଼ା ଗାଁରେ ଘର। ବଣାଇଗଡ଼ରେ ଯୁକ୍ତ ଦୁଇରେ ପଢ଼ିଲା ବେଳେ ସେ ୨୧ ବର୍ଷ ବୟସରେ ସମ୍ବଲପୁର ଯାଇ ଏହି ଗୀତରେ ଅଭିନୟ କରିଥିଲେ। ମାନଭଂଜନ ନାଏକଙ୍କ ନିର୍ଦେଶନାରେ ବିଭୂତିଭୂଷଣ ବିଶ୍ବାଳ ଥିଲେ ନାୟକ। ହେଲେ ଆଲବମଟି ସେତେବେଳେ ଆଶାନୁରୂପ ଚର୍ଚ୍ଚା ସାଉଁଟି ପାରି ନଥିଲା। ୨୦ ବର୍ଷ ତଳର ଅଭିନୟକୁ ଏକ ପ୍ରକାର ଭୁଲି ଯାଇଥିଲେ ଶୈଳଜା। ଏବେ ହଠାତ ଗୀତ ଓ ଆଲବମ୍ ବିସ୍ମୟକର ଭାବେ ସଂଗୀତ ବଜାରରେ ଚହଳ ପକାଇଥିବାବେଳେ ଶୈଳଜା ବେଶ୍ ଖୁସି। ଏତେ ବର୍ଷ ପରେ ଅଭିନୟ ପାଇଁ ତାଙ୍କ ପାଖକୁ ଜଣାଅଜଣା ଦର୍ଶକଙ୍କଠାରୁ ପ୍ରଶଂସାପୂର୍ଣ୍ଣ କଲ୍ ଆସିବା ତାଙ୍କୁ ଆତ୍ମହରା କରିଥିବା କହିଛନ୍ତି ସେ। କଳାକାର ପରିବାରରୁ ଆସିଥିବା ଶୈଳଜାଙ୍କ ଅଜା ମଦନମୋହନ ନାଏକ ଶାସ୍ତ୍ରୀୟ ସଂଗୀତ ଗାନ କରୁଥିଲେ। ବାପା ଉପେନ୍ଦ୍ର ପଟେଲଙ୍କ ତବଲା ବାଦନ ସଉକ ଥିଲା। ମାଉସୀ ଆଶା ନାଏକ ମଧ୍ୟ ଭଲ ଗୀତ ଗାଉଥିଲେ। ଶୈଳଜା ପିଲାଦିନୁ ନୃତ୍ୟ ସଂଗୀତ ପ୍ରତି ଆକୃଷ୍ଟ ଥିଲେ। ତାକୁ ଦେଖି ବାପା ଚାହୁଥିଲେ ଶାଲୁ ମଧ୍ୟ କଳାଜଗତରେ ପ୍ରବେଶ କରୁ। ବଣାଇଗଡ଼ ବାଳିକା ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କଲା ବେଳେ ସେ ଡ୍ରାମାରେ ଅଭିନୟ କରୁଥିଲେ। ୧୯୯୯ରେ ସେ ଅଭିନୟ ବା ଆଲବମ୍ ଓ ଓଡ଼ିଆ ଧାରାବାହିକ ଜଗତକୁ ପ୍ରବେଶ କରିଥିଲେ। ୩୦ରୁ ଅଧିକ ଆଲବମରେ ସେ ଅଭିନୟ କରିଥିବା ପ୍ରକାଶ କରିଛନ୍ତି।

ଏମଏ ଏଲଏଲବି କରିଥିବା ଶୈଳଜା ବହୁ ବର୍ଷ ହେଲା ଅଲବମ୍ ଜଗତରୁ ଓହରି ଆସି ସୁନ୍ଦରଗଡ଼ ଆଦର୍ଶନଗରରେ ଓକିଲ ସ୍ବାମୀ ସୁନିଲ ପଟେଲ ଓ ଦୁଇ ପୁଅଝିଅଙ୍କ ସହ ରହୁଥିବା ବେଳେ ଏବେ ୱେଟଲେସ୍ ସଂସ୍ଥା ପରିଚାଳନା କରୁଛନ୍ତି। ହେଲେ ୪୨ ବର୍ଷ ବୟସରେ ବି ତାଙ୍କ ଭିତରେ ୨୧ ବର୍ଷ ତଳର କଳାପ୍ରାଣ ସେମିତି ସତେଜ ରହିଛି। ଏବେ ବି ସୁଯୋଗ ମିଳିଲେ ଅଭିନୟ କରିବେ ବୋଲି କହନ୍ତି ଶୈଳଜା।

Related Articles

Leave a Reply

Your email address will not be published. Required fields are marked *

Back to top button