ଦେଶ

ମୁଁ ଭାବୁ ନାହିଁ ଯେ ରାମ କିମ୍ବା ଅନ୍ୟ ଦେବତାମାନଙ୍କ ଉପରେ ଭାଜପାର କପିରାଇଟ୍ ଅଛି: ଶଶି ଥରୁର – Ibnodisha

[ad_1]

ନୂଆଦିଲ୍ଲୀ:ବଡ଼ ଧୂମଧାମରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା। ଦେଶର ବଡ଼ ବଡ଼ ତାରକା ତଥା ଅନେକ ଲୋକ ଏଥିରେ ଯୋଗଦାନ କଲେ। କିନ୍ତୁ ଏହି ଉତ୍ସବରେ ସାମିଲ୍ ହୋଇନଥିଲା କଂଗ୍ରେସ ଦଳ। ଯାହାକୁ ନେଇ ଏହାର କାରଣ କଣ ଥିଲା ଏବେ ସେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଶଶି ଥରୁର। କଂଗ୍ରେସ ନେତା ଶଶି ଥରୁର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଦଳର ବରିଷ୍ଠ ନେତୃତ୍ୱଙ୍କ ଅଂଶଗ୍ରହଣ ନକରିବା ଉପରେ ମନ୍ତବ୍ୟ ଦେଇଛନ୍ତି।

ଥରୁର କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ଏହାର ଅର୍ଥ ନୁହେଁ ଯେ ସେ ପ୍ରଭୁ ରାମଙ୍କୁ ଭାଜପା ପାଇଁ ଛାଡିଛନ୍ତି। ପିଲାଟି ଦିନରୁ ସେ ପ୍ରଭୁ ରାମଚନ୍ଦ୍ରଙ୍କୁ ପୂଜା କରି ଆସୁଛନ୍ତି। ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରିଆସୁଛନ୍ତି। କିନ୍ତୁ ସେ ତାଙ୍କ ରାମଙ୍କୁ ଭାଜପାକୁ ଉତ୍ସର୍ଗ କରିବେ ନାହିଁ ବୋଲି ମତ ବାଢ଼ିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭାବୁ ନାହିଁ ଯେ ରାମ କିମ୍ବା ଅନ୍ୟ ଦେବତାମାନଙ୍କ ଉପରେ ଭାଜପାର କପିରାଇଟ୍ ଅଛି।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button