IBN ଓଡ଼ିଶା ବ୍ୟୁରୋ

ଖରାପ ପରିସ୍ଥିତିକୁ ଦୂର କରିବା ପାଇଁ ଏହି ୫ ଗୋଟି ଉପାୟ କରନ୍ତୁ : ନିଶ୍ଚିତ ଭାବରେ ସୁଫଳ ପାଇବେ

ଗ୍ରହ ଓ ନକ୍ଷତ୍ରର ଚଳନ ଯୋଗୁଁ ଏହାର ଶୁଭ ଏବଂ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ମଣିଷକୁ ଜୀବନରେ ଅନେକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ଜୀବନରେ କେବେ ଦୁଃଖ ଆସିଥାଏ ତ ଆଉ କେବେ ସୁଖ ପ୍ରାପ୍ତି ହୋଇଥାଏ। ଆସନ୍ତୁ କିଛି ଉପାୟ ବିଷୟରେ ଜାଣିବା, ଯାହାକୁ ପ୍ରୟୋଗ କରି ଆପଣ ଜୀବନରେ ସବୁ ପରିସ୍ଥିତିକୁ ସାମ୍ନା କରି ପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ନଡ଼ିଆର ଉପାୟ –

ଗୋଟେ ନଡ଼ିଆ ନିଅନ୍ତୁ ଏବଂ ଏହାକୁ ନିଜ ମୁଣ୍ଡରେ ୨୧ ଥର ବାଡାନ୍ତୁ। ତାପରେ ଏହାକୁ କୌଣସି ମନ୍ଦିରର ଯଜ୍ଞ କୁଣ୍ଡରେ ପକାଇ ଦିଅନ୍ତୁ। ଏହି ଉପାୟକୁ ଆପଣ ମଙ୍ଗଳବାର ଏବଂ ଶନିବାର ଦିନ କରନ୍ତୁ। ଦେଖିବେ ଆସୁଥିବା ସଙ୍କଟ ଦୂର ହୋଇଯିବ।

ଯଦି କୌଣସି ଶବକୁ ଶ୍ମଶାନକୁ ନେଇ ଫେରିବା ସମୟରେ କିଛି କଏନ ସେଠାରେ ଫିଙ୍ଗି ଦିଅନ୍ତୁ। ଏଭଳି କରିବା ପରେ ପଛକୁ ଫେରି ଦେଖନ୍ତୁ ନାହିଁ। ଏଭଳି କରିବା ଦ୍ଵାରା ଆପଣଙ୍କର ସବୁ ଖରାପ ପରିସ୍ଥିତି ଦୂର ହୋଇଯିବ।

ଜଳ ଜୀବଙ୍କୁ ଭୋଜନ ଦେବା –

ଅଟାର ଛୋଟ ଛୋଟ ଗୋଲି କରି ପୋଖରୀ ବା ନଦୀର ଜଳରେ ଥିବା ମାଛ ବା କଇଁଛ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇ ଯିବ।

ହନୁମାନ ଚାଳିଶା ପାଠ କରନ୍ତୁ –

ପ୍ରତ୍ୟେକଦିନ ସକାଳ ଏବଂ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରନ୍ତୁ। ଏହାସହିତ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ମନ୍ଦିରରେ ଦୀପ ପ୍ରଜ୍ବଳନ କରି ଫଳମୂଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସବୁ ସଙ୍କଟ ଦୂର ହୋଇଯିବ।

ତୁଳସୀ ଗଛରେ ଜଳ ଅର୍ପଣ –

ତମ୍ବା କୁମ୍ଭରେ ଜଳ ନେଇ ସେଥିରେ ଅଳ୍ପ ଗଙ୍ଗାଜଳ ଏବଂ ଲାଲ ସିନ୍ଦୁର ମିଶାଇ ଦିଅନ୍ତୁ। ଏହାକୁ ପ୍ରତ୍ୟେକଦିନ ସକାଳୁ ଉଠି ତୁଳସୀ ଗଛରେ ଅର୍ପଣ କରନ୍ତି। ଦେଖିବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ଆପଣ ସବୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button