IBN ଓଡ଼ିଶା ବ୍ୟୁରୋରାଜନୀତି

ବିଜେଡି ରେ କାର୍ଯ୍ୟ କରୁନି ବିଜୁ ବାବୁଙ୍କ ନୀତି ଆଦର୍ଶ ;ଟିକେଟ ନମିଳିଲେ ସ୍ୱାଧୀନରେ ନିର୍ବାଚନ ଲଢ଼ିବେ ନବୀନ ଅନୁଗତ ସତୀଶ

ଯାଜପୁର:IBN ଓଡିଶା(ବ୍ୟୁରୋ)ସମ୍ପାଦକୀୟ:ଆମ ଦଳ ବିଜୁ ଜନତା ଦଳ।ଆମ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆମ ନେତା କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି।ଦୁର୍ନୀତି ଏବଂ ଭ୍ରଷ୍ଟାଚାରୀ ନେତା ବିଜୁ ଆଦର୍ଶ ବିରୋଧୀ।ସେବା କର, ସରଳ ହୁଅ ଏବଂ ଉଚ୍ଚ ଚିନ୍ତା କର।ସେବା ପାଖରେ କ୍ଷମତା,ପ୍ରତିପତି ଏବଂ ସଂମ୍ମାନ ମୁଲ୍ୟହୀନ।ଏସବୁ ଥିଲା ନବୀନ ପଟ୍ଟନାୟକ ଙ୍କ ମୂଳ ମନ୍ତ୍ର।କିନ୍ତୁ ୨୦ବର୍ଷ ତଳର ନବୀନ ଆଉ ଏବେର ନବୀନ ଭିତରେ ଆକାଶ ପାତାଳ ଫରକ ।ଦଳରେ ଆଉ ନବୀନ ବାବୁଙ୍କ ନୀତି ଆଦର୍ଶ କାର୍ଯ୍ୟକାରୀ ହେଉ ନାହିଁ।ବିଜୁ ବ୍ରାଣ୍ଡରେ କ୍ଷମତା କୁ ଆସି ଜୀବନ ଯାକ ବିଜୁ ଆଦର୍ଶ ବିରୋଧରେ କାର୍ଯ୍ୟ କରୁଥିବା ଧର୍ମଶାଳାର କ୍ଷମତା ସୀନ ନେତାଙ୍କୁ ବିଜେଡି ବରଦାସ୍ତ କରିବା ଦୁର୍ଭାଗ୍ୟ ଜନକ।କେତେକେ ବୋଲକରା ଙ୍କୁ ନେଇ ଧର୍ମଶାଳା ରାଜନୀତିର ବ୍ୟବସାୟୀ କରଣ କରାଯାଉଛି।ଯେଉଁଥିପାଇଁ ଏବେ ନବୀନ ବାବୁଙ୍କୁ ଲୋକେ ସନ୍ଦେହ ଚକ୍ଷୁ ରେ ଦେଖିବାକୁ ଆରମ୍ଭ କଲେଣି।ଏ ଥିଲା ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜୁ ଲିଗାସୀ ଯୁବନେତା ସତୀଶ ବିଶ୍ୱାଳ ଙ୍କ ଅନ୍ତ୍ରରର ବେଦନା।

ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ଉସ୍ମତା ପରିଲକ୍ଷିତ ହେଲାଣି। ଶାସକ ବିଜୁ ଜନତା ଦଳର ସ୍ଥିତି ଓ ସଂପତ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଏବଂ ଜନପ୍ରିୟତା କୁ ଆଧାର କରି ଏଠି ଦିର୍ଘଦିନ ହେବ ବିଜେଡି ତା’ର ଜୟଯାତ୍ରା ଅବ୍ୟାହତ ରଖିଛି ।ପ୍ରତିଥର ଭଳି ଚଳିତ ସାଧାରଣ ନିର୍ବାଚନରେ ବିଜେଡ଼ିରୁ ଟିକେଟ ପାଇବା ପାଇଁ ବିଧାୟକ ପ୍ରଣବ ବଳବନ୍ତ ରାୟ ନିଜର ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଜନପ୍ରିୟତା କୁ ଆଧାର କରି ସର୍ବାଗ୍ରେ ରହିଥିବା ବେଳେ ବିଜେଡ଼ି ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଜୁ ଯୁବ ଜନତାଦଳର ରାଜ୍ୟ ସାଧାରଣ ସମ୍ପାଦକ, ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ସତୀଶ ବିଶ୍ବାଳ ଟିକେଟ ଦୌଡ଼ ରେ କିଛି କମ୍ ନାହାଁନ୍ତି। ହେଲେ ସତୀଶ ଙ୍କର ସମସ୍ତ ପ୍ରକାର ଦକ୍ଷତା ଅଭିଜ୍ଞତା ଥିଲେ ବି କିଏ ବାଧକ ସାଜୁଛି ନା ନବୀନଙ୍କ ସ୍ୱଚ୍ଛ ନୀତି ଆଦର୍ଶ ଆଉ ଦଳରେ କାର୍ଯ୍ୟ କାରୀ ହେଉ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି।

ସତୀଶ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ପ୍ରତିଶୃତି କୁ କାର୍ଯ୍ୟକାରୀ କରିବାକୁ ଧର୍ମଶାଳା ରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ,ପାହାଡ ପର୍ବତ ହରିଲୁଟ,ଏବଂ ବିଭିନ୍ନ ପ୍ରକାର ଦୁଷ୍ଟାନ୍ତ ମୂଳକ ଭୂମିକା ଗ୍ରହଣ କରିଛନ୍ତି।ଗରିବ ଲୋକଙ୍କ କାର୍ଯ୍ୟ କରି ସତୀଶ ୧୮ଟି ରାଜ୍ୟ ସ୍ତରୀୟ ସଂମ୍ମାନ ପାଇଛନ୍ତି।ଏପରିକି ସତୀଶ ହେଉଛନ୍ତି ରାଜ୍ୟର ଜଣେ ଜଣାଶୁଣା ସମାଜସେବୀ।ଏକଥା ଆମେ କହୁନୁ ବରଂ ଯାହାର ମୁଖ୍ୟ ସାକ୍ଷୀ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ।ସତୀଶ ସର୍ବଦା ରାଜ୍ୟରେ ଥିବା ଅସହାୟ,ଦୁଃଖୀ ମଣିଷ ଙ୍କ ସ୍ୱର ହୋଇ କାର୍ଯ୍ୟ କରିଛନ୍ତି। ସତୀଶ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଦପ୍ତର ରୁ ନିର୍ଦ୍ଦେଶ ଯିବାପରେ ଦୁଃଖରେ ଥିବା ଲୋକେ ଉପକୃତ ହୋଇଛନ୍ତି।

ସତୀଶ ବିଜେଡି ଦଳରେ ଥାଇ ବି ଦଳରେ ଥିବା ଦୁର୍ନୀତି ଖୋର ଏବଂ ଭଷ୍ଟାଚାରୀ ନେତାଙ୍କ ବିରୁଦ୍ଧରେ ଲଗାତାର ଅଭିଯୋଗ କରିଛନ୍ତି।ଏପରିକି ସେ ୨୦୦୯,୨୦୧୪,୨୦୧୯ ମସିହାରେ ତିନି ତିନି ଥର ଟିକେଟ ଲବି ରେ ଥିବା ବେଳେ ତାଙ୍କୁ ଦଳ ତରଫରୁ ଟିକେଟ ପ୍ରଦାନ କରାନଗଲେ ବି ସେ ଅନ୍ୟ ଦଳକୁ ଡେଇଁ ନାହଁନ୍ତି କି କାହା ସହ ସାଲିଶ ବି କରି ନାହାଁନ୍ତି ।
ଏଥର କିନ୍ତୁ ୨୦୨୪ ନିର୍ବାଚନ କୁ ଆଖି ଆଗରେ ରଖି ସତୀଶ ବିଜୁ ଜନତା ଦଳରୁ ଟିକେଟ ଆଶାୟୀ ଥିବା ବେଳେ ସେ ନିଜର ସାଙ୍ଗଠନିକ ଦକ୍ଷତା ଏବଂ ଗରିବ ଲୋକମାନଙ୍କ ଆଶିର୍ବାଦ କୁ ଆଧାର କରି ଧର୍ମଶାଳା ନିର୍ବାଚନମଣ୍ଡଳୀର ୫୪ ପଞ୍ଚାୟତ ରେ ପ୍ରତି ଘରକୁ ଚାଲ ଅଭିଯାନ ମାଧ୍ୟମରେ ଲୋକ ସଂପର୍କ ଜାରି ରଖିବା ସହ ଧର୍ମଶାଳାର ଅନେକ ପ୍ରସଙ୍ଗରେ ରାଜ୍ୟ ନେତୃତ୍ୱ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ବିଜେଡି ପାଇଁ ସାଧାରଣରେ ଗ୍ରହଣୀୟତା ଥିବା ସତୀଶ ଙ୍କ ପରି ବ୍ୟକ୍ତିଙ୍କ ଯଥେଷ୍ଟ ଆବଶ୍ୟକତା ରହିଛି।ଦୀର୍ଘ ୨୦ବର୍ଷ ହେବ ଦଳରେ କୋଣ ଠେସା ହୋଇ ରହିଥିଲେ ବି ନବୀନ ଙ୍କ ପ୍ରତି ଥିବା ଆନୁଗତ୍ୟ ପାଇଁ ଦଳରେ ରହି ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି ସତୀଶ।ଏଥର ସତୀଶ ଙ୍କୁ ଦଳ ତରଫରୁ ଟିକେଟ ପ୍ରଦାନ କରାନଗଲେ ସ୍ୱାଧୀନ ରେ ନିର୍ବାଚନ ଲଢ଼ିବେ ବୋଲି ସେ ଘୋଷଣା କରିଛନ୍ତି।ନବୀନ ଅନୁଗତ ସତୀଶ ଙ୍କୁ ଦଳରେ ବେଶି ଦିନ ଅଣଦେଖା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ଅନେକ ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button