ବିଜେପି ନେତା ସର୍ବେଶ୍ୱର ଙ୍କ ବଳିଦାନ ବ୍ୟର୍ଥ ଯିବନି:ସରକାର ଙ୍କ ଏତେ ଆକ୍ରୋଶ ପରେ ବି ଲଢ଼େଇରୁ ଓହରି ନାହଁନ୍ତି

ଯାଜପୁର:IBN ଓଡିଶା(ବ୍ୟୁରୋ)ସମ୍ପାଦକୀୟ:ସରକାର କହୁଛନ୍ତି ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲି ପ୍ରତିବାଦ କର ! ଦୁର୍ନୀତି କୁ ପ୍ରଶୟ ଦିଅ ନାହିଁ! ରାଜ୍ୟରେ ବ୍ଲକ ଠାରୁ ଆରମ୍ଭ କରି ଥାନା,ତହସିଲ,ମେଡ଼ିକାଲ ପର୍ଯ୍ୟନ୍ତ ସବୁ ଦିଗରେ ସ୍ଵଛତା ଆଣିବା ପାଇଁ ସରକାର ଫାଇଭ ଟିର କଥା କହୁଥିବା ବେଳେ ଏପଟେ କିନ୍ତୁ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ସାମ୍ବାଦିକ,ସମାଜସେବୀ ଏବଂ ସୂଚନା ଅଧକାରୀ କର୍ମୀ ଙ୍କ ଉପରେ ଆକ୍ରୋଶ ଏବେ ଚରମ ସୀମାରେ ପହଞ୍ଚିଛି।ଆଉ ଯାହାର ସଦ୍ୟ ଉଦାହରଣ କହିବାକୁ ଗଲେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜଣାଶୁଣା ସୂଚନା ଅଧିକାର କର୍ମୀ ଶ୍ରୀଯୁକ୍ତ ସର୍ବେଶ୍ୱର ବେହୁରା।ରାଜ୍ୟ ରାଜନୀତିର ଜଣେ ଅନ୍ୟତମ ଚର୍ଚ୍ଚିତ ଚେହେରା ସର୍ବେଶ୍ୱର।ସେ ଦୁର୍ନୀତିଗ୍ରସ୍ତ ଅଧକାରୀ ହୁଅନ୍ତୁ ଅବା ଭ୍ରଷ୍ଟାଚାରୀ ରାଜନେତା ହୁଅନ୍ତୁ ସମସ୍ତଙ୍କର ଦୁର୍ନୀତି କୁ ପର୍ଦ୍ଦାଫାସ କରି କାଠ ଗଡା କୁ ଛିଡା କରିବାରେ ରାଜ୍ୟରେ ସର୍ବେଶ୍ୱର ନମ୍ବର ୱାନ୍।ବ୍ଲକ ଠାରୁ ତହସିଲ ଏବଂ ଥାନା ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ହକ ପାଇଁ ନିଜର ଆପ୍ରାଣ ଉଦ୍ୟମ ଲଗାଇ ଜିଲ୍ଲା ନୁହେଁ ବରଂ ରାଜ୍ୟରେ ଲୋକପ୍ରିୟତା ହାସଲ କରିଛନ୍ତି ସର୍ବେଶ୍ୱର।
ସର୍ବେଶ୍ୱର କେବଳ ସୂଚନା ଅଧକାର କର୍ମୀ ନୁହଁନ୍ତି ସେ ଏକାଧାରାରେ ରାଜ୍ୟ ବିଜେପିର ଜଣେ ଜଣାଶୁଣା ଟାଣୁଆ ଚେହେରା ତଥା ଧର୍ମଶାଳାର ବିଜେପି ନେତା।ସାଙ୍ଗଠନିକ ଦକ୍ଷତା ଏବଂ ଲୋକପ୍ରିୟତା ରେ ସେ ସର୍ବଦା ଆଗରେ।ବିଜେପି ଏକ ଶୃଙ୍ଖଳିତ ଏବଂ କାର୍ଯ୍ୟକର୍ତା ଙ୍କ ଦଳ ବୋଲି କହି ଆସୁଥିବା ବେଳେ ପ୍ରକୃତ ପରୀକ୍ଷା ଏବେ ଉପନୀତ ହୋଇଛି ଧର୍ମଶାଳାରେ।ସର୍ବେଶ୍ୱର ହେଉଛନ୍ତି ଦୀର୍ଘ ୨୭ବର୍ଷର ବିଜେପି ଦଳର ଜଣେ ପୁରୁଣା ସୈନିକ।ଦୀର୍ଘ ୨୭ ବର୍ଷ ଧରି ଦଳରେ ସେ କାର୍ଯ୍ୟ କରି ବିଭିନ୍ନ ଦୁର୍ନୀତି କୁ ଲୋକଲୋଚନ କୁ ଆଣିବା ସହ ଏପରିକି ସାରା ରାଜ୍ୟରେ ଚର୍ଚ୍ଚା ରେ ଥିବା ଅନେକ ଜିଲ୍ଲାପାଳ ୪୦ରୁ ଉର୍ଦ୍ଧ୍ବ ତହସିଲଦାର,ଉପ ଜିଲ୍ଲାପାଳ, ଆରଆଇ,ବିଡ଼ିଓ,ଜେଇ, ପିଇଓ,ଏସ୍ଡ଼ିଓ, ସିଡିପିଇଓ,ସରପଞ୍ଚ,ଏବଂ ଥାନା ଅଧିକାରୀ ଙ୍କ ବିଭିନ୍ନ ପ୍ରକାର ଦୁର୍ନୀତି କୁ ଲୋକଲୋଚନ କୁ ଆଣି ବିଭିନ୍ନ ପ୍ରକାର ଦଫା ରେ ମାମଲା ରୁଜ୍ଜୁ କରିବା ସହ ଚର୍ଚ୍ଚା ରେ ଥିବା ସର୍ବେଶ୍ୱର ବେହୁରା ସରକାରଙ୍କ ର ଆକ୍ରୋଶର ଶିକାର ହୋଇଛନ୍ତି।ଏପରିକି ତାଙ୍କୁ ବୋମାମାଡ଼ ହୋଇଛି ଏବଂ ଜେଲ ଯିବାକୁ ପଡିଛି ତତ ସହିତ ତାଙ୍କ ନାମରେ ୨୨୮କୋଟି ଜରିମାନା ବି ହୋଇଛି।
ଯାଜପୁର ର ଅନେକ ତତ୍କାଳୀନ ଜିଲ୍ଲାପାଳ ହୁଅନ୍ତୁ ଅବା ଉପଜିଲ୍ଲାପାଳ ହୁଅନ୍ତୁ କିମ୍ଭା ଯାଜପୁର ତହସିଲ ର ୫କୋଟି ଟଙ୍କା ଘୋଟଲା କୁ ଲୋକ ଲୋଚନକୁ ଆଣିବାରେ ସର୍ବେଶ୍ୱର ଙ୍କ ଭୂମିକା ଅତୁଳନୀୟ।ଜିଲ୍ଲାରେ ସମସ୍ତ ତହସିଲ, ବ୍ଲକ, ଥାନା, ରାସ୍ତା ଏବଂ କୋଠାବାଡି, ଗ୍ରାମ୍ୟ ଉନ୍ନୟନ,ଜଳ ସମ୍ପଦ ବିଭାଗ ପରି ଅନେକ ସରକାରୀ ଅଧିକାରୀ ଙ୍କର ରହିଥାଏ ସର୍ବେଶ୍ୱର ଙ୍କ ଉପରେ ନଜର।ସର୍ବେଶ୍ୱର ଯେତେବେଳେ ଯାହାକୁ ଚାଂହାନ୍ତି ସେମାନଙ୍କର ଦୁର୍ନୀତି କୁ ବାହାର କରି କାଠଗଡାର ଦ୍ୱାରସ୍ଥ କରାଇ ଦିଅନ୍ତି।ଏଭଳି ଏକ ଚର୍ଚ୍ଚିତ ଚେହେରା କୁ ପ୍ରଶାସନ ଏବଂ ଶାସକ ଦଳ ଭୟ କରୁଥିବା ବେଳେ ବର୍ତ୍ତମାନ ସେ ମଧ୍ୟ ଜିଲ୍ଲା ପ୍ରଶାସନ ର ଆକ୍ରୋଶ ର ଶିକାର ହୋଇ ଅଛନ୍ତି।
ଏହି କ୍ରମରେ ବିଜେପି ଦଳରେ ଅନେକ ଯୁବନେତା ଏବଂ ନେତ୍ରୀ ପ୍ରବେଶ କରିଛନ୍ତି।ଶାସକ ଦଳର ଜଣେ ବିରୋଧୀ ଭୂମିକା ରେ କଟର ବିରୋଧୀ ଭାବେ ସର୍ବେଶ୍ୱର ବେଶ ଜଣାଶୁଣା ଥିବା ବେଳେ ନା ସେ କେବେ ଶାସକ ଦଳରେ ମିଶିଛନ୍ତି ନା ସେ କେବେ ବିଜେପି ଦଳରୁ ଅନ୍ୟ ଦଳକୁ ପରିତ୍ୟାଗ କରିଛନ୍ତି।ବିଗତ ଦିନ କଥା କହିବାକୁ ଗଲେ ଧର୍ମଶାଳାରେ ୨୦୦୯,୨୦୧୪,୨୦୧୯ ରେ ସେ ବିଜେପି ଦଳରୁ ଟିକେଟ ପାଇଁ ଦାବିଦାର ଥିବା ବେଳେ ଦଳ ତାଙ୍କୁ ଟିକେଟ ନଦେଲେ ମଧ୍ୟ ସେ ପୂର୍ବପରି ଦଳରେ କାର୍ଯ୍ୟ କରନ୍ତି ଏବଂ ଶାସକ ଦଳ ବିରୁଦ୍ଧରେ ସ୍ୱର ଉଠାଇଥାନ୍ତି।ଏହାରି ଭିତରେ ତାଙ୍କୁ ଦଳରେ ୨୭ବର୍ଷ ହୋଇଥିବା ବେଳେ ଦଳ ୨୦୨୪ରେ ତାଙ୍କୁ ସୁଯୋଗ ଦେବାକୁ ଅନେକ ରାଜନୀତିଜ୍ଞ ବିଶେଷକମାନେ ମତ ପ୍ରକାଶ କରିଛନ୍ତି।