ରାଜନୀତି

ପରୀକୁ ନ୍ୟାୟ ମିଳିଲା, ରାଜ୍ୟ ବିଜେପିର ଅସଲ ଚେହେରା ପଦାରେ ପଡିଲା: ବିଜେଡି – Ibnodisha

[ad_1]

– ଧର୍ମେନ୍ଦ୍ର ଓ ତାଙ୍କ ଅନୁଗତଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଦୋଷୀ ଦଣ୍ଡ ପାଇଲା
– ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପିର ହୀନ ରାଜନୀତିରୁ ପରଦା ଉଠିଲା
– ଓଡିଶାକୁ ବଦନାମ କରିବା ପାଇଁ ରାଜ୍ୟ ବିଜେପିର ଉଦ୍ୟମ ଧରାପଡିଲା

ଭୁବନେଶ୍ୱର : ନାବାଳିକା ପରୀର ନିଖୋଜ ଓ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ ଥିଲା, ଯାହା ସମସ୍ତଙ୍କୁ ମର୍ମାହତ କରିଥିଲା । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ ଓ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ତଦନ୍ତକୁ ତଦାରଖ କରିବା ପାଇଁ । ନିୟମିତ ବ୍ୟବଧାନରେ ତଦନ୍ତର ଅଗ୍ରଗତି ନେଇ ଏସଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରୁଥିଲା । ଏସଆଇଟି ବହୁ ପରିଶ୍ରମ କରି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣ ଜୁଟାଇଥିଲା । ଯାହା ଫଳରେ ଆଜି ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ହୋଇଛି, ପରୀକୁ ନ୍ୟାୟ ମିଳିଛି । ଏହି ଐତିହାସିକ ରାୟ ଆସିବା ପରେ ରାଜ୍ୟ ବିଜେପି ନେତାମାନଙ୍କ ଅସଲ ମୁଖା ଲିଯାଇଛି ବୋଲି କହିଛନ୍ତି ବିଧାୟିକା ତଥା ବିଜୁ ଜନତା ଦଳ ମହିଳା ଶାଖା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ । ଶ୍ରୀମତୀ ଛୁରିଆ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶାବାସୀଙ୍କୁ ଶକ୍ତ ଆଘାତ ଓ ଦୁଃଖ ଲାଗିଥିଲା ଯେତେବେଳେ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶା ବିଜେପିର କିଛି ନେତା ମାମଲାର ରାଜନୀତିକରଣ କରି ତଦନ୍ତକୁ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ବାରମ୍ବାର ପ୍ରସଙ୍ଗର ରାଜନୀତିକରଣ କରି ମାମଲାକୁ ବିଳମ୍ବିତ ଓ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ । ପ୍ରଥମେ ହାଇକୋର୍ଟ ଏବଂ ପରେ ପ୍ରିମକୋର୍ଟରେ ଉଦ୍ୟମ କରି ଝଟକା ପାଇଥିଲେ । ଦେଶର ନାମୀଦାମୀ ଓକିଲଙ୍କୁ ମାମଲା ଲଢିବାକୁ କୋର୍ଟରେ ଠିଆ କରାଇଥିଲେ । ପାଞ୍ଚ ବର୍ଷର ଜଣେ କୋମଳମତି ନୀରିହ ଶିଶୁର ହତ୍ୟା ଘଟିଥିଲା । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏହିଭଳି ମାମଲାରେ ଜଣେ ବ୍ୟକ୍ତି କିଭଳି ରାଜନୀତି କରିପାରିବ, ତାହା ହିଁ ଓଡିଶାବାସୀଙ୍କୁ ଆଚମ୍ବିତ କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶା ବିଜେପିର ତାଙ୍କର ଅନୁଗତମାନେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ।

ଏଭଳି ସ୍ପର୍ଶକାତର ମାମଲାରେ ସର୍ବଦା ଓଡିଶା ବିଜେପି ରାଜନୀତି ହିଁ କରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ଓଡିଶାକୁ ବଦନାମ କରିବାକୁ ବାରମ୍ବାର ଅପଚେଷ୍ଟା କଲେ । କିଡନୀ ଏବଂ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି ପାଇଁ ଚକ୍ରାନ୍ତ କରାଯାଇଥିବା ଭଳି ଡାହା ମିଛ ମାନ କହିଥିଲେ । ଅଭିଯୁକ୍ତକୁ କିଭଳି ଜାମିନ୍ ମିଳିବ ସେନେଇ ବହୁ ଚେଷ୍ଟା କରିଥିଲେ ଏହି ବ୍ୟକ୍ତିମାନେ, ଯାହା ହାଇକୋର୍ଟରେ ପ୍ରତ୍ୟାଖିତ ହୋଇଥିଲା । ଜଣେ ନାବାଳିକା ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗରେ ଏଭଳି ହୀନ ରାଜନୀତି କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଅନୁଗତ ଗୋଷ୍ଠୀଙ୍କୁ ଲଜ୍ଜା ଲାଗିବା ଦରକାର । ସମ୍ବେଦନଶୀଳ ପ୍ରସଙ୍ଗରେ ବାରମ୍ବାର ହୀନ ରାଜନୀତି କରୁଥିବା ଏହି ଗୋଷ୍ଠୀଙ୍କୁ ରାତିରେ ନିଦ କେଉଁଭଳି ହେଉଛି? ସେମାନଙ୍କ ଅନ୍ତରାତ୍ମା ଏଭଳି କାର୍ଯ୍ୟ କରିବାକୁ କ’ଣ ବାଧା ଦେଉନି? ପରୀକୁ ଆଜି ନ୍ୟାୟ ମିଳିଛି, ତାର ଆତ୍ମା ଶାନ୍ତି ପାଉ । ମହାପ୍ରଭୁ ତାକୁ ନିଜ ପାଦପଦ୍ମରେ ସ୍ଥାନ ଦିଅନ୍ତୁ ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button