ବିଜେଡ଼ିରେ ଯୋଗଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ – Ibnodisha

[ad_1]
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ କର୍ମୀଙ୍କୁ ଶ୍ରୀ ଦେବ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡ଼ିରେ ଯୋଗଦାନ ଫଳରେ ବିଶେଷକରି ନୀଳଗିରି ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦେବ କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂଗେଗ୍ଦ୍ରସ କର୍ମୀମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ ନୀଳଗିରି ଶିଶିର ଫାଉଣ୍ଡେସନର ସଭାପତି ସବ୍ୟସାଚୀ ମହାପାତ୍ର, ମହିଳା ସଭାପତି ପରିସ୍ମିତା ଦାସ, ୬ନଂ ୱାର୍ଡ଼ କାଉନସିଲର ପ୍ରତାପ ସେଠୀ, ନୀଳଗିରି ଏନଏସି ୱାର୍ଡ଼ ନଂ୬ର କଂଗ୍ରେସ ଯୁବ ନେତା ସନ୍ତୋଷ କୁମାର ମହାପାତ୍ର, ନିଗମ ରଞ୍ଜନ ରାଉତ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡମ୍ବରୁଧର ବେହେରା, ପୂର୍ବତନ ସରପଞ୍ଚ ମଧୁସ୍ମିତା ସିଂ, ଚିନ୍ମୟ ଶରଣ ରାଉତ, ବିଜେପି ଯୁବ ନେତା ମୁକେଶ ସାହୁ, ଦେବାଶିଷ ନାୟକ, ପାର୍ବତୀ ସେଠୀ, ଝରଣା ସିଂ, ଲକ୍ଷ୍ମୀଧର ବାରିକ, ସ୍ୱାଧୀନ ଜିଲ୍ଲାପରିଷଦ ପ୍ରାର୍ଥୀ ମୋନାଲିସା ଦାସ, ଜଗବନ୍ଧୁ ବ୍ରହ୍ମ, ବୃନ୍ଦାବନ ପ୍ରଧାନ, ଅନୀଲ କୁମାର ଦାସ, ଶଶିକାନ୍ତ ବେହେରା, ମମତାରାଣୀ ବ୍ରହ୍ମ, ମାନସୀ ବେଜ, କାର୍ତ୍ତିକ ଚନ୍ଦ୍ର ରାଉତ, ପ୍ରଭାସ କୁମାର ବାରିକ, ଅମରେନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଅମୃତ ବ୍ରହ୍ମ, ଷ୍ଟାଲିନ୍ ଦେ, ଦିବାକର ନାୟକ, ବଂଶୀଧର ନାୟକ, ପ୍ରଶାନ୍ତ କୁମାର ଜେନା, ପୂର୍ବତନ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଅର୍ଜୁନ ମାରାଣ୍ଡି, କମଳାକାନ୍ତ ସ, ପୂର୍ବତନ ସମିତିସଭ୍ୟ ପତିତପାବନ ସିଂଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ନୀଳଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
[ad_2]