ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ ବିରୋଧରେ ଯାଇ ଧର୍ମଶାଳା ବିଡ଼ିଓଙ୍କ ବଦଳି,ସାମ୍ବାଦିକ ଗିରଫ ଘଟଣାରେ ଅଡ଼ୁଆରେ ଥିଲେ ବିଡ଼ିଓ।
ଯାଜପୁର:ଧର୍ମଶାଳା,IBN ଓଡିଶା:-ଯାଜପୁର ଜିଲ୍ଲା ଧର୍ମଶାଳା ବିଡ଼ିଓ ଅରବିନ୍ଦ ବେହେରା ଙ୍କୁ ଅନୁଗୁଳ ଜିଲ୍ଲା ଙ୍କୁ ବଦଳି କରାଯାଇଛି।ପଞ୍ଚାୟତରାଜ ବିଭାଗ ପତ୍ର ସଂଖ୍ୟା 15533 ରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି! ସେ ଗତବର୍ଷ ଜାନୁଆରି ମାସରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ସର୍ବଦା ବ୍ଲକ ରେ ଚାଲିଥିବା ମନରେଗା, ଖାଦ୍ୟ ସୁରକ୍ଷା, ପାନୀୟଜଳ ଯୋଗାଣ, ଆବାସ ଦୁର୍ନୀତି ଘଟଣାରେ ରେ ବିବାଦୀୟ ହୋଇ ପଡ଼ିଥିଲେ । ଏ ସମ୍ପର୍କରେ ଏକାଧିକ ମାମଲା ହାଇକୋର୍ଟରୁ ଆରମ୍ଭ କରି ଲୋକୟୁକ୍ତରେ ମଧ୍ୟ ଉକ୍ତ ବିଡ଼ିଓ ଅରବିନ୍ଦଙ୍କ ନାମରେ ରଜୁ ହୋଇଥିଲା।ଅନ୍ୟପଟେ କହିବାକୁ ଗଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଗରିବ କଲ୍ୟାଣ ଯୋଜନା ର ବାସ୍ତବ ସୁଫଳ ପହଁଚାଇବା କ୍ଷେତ୍ରରେ ଧର୍ମଶାଳାର ପ୍ରାକ୍ତନୋ ବିଡ଼ିଓ ଅରବିନ୍ଦ ବେହେରା ବିଫଳ ହୋଇଥିଲେ।ଏହାର କାରଣ ସରକାର ଏବଂ ମୁଖ୍ୟମନ୍ତ୍ରୀ ଙ୍କର ସଫଳ ରୂପାୟନ ପରିବର୍ତ୍ତେ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ନେତା ଙ୍କ ହାତ ବାରିସୀ ହୋଇ ସର୍ବଦା କାର୍ଯ୍ୟ କରୁଥିଲେ। ଏଥି ସହିତ କୁମାରୀ ଓ ଗଙ୍ଗାଧରପୁର ପଂଚାୟତ ର ଭ୍ରଷ୍ଟାଚାର କୁ ସୁରକ୍ଷା ଦେବାକୁ ଯାଇ ସାମ୍ବାଦିକ ସଞ୍ଜୟ ମିଶ୍ର ଙ୍କ ମୁହଁ ବନ୍ଦ କରିବାରେ ଉକ୍ତ ବିଡ଼ିଓ ମଧ୍ୟ ସାମିଲ ହୋଇଥିଲେ।କାରଣ କୁମାରୀ ପଂଚାୟତ ର ପୂର୍ବତନ ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା ଙ୍କର ଅତି ଖାସ ହୋଇ କାମ କରୁଥିଲେ ଉକ୍ର ବିଡ଼ିଓ।କାରଣ ପିଇଓ ଙ୍କ ନାମରେ ଉକ୍ତ ପଂଚାୟତ ରୁ ମାଳମାଳ ଅଭିଯୋଗ ଆସୁଥିଲେ ମଧ୍ୟ ସ୍ଥାନୀୟ ଲୋକପ୍ରତିନିଧି ଓ ଧର୍ମଶାଳା ବ୍ଲକ ର ଅଧକ୍ଷ ସର୍ବଦା ଉକ୍ତ ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା ଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ।ଯାହାକୁ ନେଇ ପିଇଓଙ୍କ ନାମରେ ଖବର ପ୍ରସାରଣ ପରେ ସାମ୍ବାଦିକ ସଞ୍ଜୟ ମିଶ୍ର ଙ୍କୁ ମିଥ୍ୟା ଆରୋପ ଲଗାଇ ଜେଲ ପଠାଇ ଦିଆଯାଇଥିଲା।ପରେ ପରେ ଜାତୀୟ ମାନବାଧିକାର କମିଶନ ଙ୍କ ନିକଟରେ ମାନବାଧିକାର ପ୍ରତିରକ୍ଷାକାରୀ ଭଜମନ ବିଶ୍ୱାଳ ଦ୍ୱାରସ୍ତ ହେବା ପରେ ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା ଙ୍କୁ ବଦଳି କରିବା ସଙ୍ଗେ ସଙ୍ଗେ ଠିକ ୪ମାସ ମଧ୍ୟରେ ଆଜି ବିଡ଼ିଓ ଙ୍କୁ ମଧ୍ୟ ବଦଳି କରାଯାଇଛି।ଆଉ ଏଥି ସହିତ ଗଙ୍ଗାଧର ପୁର ପଂଚାୟତ ଇମାମନଗର ଗ୍ରାମରେ NREGS କାଯ୍ୟରେ ଦୁଇ ଲକ୍ଷ ସତୁରୀ ହଜାର ଟଙ୍କା କାର୍ଯ୍ୟ ନକରି ମିଥ୍ୟାବିଲ କରି ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା ହଡପ କରିଥିଲେ।ଆଉ ଯେଉଁଥିରେ ମଧ୍ୟ ଉକ୍ତ ବିଡ଼ିଓ ସାମିଲ ରହିଥିଲେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା।ଯାହାକୁ ନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ମାନ୍ୟବର ଲୋକୟୁକ୍ତ ଙ୍କ ନିକଟରେ ଦ୍ୱାରସ୍ଥ ହେବା ପରେ ବିଡ଼ିଓ ଅରବିନ୍ଦ ବେହେରା ଓ ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା ଙ୍କ ନାମରେ ଇସୁ ନୋଟିସ ଜାରି ହୋଇଥିବା ବେଳେ ଯାହାର ତଦନ୍ତ ଦାଇତ୍ୱ ଲୋକାୟୁକ୍ତ ଙ୍କ ଏକ ତଦନ୍ତ କାରୀ ସଂସ୍ଥା ଆସନ୍ତା ୧୬/୧୭ତାରିଖ ରେ ଉକ୍ତ ସ୍ଥାନରେ ପହଂଚି ତଦନ୍ତକରିବେ ବୋଲି ଚିଠି ରେ ଲୋକାୟୁକ୍ତ ଉଲେଖ୍ୟ କରିଛନ୍ତି।
ଯାହାକୁ ନେଇ ସରକାର ଅନୁଧ୍ୟାନ କରି ଧର୍ମଶାଳା ବିଡ଼ିଓ ଙ୍କୁ ବଦଳି କରିଛନ୍ତି।ଧର୍ମଶାଳା ପରବତ୍ତୀ ବିଡ଼ିଓ କିଏ ହେବେ ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ l ଏବିଡ଼ିଓ ଅସିତ କୁମାର ପତ୍ର ଅତିରିକ୍ତ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି।