IBN ଓଡ଼ିଶା ବ୍ୟୁରୋ

ଗ୍ୟାସ, କବଜ, କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ପ୍ରାକୃତିକ ଘରୋଇ ଉପଚାର….ଆଜି ହିଁ ଚେଷ୍ଟା କରନ୍ତୁ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ନିଜର ଜୀବନଶୈଳୀକୁ ବିଗାଡି ଦେଇଛନ୍ତି। ଯେପରି ସଠିକ ସମୟରେ ନ ଖାଇବା, ସଠିକ ସମୟରେ ନ ଶୋଇବା, ସକାରାତ୍ମକ ଚିନ୍ତା ଭାବନା ନ କରିବା ଇତ୍ୟାଦି ଏହାଦ୍ଵାରା ଲୋକେ ଅନେକ ରୋଗରେ ପୀଡିତ ହେଉଛନ୍ତି।ତେବେ କହିବାକୁ ଗଲେ ଆଜିକାଲି ଲୋକମାନେ ଗ୍ୟାସ,କବଜ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଥିରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ପ୍ରାକୃତିକ ଘରୋଇ ଉପଚାରକୁ ବ୍ୟବହାର କରିବା ଫଳରେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ। ତେଣୁ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେଉଥିବା ପ୍ରଥମ ସାମଗ୍ରୀ ହେଉଛି ଫେଶି। ଏହା ଆପଣଙ୍କୁ ସାଧାରଣତଃ ତେଜରାତି ଦୋକାନରୁ ମିଳିଯିବ।ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଏହି ଗ୍ୟାସ,କବଜ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟାର ଖୁବ୍ ସହଜରେ ଦୂର ହୋଇଯିବ। ତେବେ ଆପଣଙ୍କୁ ଦିତୀୟ ସାମଗ୍ରୀର ଆବଶ୍ୟକତା ରହିଛି, ତାହା ହେଉଛି ପାନମଧୁରୀ।

ଏହି ପାନମଧୁରୀ ଆପଣଙ୍କ ଶରୀରର ଅନେକ ସମସ୍ୟାକୁ ଦୂର କରି ଦେଇଥାଏ। ଏହାସହିତ ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ସହଜ ଅଟେ। ତେବେ ଏହି ଦୁଇଟି ଜିନିଷକୁ ଗୋଟେ ପାତ୍ରରେ ନେଇ ଏହାକୁ ପ୍ରଥମେ କିଛି ସମୟ ପାଇଁ ଭାଜି ନିଅନ୍ତୁ। ଅଳ୍ପ ଭାଜି ଗଲା ପରେ ଏହା ମହକି ଉଠିବ। ଗ୍ୟାସ ବନ୍ଦ କରି ଏହାକୁ କାଢି ନିଅନ୍ତୁ। ଯେତେବେଳେ ଆପଣଙ୍କର ଗ୍ୟାସ ଭଳି ସମସ୍ୟା ଉତ୍ପନ୍ନ ହେଉଛି, ଆପଣ ଏହି ଭାଜିଥିବା ପାନମହୁରୀ ଓ ଫେଶିକୁ ଧୀରେ ଧୀରେ ଚୋବାଇ ଖାଆନ୍ତୁ ଏବଂ ପାଣି ପିଅନ୍ତୁ।

ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ। ଏହାସହିତ ଆପଣ ଗ୍ୟାସ, କବଜ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ। ଆପଣ ଏହି ଦୁଇଟି ଜିନିଷକୁ ଆଉ ଏକ ଉପାୟରେ ସେବନ କରି ପାରିବେ।ଆପଣ ଭାଜି ରଖିଥିବା ଫେଶି ଓ ପାନମଧୁରୀକୁ ଭଲ ଭାବରେ ପେଶି ଗୁଣ୍ଡ କରନ୍ତୁ। ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ଭଲଭାବରେ ଗୋଳାଇ ନିଅନ୍ତୁ ଏବଂ ସେବନ କରନ୍ତୁ। ଦେଖିବେ ଆପଣଙ୍କ ଶରୀରର ସବୁ ସମସ୍ୟା ଦୂର ହୋଇଯିବ। ବନ୍ଧୁଗଣ, ଯଦି ଆପଣଙ୍କୁ ଏହି ବିବରଣୀଟି ପସନ୍ଦ ଆସିଛି, ତାହେଲେ ଆମର ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button