ଅପରାଧ

ନୃଶଂସ ଭାଇ ! ଅଶ୍ଲୀଳ ଭିଡିଓ ଦେଖିବା ପରେ ଉଭଣୀକୁ କଲା ଦୁଷ୍କର୍ମ – Ibnodisha

[ad_1]

ଲକ୍ଷ୍ନୌ: ରାକ୍ଷସ ପାଲଟିଲା ସମ୍ପର୍କୀୟ ଭାଇ । ଭଉଣୀକୁ ଦୁଷ୍କର୍ମ କରିବା ପରେ ଜୀବନରୁ ମାରିଦେଲା । ଉତ୍ତରପ୍ରଦେଶ କସଗଞ୍ଜ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି । ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା’ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି । ନାବାଳିକାଙ୍କ ବୟସ ୧୭ ବର୍ଷ । ଘଟଣା ଦିନ ନାବାଳିକାଙ୍କ ମାଆ ଓ ସଞ୍ଜୁଙ୍କ ଘର ଲୋକ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ।

ଘରେ କେବଳ ସଞ୍ଜୁ ଓ ତାଙ୍କ ସମ୍ପର୍କୀୟ ଭଉଣୀ ଥିଲେ । ସଞ୍ଜୁ ନିଜ ମୋବାଇଲ୍‌ରେ ଅଶ୍ଲୀଳ ଭିଡିଓ ଦେଖିବା ପରେ ପାଖରେ ଶୋଇଥିବା ସାନ ଉଉଣୀଙ୍କୁ ଦୁଷ୍କର୍ମ କରିଥିଲେ । କାଳେ ପୀଡ଼ିତା ଘରେ ଏ ବିଷୟରେ କହିଦେବ, ସେହି ଡରରେ ସଞ୍ଜୁ ତାଙ୍କୁ ହତ୍ୟା ବି କରିଥିଲା । ମୃତକଙ୍କ ଘର ଲୋକ ସଞ୍ଜୁ ନାଁରେ ଏତଲା ଦେବା ପରେ ପୋଲିସ ସଞ୍ଜୁକୁ ଗିରଫ କରି ପଚରାଉଚରା କରିଥିଲା । ପୋଲିସ ଆଗରେ ସବୁ ସତ ସତ ମାନି ନେଇଥିଲା ସଞ୍ଜୁ । ପୋଲିସ ସଞ୍ଜୁର ମୋବାଇଲ ଜବତ କରିବା ପରେ ସେଥିରେ ଅଶ୍ଲୀଳ ଭିଡିଓ ଥିବା ଦେଖିବାକୁ ପାଇଥିଲା । ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ବି ରୁଜୁ କରିବା ସହ ଜେଲ୍ ପଠାଇଛି । ବର୍ତ୍ତମାନ ସମୟରେ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖୁଛି ପ୍ରେମିକ ତ କେତେବେଳେ ପ୍ରେମିକାକୁ ଜଳନ୍ତା ନିଆଁରେ ଜାଳି ଦେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button