IBN ଓଡ଼ିଶା ବ୍ୟୁରୋ

ଯିଏ ତୁମକୁ ପ୍ରକୃତ ଭଲ ପାଉଥିବ, ତାଙ୍କ ପାଖରେ ପ୍ରେମର ଏହି 5 ଲକ୍ଷଣ ରହିଥିବ : 5 signs of true love

ବନ୍ଧୁଗଣ ପ୍ରତ୍ଯେକଟି ବ୍ୟକ୍ତିର ଜୀବନରେ ପ୍ରକୃତ ପ୍ରେମର ଆବଶ୍ୟକତା ରହିଥାଏ । ତେଣୁ ସେ ଏକ ଭଲ ଜୀବନସାଥିର ଅନୁସନ୍ଧାନରେ ରହିଥାଏ । କାରଣ ଭଲ ଜୀବନସାଥିଟିଏ ମିଳିଗଲେ । ଲମ୍ବା ରାସ୍ତା ମଧ୍ୟ ଛୋଟ ହୋଇଯାଏ । 4 ଦିନର ଜୀବନ ମଧ୍ୟ ଶହ ବର୍ଷ ପରି ମନେ ହୁଏ । ତେବେ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛି । ଯେଉଁ ବ୍ୟକ୍ତି ପାଖରେ ଏହି ଲକ୍ଷଣ ସବୁ ଥାଏ । ସେ ଆପଣଙ୍କୁ ନିହାତି ଭାବରେ ସଚ୍ଚା ପ୍ରେମ କରୁଛି ବୋଲି ଜାଣିପାରିବେ ।

ତେବେ ପ୍ରକୃତ ପ୍ରେମକୁ ବୁଝିବା ପୂର୍ବରୁ ଆପଣଙ୍କୁ ଏକ ଶାଏରୀ ଏଠାରେ କହିବାକୁ ଚାହୁଁଛୁ । ତେବେ ସମ୍ପର୍କ ତା’ ସହ ରଖ ଯିଏ ତୁମର ଏହି ତିନୋଟି କଥାକୁ ବୁଝିପାରୁଥିବ ହସ ପଛର ଦୁଃଖ ରାଗ ପଛର ଭଲ ପାଇବା ଓ ଚୁପ୍ ରହିବାର କାରଣ । ଏହି ତିନିଟି କଥାକୁ ଯିଏ ଭଲ ଭାବେ ବୁଝିପାରୁଥିବ ସେ ନିଶ୍ଚୟ ଆପଣଙ୍କୁ ପ୍ରକୃତ ପ୍ରେମ କରୁଥିବ ।

ଦିତୀୟରେ ଯିଏ ତୁମର କଲ୍ କି ମେସେଜକୁ ଚାତକ ପରି ଅନେଇ ରହିଥିବ । ତମ ସହ ସେ ବାସ୍ କିଛି ମିନିଟ କଥା ହେଲେ ମଧ୍ୟ ତୁମର ଭଲ, ମନ୍ଦ ସବୁକିଛି ପଚାରି ବୁଝିଦେଉଥିବ । ଆଉ ତୁମେ ମଧ୍ୟ ଯାହା ସହ ବହୁତ ଅଳ୍ପ ସମୟ କଥା ହୋଇବି ବହୁତ ଖୁସି ଆଉ ରିଲାକ୍ଷ ଅନୁଭବ କରିପାରୁଥିବ । ଯାହାର ଆବାଜ ଶୁଣିଦେଲେ ବା ଯାହା ମେସେଜ ଆସିବା ଦେଖିଦେଲେ ଏକ ସୁନ୍ଦର ହସ ଆପଣଙ୍କ ମୁହଁରେ ଚାଲି ଆସୁଥିବ ।

ଯିଏ ଆପଣଙ୍କୁ ହୃଦୟରୁ ଭଲ ପାଉଥିବ । ସେ ତୁମକୁ ସବୁବେଳେ ଖୁସିରେ ଦେଖିବାକୁ ଚାହୁଁଥିବ । ତୁମ ଖୁସିରେ ହିଁ ତା’ ନିଜର ଖୁସି ଥିବ । ତୁମେ ଦିନ ସାରା ଯେତେ ଦୁଃଖ, କଷ୍ଟରେ ରହିଲେ ବି ତା’ ସହ କଥା ହୋଇଗଲେ ତୁମେ ନିଜର ସବୁ ଦୁଃଖକୁ ଭୁଲିଯାଇ ପାରୁଥିବ । ତୃତୀୟରେ ସେ ତୁମକୁ ତା’ ର ସବୁ କଥା ଯେମିତି ଶେୟାର କରିପାରୁଥିବ । ତୁମ ଠାରୁ ସେ କୌଣସି କଥାକୁ ବି ଲୁଚେଇବାକୁ ଚାହୁଁନଥିବ । ଚତୁର୍ଥରେ ତୁମକୁ ପ୍ରକୃତ ପ୍ରେମ ସେ କରୁଥିବ । ଯିଏ ତୁମକୁ ଇଜ୍ଜତ କରୁଥିବ । ତମ ଫିଲିଙ୍ଗ୍ସକୁ ସମ୍ମାନ କରୁଥିବ ଆଉ ତମ ଇମୋଶନକୁ ବୁଝିପାରୁଥିବ । ତେବେ ଏହି ସବୁ ଲକ୍ଷଣ ଆପଣ ଯାହାଙ୍କ ପାଖରେ ଦେଖିବାକୁ ପାଉଥିବ ।

Related Articles

Leave a Reply

Your email address will not be published. Required fields are marked *

Back to top button