IBN ଓଡ଼ିଶା ବ୍ୟୁରୋ

କେଉଁ ରାଶିର ପୁଅଙ୍କ ସହ କେଉଁ ରାଶିର ଝିଅର ବିବାହ ଦ୍ଵାରା ବୈବାହିକ ଜୀବନ ସୁଖମୟ ହୋଇଥାଏ

ବନ୍ଧୁଗଣ ବର୍ତ୍ତମାନ ଯୁବପିଢିଙ୍କ ମନରେ ଏପରି କିଛି ପ୍ରଶ୍ନ ନିହାତି ଭାବେ ରହିଥାଏ । ବିବାହ ସମୟରେ ଆମେ ମନେ ଜାତକର ମେଳ କାହିଁକି କରାଉ ? ବିବାହ ସମୟରେ ପୁଅ ଓ ଝିଅର ଜାତକ ଦେଖେଇବାର କଣ ଆବଶ୍ୟକତା ରହିଛି । ହେଲେ ବହୁ ପୁରାତନ କାଳରୁ ବିବାହ ସମୟରେ ପୁଅ ଓ ଝିଅର ଜାତକ ମେଳ କରାଇ ବାହାଘର କରାଇବାର ପ୍ରଥା ଚାଲି ଆସିଛି । ତେବେ କେଉଁ ରାଶିର ପୁଅ ସହ କେଉଁ ରାଶିର ଝିଅର ବାହାଘର ହୋଇଲେ ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ ଚାଲନ୍ତୁ ଜାଣିବା ।

ତେବେ ପାଶ୍ଚାତ୍ୟ ଗଣନାର ସାହାଜ୍ଯରେ କେଉଁ ରାଶିର ପୁଅ କେଉଁ ରାଶିର ଝିଅକୁ ବିବାହ କରିବା ଦ୍ଵାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ଚାଲନ୍ତୁ ଜାଣିବା । ମେଷ ରାଶିର ପୁଅ ଯଦି ସିଂହ, ଧନୁ ଓ ତୁଳା ଏଥିମଧ୍ୟରୁ କୌଣସି ରାଶିର କନ୍ୟାଙ୍କୁ ବିବାହ କରେ । ତେବେ ତା’ ର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ । ବୃଷ ରାଶିର ପୁଅ ବିଛା, କନ୍ୟା ବା ମକର ରାଶିର ଝିଅକୁ ବିବାହ କରିପାରିବ ।

ମିଥୁନ ରାଶିର ପୁଅ ତୁଳା, ଧନୁ କିମ୍ବା କୁମ୍ଭ ଏଥିରୁ କୌଣସି ରାଶିର ଝିଅଙ୍କୁ ବିବାହ କରିପାରିବେ । କର୍କଟ ରାଶିର ପୁଅ ବିଛା, ମୀନ କିମ୍ବା ମକର ରାଶିର ଝିଅକୁ ବାହା ହୋଇପାରିବେ । ସିଂହ ରାଶିର ପୁଅ ମେଷ, କୁମ୍ଭ କିମ୍ବା ଧନୁ ରାଶିର ଝିଅକୁ ବିବାହ କରିପାରିବେ । କନ୍ୟା ରାଶିର ପୁଅ ମକର କି ବୃଷ ରାଶିର ଝିଅକୁ ବାହା ହୋଇପାରିବେ ।

ତୁଳା ରାଶିର ପୁଅ ମିଥୁନ, ମେଷ କିମ୍ବା କୁମ୍ଭ ରାଶିର ଝିଅଙ୍କୁ ବିବାହ କରିପାରିବେ । ବିଛା ରାଶିର ପୁଅ ମୀନ, ବୃଷ କିମ୍ବା କର୍କଟ ରାଶିର ଝିଅଙ୍କୁ ବିବାହ କରିପାରିବେ । ଧନୁ ରାଶିର ପୁଅ ମେଷ କି ସିଂହ ରାଶିର ଝିଅଙ୍କୁ ବିବାହ କରିପାରିବେ । ମକର ରାଶିର ପୁଅ କର୍କଟ, ବୃଷ କି କନ୍ୟା ରାଶିର ଝିଅଙ୍କୁ ବିବାହ କରିପାରିବେ । କୁମ୍ଭ ରାଶିର ପୁଅ ମିଥୁନ। ସିଂହ କି ତୁଳା ରାଶିର ଝିଅଙ୍କୁ ବିବାହ କରିପାରିବେ । ମୀନ ରାଶିର ପୁଅ କର୍କଟ କି ବିଛା ରାଶିର ଝିଅଙ୍କୁ ବାହା ହୋଇପାରିବେ ।ତେବେ ଏହି ରାଶିର ପୁଅଙ୍କ ସହ ଏହି ରାଶିର ଝିଅଙ୍କ ବାହାଘର ହେବା ଦ୍ଵାରା ତାଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ରହିଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button