ସକାଳୁ ଉଠି ଅଧୂଆ ମୁହଁରେ କେଉଁ କେଉଁ ଜିନିଷ ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ
ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଏପରି ଅନେକ କିଛି କଥା ରହିଛି । ଯାହାକୁ ଆମକୁ ମାନିବାକୁ ପଡିଥାଏ । ତେଣୁ ଶାସ୍ତ୍ର ସମ୍ମତ କଥା ଗୁଡିକର ମାନିକି ଚଳିବା ଦ୍ଵାରା ଜୀବନରେ ଥିବା ସବୁ ଦୁଃଖ ଦୂର ହୋଇବା ସହ ଜୀବନ ସୁଖମୟ ହୋଇଯାଇଥାଏ । ତେବେ ବନ୍ଧୁଗଣ ବିଛଣା ତ୍ୟାଗ କରିବା ପରେ ଅର୍ଥାତ ସକାଳୁ ଶୋଇକି ଉଠିବା ପରେ ଆମକୁକେଉନ କାର୍ଯ୍ୟ ସର୍ବ ପ୍ରଥମେ କରିବାକୁ ପଡିବ । ସେହି ବିଷୟରେ ଏଠାରେ ଜାଣିବା । ତେବେ ସକାଳୁ ଉଠିବା ପରେ ଆମକୁ ସର୍ବପ୍ରଥମେ ଏହି 3 ଟି କାର୍ଯ୍ୟ କରିବାକୁ ପଡିବ ।
1- ପ୍ରତ୍ଯେକ ବ୍ୟକ୍ତିକୁ ବ୍ରାହ୍ମ ମୂହୁର୍ତ୍ତରୁ ସକାଳୁ ଉଠିବାକୁ ପଡିବ । ସୂର୍ଯ୍ୟ ଉଦୟ ହେବାର ଦେଢ ଘଣ୍ଟା ପୂର୍ବରୁ ହିଁ ବିଛଣା ତ୍ୟାଗ କରିବା ଉଚିତ । ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବିଛଣା ତ୍ୟାଗ କରିଥାଏ । ସେହି ବ୍ୟକ୍ତି ନିଜ ଲକ୍ଷ ସ୍ତଳରେ ବହୁତ ଶୀଘ୍ର ପହଞ୍ଚିପାରେ ।
ତାପରେ ସକାଳୁ ଉଠି ପ୍ରଥମେ ନିଜ 2 ହାତର ପାପୁଲିକୁ ଯୋଡି ତାହାକୁ ଦର୍ଶନ କରିବା । ତାପରେ ଏହି ମନ୍ତ୍ର ନିଜ ହାତର ପାପୁଲିକୁ ଦେଖି ଉଚ୍ଚାରଣ କରନ୍ତୁ । କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ, କରମୂଳେ ସ୍ଥିତୋ ବ୍ରହ୍ମା, ପ୍ରଭାତେ କର ଦର୍ଶନମ ।ତାପରେ ଏହି ମନ୍ତ୍ରକୁ ଉଛାରଣ କରି ଆପଣ ନିଜ 2 ପାପୁଲିକୁ ଭଲ ଭାବେ ଘଷି ନିଜ ଆଖି ଓ ମୁହଁରେ ନେଇ ସ୍ପର୍ଶ କରିବା ।
ଦିତୀୟରେ ଯେତେବେଳେ ବିଛଣା ତ୍ୟାଗ କରୁଛନ୍ତି ଅର୍ଥାତ ବେଡ୍ ରୁ ତଳକୁ ଓହ୍ଲାଊଛନ୍ତି । ସେତେବେଳେ ଭୂମୀ ମା’ କୁ ପ୍ରଣାମ କରି ଭୂମୀ ଉପରେ ପାଦ ରଖନ୍ତୁ । କାରଣ ଦିନ ସାରା ଆମେ ଭୂମୀ ଉପରେ ନିଜର ସବୁ କାର୍ଯ୍ୟ କରିଥାଉ ।ତେଣୁ ଶୋଇକି ଉଠିବା ପରେ ଭୂମୀ ମା’ କୁ କ୍ଷମା ପ୍ରାଥନା କରନ୍ତୁ । ତାପରେ ତାଙ୍କୁ ପ୍ରଣାମ କରି ନିଜ ଦିନର ଆରମ୍ଭ କରନ୍ତୁ ।
ତେବେ ସକାଳୁ ଉଠି ନିଜର ମୁହଁ ଢୋଇବା ପୂର୍ବରୁ ଚନ୍ଦନ, ସୁନା, ଦର୍ପଣ, ଶଙ୍ଖ, ମୃଦଙ୍ଗ, ମଣୀ ଆଦି ଏହି ସବୁ ଜିନିଷକୁ ଦେଖିବା ଦ୍ଵାରା ବ୍ୟକ୍ତିର ଦିନଟି ମଙ୍ଗଳମୟ ହୋଇଥାଏ । ତାପରେ ନିଜର ସ୍ନାନ କାର୍ଯ୍ୟ ସଋ ଭଗବାନ ସୂର୍ଯ୍ୟଦେବଙ୍କର ଦର୍ଶନ କରନ୍ତୁ । ଏଥିସହ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ନିଜ ଦିନର ଶୁଭାରମ୍ଭ କରନ୍ତୁ । ଯେଉଁ ବ୍ୟକ୍ତି ସକାଳୁ ଉଠି ଏହି ସବୁ କଥା ଉପରେ ଧ୍ୟାନ ରଖିଥାଏ ।ତେବେ ତାହାର ଜୀବନରେ ବହୁତ ଶୀଘ୍ର ସଫଳତା ପ୍ରାପ୍ତ ହୋଇଥାଏ ।