IBN ଓଡ଼ିଶା ବ୍ୟୁରୋ

କର୍ପୋରେଟ୍‌ ପର୍ଫମାନ୍ସ ରିଭ୍ୟୁରେ ହେଲ୍‌ଥ ଗୋଲ୍‌କୁ ସାମିଲ୍; ଫିଟନେସ୍ ଦେଖି ଦରମା ବଢ଼ାଉଛନ୍ତି କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ କର୍ପୋରେଟ୍ ଜଗତରେ ନୂଆ ଅଭିଯାନ । ଏବେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ୱେଲ୍ନେସ ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଉଛି । ପଦନ୍ନୋତ୍ତି ଏବଂ ଆପ୍ରାଇଜାଲ ବେଳେ କର୍ମଚାରୀଙ୍କ ଫିଟ୍ନେସ୍କୁ ପରଖା ଯାଉଛି । ଯଦି କର୍ମଚାରୀମାନେ କମ୍ପାନି ଦ୍ୱାରା ଧାର୍ଯ୍ୟ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ପୂରଣ କରୁଛନ୍ତି, ସେହି ହିସାବରେ ସେମାନଙ୍କର ଦରମା ବଢ଼ାଉଛନ୍ତି କର୍ପୋରେଟ୍ କମ୍ପାନି ।

ଚଳିତ ବର୍ଷର ଆପ୍ରାଇଜାଲ ପ୍ରକ୍ରିୟା ବା ପର୍ଫମାନ୍ସ ରିଭ୍ୟୁରେ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ମିଶାଇଛନ୍ତି ଅନେକ କମ୍ପାନି । ଡସ୍ ବ୍ୟାଙ୍କ, ଆଦିତ୍ୟ ବିର୍ଲା ହେଲ୍ଥ ଇନ୍ସ୍ୟୁରାନ୍ସ ଏବଂ ଫିଲିପ୍ସ ଭଳି କମ୍ପାନିଗୁଡ଼ିକ କର୍ମଚାରୀଙ୍କ ପର୍ଫମାନ୍ସ ରିଭ୍ୟୁରେ ସେମାନଙ୍କ ହେଲ୍ଥ ଗୋଲ୍କୁ ଅନ୍ତର୍ଭୁକ୍ତ କରିଥିବା ନେଇ ଜଣାପଡ଼ିଛି ।

ଶାରୀରିକ ଏବଂ ମାନସିକ ଭାବେ ଯିଏ ଯେତେ ଫିଟ୍ ତାହା ଉପରେ ନିର୍ଭର କରିବ ଦରମା ବୃଦ୍ଧି । ଅନ୍ସାଇଟ୍ ଡାଏଟ୍ କନ୍ସଲ୍ଟାଣ୍ଟ, ୱେଲ୍ନେସ ସେସନ୍, ହାର୍ଟ ହେଲ୍ଥ ଆସେସ୍ମେଣ୍ଟ ଏବଂ ହେଲ୍ଥ ମେଟ୍ରିକ୍ସଗୁଡ଼ିକର ଟ୍ରାକିଂ ଆଦି ଅଭିଯାନ ଆରମ୍ଭ କରାଯାଇଛି । କର୍ମଚାରୀ ଯେତିକି ଫିଟ୍ ରହିବେ ଦରମା ଉକ୍ତ ଅନୁସାରେ ବଢ଼ିବ । ଭଲ ଦରମା ବୃଦ୍ଧି ପାଇଁ କର୍ମଚାରୀଙ୍କୁ ସେମାନଙ୍କ ହେଲ୍ଥ ଗୋଲ୍କୁ ହାସଲ କରିବାକୁ ପଡ଼ିବ । ହେଲ୍ଥ ଏବଂ ୱେଲ୍ନେସ ଅଭିଯାନ ଆଣିବାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସହଯୋଗ କରିବା, ଉତ୍ପାଦକତା ବୃଦ୍ଧି ଏବଂ ଅନୁପସ୍ଥିତି ହାର କମାଇବା । ପେସାରେ ସଫଳତା ପାଇଁ ସ୍ୱାସ୍ଥ୍ୟ ଏବଂ ୱେଲ୍ନେସ ଉପରେ କମ୍ପାନିଗୁଡ଼ିକ ଫୋକସ୍ କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button