IBN ଓଡ଼ିଶା ବ୍ୟୁରୋ

ମୁଣ୍ଡବାଳ କୁଣ୍ଡେଇବା ସମୟରେ ହାତରୁ ପାନିଆ ଖସିବାର କଣ ସୂଚନା ମିଳିଥାଏ? Ajira Anuchinta

ନମସ୍କାର ବନ୍ଧୁଗଣ, ବହୁତ କିଛି କଥା ରହିଛି ଯାହା ଆମ ସହ ଘଟି ଯାଉଛି କିନ୍ତୁ ଆମେ ତାହାର ଅର୍ଥ କିମ୍ବା ସଙ୍କେତକୁ ବୁଝିପାରିନଥାଏ । ଏବଂ ସେହି କଥା ପ୍ରତି ଦୃଷ୍ଟି ମଧ୍ୟ ଦେଇନଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ଜଣାଇବା ପାଇଁ ଯାଉଛୁ । ଯାହାକୁ ଆପଣ ଧ୍ୟାନରେ ରଖି କାର୍ଯ୍ୟ କଲେ ଜୀବନରେ ସୁଖ ସମୃଦ୍ଧି ଆସିବ । ପ୍ରଥମେ ଜାଣନ୍ତୁ ମୁଣ୍ଡ କୁଣ୍ଡାଇବା ବେଳେ ପାନିଆ ହାତରୁ ଖସିବାର ସଙ୍କେତ କଣ ହୋଇଥାଏ ?

ପ୍ରଥମ: ଆପଣ ଚୁଟି କୁଣ୍ଡାଇବା ବେଳେ ଯଦି ହାତରୁ ପାନିଆ ଖସିଯାଏ ତେବେ ଏହାକୁ ଅଶୁଭ ମନାଯାଇଥାଏ । ଆଉ ଯଦି ଆପଣଙ୍କ କାନରେ ଚୁଟି ଉଠିଥାଏ ତେବେ ଏହା ମଧ୍ୟ ଅଶୁଭ ହୋଇଥାଏ । ଦିତୀୟ: ରାତିରେ ମୁଣ୍ଡ କୁଣ୍ଡାଇବା ଅନୁଚିତ । ଏହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ । ସବୁବେଳେ କାଠ ପାନିଆରେ ମୁଣ୍ଡ କୁଣ୍ଡାଇବା ଉଚିତ ।

ତୃତୀୟ: ମୁଣ୍ଡ ଚୁଟି ଖୋଲାକରି ଠାକୁର ପୂଜା କରିବା ଅନୁଚିତ । ଏହା ବହୁତ ଅଶୁଭ ହୋଇଥାଏ । ଚତୁର୍ଥ: ସବୁବେଳେ ଚୁଟି ଖୋଲାକରି ବୁଲିବା ଅଶୁଭ ଲକ୍ଷଣ ହୋଇଥାଏ । ଚୁଟି ବାନ୍ଧି ରଖିଲେ ଆପଣଙ୍କ ମୁହଁରେ ଏକ ପ୍ରକାର ଚମକ ଆସିଥାଏ । ପଞ୍ଚମ: ବାରମ୍ବାର ନିଜ ଚୁଟିରେ ହାତ ମାରିବା ଅନୁଚିତ । ଏହା ଏକ ଖରାପ ଅଭ୍ଯାସ ହେବା ସହ ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ ।

ଷଷ୍ଠ: ମଙ୍ଗଳବାର, ଗୁରୁବାର, ଶନିବାର, ଅମବାସ୍ୟା, ପୁର୍ଣିମା, ଚତୁର୍ଦଶୀ ଓ ଏକାଦଶୀରେ ଚୁଟି କାଟିବାର ଅଭ୍ୟାସ ରହିଛି ସେମାନଙ୍କୁ ଘୋର ଦୁଃଖ ଓ ଦାରିଦ୍ରତା ସାମ୍ନା କରିବାକୁ ପଡିଥାଏ । ସପ୍ତମ: ବାହାରୁ ଆସୁଥିବା ଲୋକଙ୍କୁ ସର୍ବ ପ୍ରଥମେ ସ୍ଵଚ୍ଛ ପାଣି ପିଇବାଆ ପାଇଁ ଦିଅନ୍ତୁ । ଏହାଫଳରେ ଆପଣଙ୍କ ଉପରେ ରାହୁଙ୍କର ଅଶୁଭ ପ୍ରଭାବ ପଡିନଥାଏ । ଏବଂ ଆପଣଙ୍କ ପରିବାରର ମଙ୍ଗଳ ହୋଇଥାଏ ।

ଅଷ୍ଟମ: ଦାନ୍ତରେ ନଖ ଛିଡାଇବା ଅନୁଚିତ । ଖାଇସାରି ଥଳିରେ ହାତ ଧୋଇବା ମଧ୍ୟ ଅନୁଚିତ ହୋଇଥାଏ । ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ଜୀବନରେ ଦାରିଦ୍ରତା ଆଣିଥାଏ । ନବମ: ଯେଉଁମାନଙ୍କର ସୂର୍ଯ୍ୟ ଉଦୟ, ସୂର୍ଯ୍ୟ ଅସ୍ତ, ଦିନ ବାରଟା ରେ ଖାଇବା, ଶୋଇବା କିମ୍ବା ଝଗଡା କରିବାର ଅଭ୍ୟାସ ଥାଏ । ସେମାନଙ୍କ ଜୀବନରେ ଦାରିଦ୍ରତା ଆସିବା ନିଶ୍ଚିନ୍ତ । ଏହା ଆପଣଙ୍କ ଦୁର୍ଭାଗ୍ୟର ଏକ ବଡ ସୂଚକ ବୋଲି ଜାଣିନିଅନ୍ତୁ ।

ଦଶମ: ସକାଳୁ ଜଳଖିଆ ନ ଖାଇ ଯେଉଁ ମାନଙ୍କର ଚା ପିଇବା ଅଭ୍ୟାସ ରହିଛି ସେମାନଙ୍କର ହଜମ ଶକ୍ତି ଦୁର୍ବଳ ହୋଇଥାଏ । ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଏଗାର: ଖାଦ୍ୟରୁ  ଚୁଟି ବାହାରିବା ଅଶୁଭ ହେବା ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଆପଣ ଏହି ସମସ୍ତ କଥାକୁ ଧ୍ୟାନରେ ରଖି କାର୍ଯ୍ୟ କରନ୍ତୁ ସୁଫଳ ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button