ହୀରାକୁଦ ଡ୍ୟାମ କାହିଁକି ଓ କେମିତି ତିଆରି ହୋଇଥିଲା ? ଜାଣନ୍ତୁ ଏହି ଡ୍ୟାମ ପଛରେ ଥିବା ସଂପୂର୍ଣ୍ଣ ଇତିହାସ ! Hirakud dam

ହୀରାକୁଦ ଡ୍ୟାମ କେମିତି ନିର୍ମାଣ ହୋଇଥିଲା ? ଇଞ୍ଜିନିୟର ଏମ ଭିଶେସଭରାୟ 1937 ମସିହାରେ ହୋଇଥିବା ବାତ୍ୟାକୁ ଦେଖି ମହାନଦୀରେ ଏକ ଡ୍ୟାମ ତିଆରି ହେବା କଥା ଚିନ୍ତା କରିଥିଲେ । କାରଣ ଅଧିକ ଦିନ ଧରି ବର୍ଷା ଲାଗି ରହିଲେ । ମହାନଦୀରେ ବନ୍ୟା ସୃଷ୍ଟି ହୋଇଥାଏ । ଯାହା ଫଳରେ କି ମହାନଦୀ ଆଖପାଖ ଏରିଆ ଏହାଦ୍ବାରା ବହୁ ମାତ୍ରାରେ ପ୍ରଭାବିତ ହୋଇଥାଏ । ଇଞ୍ଜିନିୟର ଏମ ଭିଶେସଭରାୟ ପ୍ରଥମେ ମହାନଦୀରେ ଡ୍ୟାମ ନିର୍ମାଣ ହେବା କଥା ପ୍ରସ୍ତାବ ରଖିଥିଲେ ।
1945 ମସିହାରେ ଯେତେବେଳେ ଡକ୍ତର ବିଆର ଆମ୍ବେଦକର ଚେୟାରମ୍ୟାନ ଥିଲେ । ସେ ମହାନଦୀରେ ଡ୍ୟାମ ହୋଇପାରିବ କି ନାହିଁ ତାହା ରିସର୍ଚ କରିବାକୁ ଅନୁମତି ଦେଇଥିଲେ । 1946 ମାର୍ଚ 15 ରେ ଓଡିଶାର ଗଭର୍ଣ୍ଣର ସାର ହାର୍ଥନ ଲୁଇସ ହୀରାକୁଦ ଡ୍ୟାମ ନିର୍ମାଣର ଭାର ନେଇଥିଲେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ 1948 ଏପ୍ରିଲ 12 ତାରିଖରେ ହୀରାକୁଦ ଡ୍ୟାମର ଶୁଭାରମ୍ଭ କରିଥିଲେ ।
ହୀରାକୁଦ ମୁଖ୍ୟବନ୍ଧର ଲମ୍ବା ୪. ୮ କିଲୋମିଟର ଦୁଇ ପାହାଡକୁ ଲଗାଇ ତାହାକୁ ତିଆରି କରାଯାଇଛି । ଗୋଟିଏ ପଟେ ଲକ୍ଷ୍ମୀ ଡୁବୁରୀ ଓ ଅନ୍ୟ ପଟେ ଚଣ୍ଡିଲ ଡୁବୁରୀ ଅଛି । ଏହାର ଉଚ୍ଚତା ହେଉଛି ୨୦୦ ଫୁଟ । ସମ୍ବଲପୁର ଠାରୁ ୧୫ କିଲୋମିଟର ଦୂରରେ ଏହି ହୀରାକୁଦ ଡ୍ୟାମଟି ନିର୍ମାଣ କରାଯାଇଥିଲା । ଏସିଆର ସବୁଠାରୁ ଲମ୍ବା ଡ୍ୟାମ ନାମରେ ହୀରାକୁଦ ଡ୍ୟାମ ପରିଚିତ ଅଟେ ।
ଏହି ଡ୍ୟାମ ହେଉଛି ଓଡିଶାର ସର୍ବ ବୃହତ ଡ୍ୟାମ । ଏହି ଡ୍ୟାମରେ ସମୁଦାୟ ୯୮ ଟି ଗେଟ୍ ରହିଛି । ସେଥିମଧ୍ୟରୁ ୬୪ ଟି ସୁଇସ ଗେଟ୍ ଓ ୩୪ ଟି କ୍ରେଷ୍ଟ ଗେଟ୍ ଅଟେ । ଇଲେକ୍ଟ୍ରିକ ବାହାର କରିବା ଓ ଜଳ ସେଚନ କରିବା ହେଉଛି ଏହି ହୀରାକୁଦ ଡ୍ୟାମର ପ୍ରମୁଖ ଉଦ୍ଧେଶ୍ୟ । ବିଶେଷ କରି ପଶ୍ଚିମ ଓଡିଶାର ଚାଷ ଜମିକୁ ଜଳ ସେଚନ କରିବା ଏହାର ଉଦ୍ଧେଶ୍ୟ ରହିଥିଲା । ଡ୍ୟାମର ଜଳ ସେଚନରୁ ୧, ୫୯, ୧୦୬ ହେକ୍ଟର୍ସର ଖରିଫ ଫସଲ କରାଯାଉଥିଲା ।
ସେହିପରି ୧, ୦୮, ୩୮୫ ହେକ୍ଟର୍ସ ରବି ଫସଲ କରାଯାଉଥିଲା । ଏହି ହୀରାକୁଦ ଡ୍ୟାମର ନିର୍ମାଣ ନହେଉ ବୋଲି ସେ ସମୟରେ ୩୦, ୦୦୦ ରୁ ଅଧିକ କୃଷକ ମନା କରି ଏଥିପାଇଁ ଆନ୍ଦୋଳନ ମଧ୍ୟ କରିଥିଲେ । ହୀରାକୁଦ ଡ୍ୟାମ ଦ୍ଵାରା ପ୍ରାୟ ୧୫, ୦୦୦ ଲୋକ ପ୍ରଭାବିତ ହୋଇଥିଲେ । ଏଥିସହ ପ୍ରାୟ ୨୨, ୦୦୦ ହଜାର ଲୋକ ଏଥିପାଇଁ ବିସ୍ଥାପିତ ହୋଇଥିଲେ ।
୧୯୫୬ ମସିହାରେ ଅନେକ ଲୋକଙ୍କୁ ଏଥିପାଇଁ କ୍ଷତିପୂରଣ ନଦେଇ ସେଠାରୁ ସ୍ଥାନାନ୍ତରଣ କରିଦିଆଯାଇଥିଲା । ଏହି ଡ୍ୟାମ ନିର୍ମାଣ ପାଇଁ ସେ ସମୟରେ ୯୨.୮୦ କୋଟି ଟଙ୍କା ଖର୍ଚ କରାଯାଇଥିଲା । ୧୯୫୬ ମସିହା ଜୁନ ମାସରେ ହୀରାକୁଦ ଡ୍ୟାମର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।