ରାଜ୍ୟ

ମା ବିରଜା ଦେବୀଙ୍କ ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ – Ibnodisha

[ad_1]

ଯାଜପୁର : ଶୁକ୍ରବାର ଅଧିଷ୍ଠାତ୍ରୀ ମା ବିରଜାଙ୍କ ତ୍ରିବେଣୀ ଅମାବାସ୍ୟା ଓ ମାଙ୍କ ଜନ୍ମବାର୍ଷିକ ଉତ୍ସବ ଉପଲକ୍ଷେ ବ୍ୟାସନଗର ସହର ସ୍ଥିତ ଷ୍ଟାଡିୟମ ରୋଡ଼ ବିରଜା ନଗରରେ ଆଜି ମା ବିରଜାଙ୍କ ମନ୍ଦିରରେ ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି l ମନ୍ଦିରପରିଚାଳନା କମିଟି ତରଫରୁ ଏହି ବାର୍ଷିକ ଉତ୍ସବଟି ମହା ସମାରୋହରେ ପାଳନ କରାଯାଇଛି l ତେବେ ଆଜି ସକାଳୁ ସୂର୍ଯ୍ୟ ପୂଜା, ଗୋ ପୁଜା, ଧରିତ୍ରୀଦେବୀ ପୂଜା, ଗୁରୁଦେବ ପୂଜା ଓ ମାଙ୍କ ଷୋଡଶ ଉପଚାର ପୂଜା ପରେ ଯଜ୍ଞ କରାଯାଇଥିଲା l ତେବେ ଦିବା ତିନିଟା ସମୟରେ ମାଙ୍କ ପୂର୍ଣ୍ଣାହୁତି ଆରମ୍ଭ ହୋଇଥିଲା l ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସଭାପତି ନିତ୍ୟାନନ୍ଦ ମହାଳିକ ଓ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦେଇ ଉତ୍ସବରେ ଆୟୋଜନର ମୁଖ୍ୟଭୂମିକା ଗ୍ରହଣ କରିଥିଲେ l ମନ୍ଦିର କମିଟି ତଥା ସ୍ଥାନୀୟ ଅଞ୍ଚଳ ବାସିନ୍ଦା ମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ଉତ୍ସବଟି ସମ୍ପୂର୍ଣ ହୋଇଥିଲା lଏଥିରେ ନିରଞ୍ଜନ ବିଶ୍ୱାଳ,ବିଜୟ କୁମାର ବରାଳ, ଚନ୍ଦ୍ରମଣି ସାମଲ ସ୍ମୃତିରଞ୍ଜନ ପଣ୍ଡା, ଦିଲ୍ଲୀପ କୁମାର ମହାନ୍ତି, ଭାଗ୍ୟଧର ମହାରଣା, ପ୍ରକାଶ ସାହୁ, ରମେଶ କାଣ୍ଡି, ସୁନୀଲ କୁମାର ଜେନା, କୁଞ୍ଜ ବିହାରୀ ମହାନ୍ତି,ନିରଞ୍ଜନ ଘଡ଼ାଇ, ଦିବ୍ୟାୟାଂଶୁ ମହାନ୍ତି, ନିରଞ୍ଜନ ମଲିକ ଓ ବିଶ୍ୱରଞ୍ଜନ ମଲିକ ପ୍ରମୁଖ ଯୋଗଦେଇ ପୂର୍ଣ୍ଣ ସହଯୋଗ କରିଥିଲେ l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button