IBN ଓଡ଼ିଶା ବ୍ୟୁରୋ

ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ସାବଧାନ! ଘଣ୍ଟା ଘଣ୍ଟା ଧରି ରିଲ୍ସ ଦେଖିବା ଦ୍ୱାରା ହେବ ଏହି ସ୍ୱାସ୍ଥ୍ୟ ସମସ୍ୟା

ଆଜିର ସମୟରେ ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ସେହିପରି ଭାବରେ ଦୀର୍ଘ ସମୟ ଧରି ମୋବାଇଲ ଚଳାଇବା ଏବଂ ରିଲ୍ସ ଦେଖିବା ଦ୍ୱାରା ଆମ୍ଭମାନଙ୍କର ଟାଇମ ପାସ୍ ହୋଇଯାଉଛି ସତ କିନ୍ତୁ ଏହା ଦ୍ୱାରା ମଣିଷ ଭୟଙ୍କର ରୋଗର ଶିକାର ହୋଇପାରେ।

Phone

ହାବାର୍ଡ ମେଡିକାଲ ସ୍କୁଲର ଗୋଟିଏ ଅଧ୍ୟୟନ ଅନୁଯାଇ, ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣ ରୀଲ୍ସ ଦେଖିବା ଦ୍ୱାରା ‘ମାସ ସାଇକୋଜେନିକ ଇଲନେସ’ ନାମକ ରୋଗରେ ପୀଡିତ ହୋଇ ପାରନ୍ତି। କଥା ହେବା ସମୟରେ ଗୋଡ଼ ହଲାଇବା ଏହି ରୋଗର ସାଧାରଣ ଲକ୍ଷଣ ହୋଇଥିବା ବେଳେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ।

ADHD

କେବଳ ସେତିକି ନୁହେଁ ମୋବାଇଲ ଅଧିକ ସମୟ ଦେଖିବା ଦ୍ୱାରା ଏହାର ସିଧା ପ୍ରଭାବ ଆମ୍ଭର ସ୍ମରଣଶକ୍ତି ଉପରେ ପଡିଥାଏ। ଏପରି ପରିସ୍ଥିତିରେ ଆପଣଙ୍କ କନ୍ସନଟ୍ରେଟ ବ୍ରେକ ହେବାକୁ ଲାଗିଥାଏ। ସେମାନଙ୍କର ଏହି ସ୍ଥିତି କୁ ଆଟେନ୍ସନ୍ ଡେ଼ଫିସିଟ ହାଇପରଆକ୍ଟିଭିଟି ଡ଼ିସ ଅର୍ଡର କୁହାଯାଇ ଥାଏ। ଏହା ବ୍ୟତୀତ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ମୋବାଇଲ ଦେଖିବା ଦ୍ୱାରା ପିଠି ଯନ୍ତ୍ରଣା, ମାଈଗ୍ରେନ, ମୁଣ୍ଡ ବିନ୍ଧା ଓ ଡିପ୍ରେସନ ଭଳି ସମସ୍ୟା ଦେଖାଦେଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button