ଦେଶ

ଚାଷୀମାନଙ୍କ ଦ୍ବିତୀୟ ଦିନରେ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ – Ibnodisha

[ad_1]

ନୂଆଦିଲ୍ଳୀ : ପଞ୍ଜାବ-ହରିଆଣା ସୀମାରେ ଗତକାଲି ପୁଲିସ ସହିତ ସଂଘର୍ଷ ହୋଇ ଅସନ୍ତୋଷ ପ୍ରକାଶ ପାଇଥିବା ସତ୍ତ୍ବେ କୃଷକମାନେ ବୁଧବାର ଦିନ ଦିଲ୍ଲୀ ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଛନ୍ତି। ବିଭିନ୍ନ ଦାବି ନେଇ ଗତକାଲିଠାରୁ ଚାଷୀ ସଂଗଠନର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନ ଫଳରେ ପଞ୍ଜାବ-ହରିଆଣା ସୀମାର ସମ୍ଭୁଠାରେ ଶହ ଶହ ଟ୍ରାକ୍ଟର ଟ୍ରଲି ଧାଡ଼ି ‌ହୋଇ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ସତ୍ତ୍ବେ ଚାଷୀମାନେ ପୁଲିସ୍‌ ବ୍ୟାରିକେଡ୍‌ ଭଙ୍ଗ କରିଥିବା ଦେଖିବାକୁ ମିଳିଛି। ଫଳରେ ଗତକାଲି ପରି ଆଜି ମଧ୍ୟ ପୁଲିସ୍ ଟିୟର୍‌ ଗ୍ୟାସ୍‌ ବା ଲୁହ ବୁହା ଗ୍ୟାସ୍‌ ପକାଇ ପରିସ୍ଥିିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଂଗଠନର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ କୃଷକମାନେ ‘ଦିଲ୍ଲୀ ଚଲୋ’ ଆନ୍ଦେଳନ ଜାରି ରଖିଥିବା ବେଳେ ପଞ୍ଜାବ-ହରିଅ‌ାଣା ସୀମାରେ ଗଣ୍ଡଗୋଳ ଉପୁଜିଥିଲା। ଉ‌ଲ୍ଲେଖଯୋଗ୍ୟ, ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button