ରାଜନୀତି

ରାଜ୍ୟ ବାହାରକୁ ୩୦ଲକ୍ଷ ଯୁବକ ଯୁବତୀ ଦାଦନ ଖଟିବାକୁ ଯିବା ଓଡ଼ିଶା ଶିଳ୍ପର ‘ବିକାଶ ନା ବିଫଳତା’? : ଦିଲୀପ ମଲ୍ଲିକ – Ibnodisha

[ad_1]

 ନୂଆ ଲୋକଙ୍କ ମୁହଁରେ ନୂଆ ମିଛ କୁହାନ୍ତି ମୁଖ୍ୟମନ୍ତ୍ରୀ

 ରାଜ୍ୟର ଶିଳ୍ପାଂଚଳ ବର୍ତମାନ ‘ୱେୟାର ହାଉସ’(ଗୋଦାମ ଘର)ରେ ପରିଣତ ହୋଇଛି
 ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା କାରଣରୁ ଶିଳ୍ପଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ନକରି କେବଳ ଜମି ହଡପରେ ଲିପ୍ତ ରହୁଛନ୍ତି
 ନବୀନ ବାବୁଙ୍କ ଶାସନ କାଳରେ ଅନେକ ବ୍ୟକ୍ତିଗତ ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇଛି
 ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ ପ୍ରମୁଖଙ୍କ ସମେତ ନବୀନ ନିବାସର କର୍ମଚାରୀ ସରୋଜ ସାହୁ ହିଁ ନବୀନ ବାବୁଙ୍କ ସରକାରର ଗୋଟିଏ ଗୋଟିଏ ଶିଳ୍ପ!
 ପ୍ରତିଦିନ ସରକାରୀ ଅଧିକାରୀଙ୍କ ଘରୁ ପୁଳା ପୁଳା ଟଙ୍କା ସୁନା ବାହାରୁଛି ଏବଂ ସେଗୁଡିକ ନବୀନ ବାବୁଙ୍କ ସରକାରର ଉତ୍ପାଦନ
 ବିଦେଶୀ ପୁଞ୍ଜି ନିବେଶରେ ଓଡ଼ିଶା ତଳଆଡୁ ୫ନମ୍ବର
 “ମେକ୍ ଇନ୍ ଓଡିଶା କନକ୍ଲେଭ” ନାଁରେ ଓଡ଼ିଶା ଭିତରେ ଓ ବାହାରେ ସରକାରୀ ଅଧିକାରୀ ଏବଂ ବିଜେଡି ନେତାମାନେ ଅବସର ବିନୋଦନ କରୁଛନ୍ତି

ଭୁବନେଶ୍ୱର : ବିଜୁ ଜନତା ଦଳ ସରକାରର “କଥା ଅଧିକ, କାମ କମ୍‌” । ନୂଆ ନୂଆ ଲୋକଙ୍କ ମୁହଁରେ ନୂଆ ନୂଆ ମିଛ କୁହାଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାରେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସରକାର ଧୁରନ୍ଦର । ଶିଳ୍ପାନ୍ୱୟନ, ଶିଳ୍ପଦ୍ୟୋଗ ଆଦି ନାଁରେ ଧାରାବାହିକ ଭାବେ ବିଗତ ୨୩ ବର୍ଷ ଧରି ଓଡ଼ିଶାର ଯୁବକ ଯୁବତୀଙ୍କୁ ପ୍ରତାରଣା କରିଆସୁଛି ନବୀନ ସରକାର । ରାଜ୍ୟର ଶିଳ୍ପାଚଂଳ ବର୍ତମାନ ‘ୱେୟାର ହାଉସ’(ଗୋଦାମ ଘର)ରେ ପରିଣତ ହୋଇଛି । ଶିଳ୍ପପତିଙ୍କୁ ମାଗଣା ଜମି ଦିଆଯାଉଛି କିନ୍ତୁ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ । ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା କାରଣରୁ ଶିଳ୍ପଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ନକରି କେବଳ ଜମି ହଡପରେ ଲିପ୍ତ ରହୁଛନ୍ତି । ସେମାନେ ଜମି ନେଇ ପାର୍‌, ଶିଳ୍ପର ନାଁ ଗନ୍ଧ ନାହିଁ । ଜନୈକ ମହାରାଷ୍ଟ୍ର ସଂସ୍ଥା ନବୀନ ବାବୁଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀଭାବେ ସାର୍ଟିଫିକେଟ୍ ଦେଇ ଜମି ହାତେଇ ପାର୍ ହୋଇଗଲେ । ନା ୟୁନିଭରସିଟ୍ ହେଲା ନା ଶିଳ୍ପ । ଆଜି ବି ରାଜ୍ୟ ବାହାରକୁ ୩୦ଲକ୍ଷ ଯୁବକ ଯୁବତୀ ଦାଦନ ଖଟିବାକୁ ଯାଇଛନ୍ତି । ଏହା ଓଡ଼ିଶା ଶିଳ୍ପର ‘ବିକାଶ ନା ବିଫଳତା’? ତାହା ବିଜେଡି ପ୍ରବକ୍ତାମାନେ ସ୍ପଷ୍ଟ କରିବା ଉଚିତ ଥିଲା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି ।
ନବୀନ ବାବୁଙ୍କ ଶାସନ କାଳରେ ଅନେକ ବ୍ୟକ୍ତିଗତ ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇଛି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ ପ୍ରମୁଖଙ୍କ ସମେତ ନବୀନ ନିବାସର କର୍ମଚାରୀ ସରୋଜ ସାହୁ ହିଁ ନବୀନ ବାବୁଙ୍କ ସରକାରର ଗୋଟିଏ ଗୋଟିଏ ଶିଳ୍ପ! ସେହିପରି ପ୍ରତିଦିନ ସରକାରୀ ଅଧିକାରୀଙ୍କ ଘରୁ ପୁଳା ପୁଳା ଟଙ୍କା ସୁନା ବାହାରୁଛି ଏବଂ ସେଗୁଡିକ ନବୀନ ବାବୁଙ୍କ ସରକାରର ଉତ୍ପାଦନ । ବିଦେଶୀ ପୁଞ୍ଜି ନିବେଶରେ ଓଡ଼ିଶା ତଳଆଡୁ ୫ନମ୍ବର । ଓଡ଼ିଶାରେ ଖଣି, ପାଣି, ଜଙ୍ଗଲ, ଜମି, ପାନ ଓ ମୀନ ଥିଲେ ବି ଓଡିଶା ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ଓଡ଼ିଆ ଯୁବକ ଆଜି ବେକାର । ରାଜ୍ୟ ସରକାରଙ୍କ ଶିଳ୍ପ ନୀତି “ଶୋ ଚୁହେ ଖାଆକେ ବିଲି ଅବ୍ ହଜ୍‌କୋ ଚଲି” ସଦୃଶ । “ମେକ୍ ଇନ୍ ଓଡିଶା କନକ୍ଲେଭ” ନାଁରେ ଓଡ଼ିଶା ଭିତରେ ଓ ବାହାରେ ସରକାରୀ ଅଧିକାରୀ ଏବଂ ବିଜେଡି ନେତାମାନେ ଅବସର ବିନୋଦନ କରୁଛନ୍ତି । ନିର୍ବାଚନ ପୂର୍ବରୁ ପୁଣି ଥରେ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ବିଜେଡି ପ୍ରବକ୍ତାମାନେ ନୂଆ ଲୋକଙ୍କ ମୁହଁରେ ନୂତନ ମିଛ କୁହାଉଛନ୍ତି । ଓଡ଼ିଶାବାସୀ ନବୀନ ବାବୁଙ୍କ ମିଛ ଚେହେରା ବିଷୟରେ ଭଲଭାବେ ବୁଝି ସାରିଛନ୍ତି ଏବଂ ତାଙ୍କ ସ୍ପଷ୍ଟୀକରଣକୁ ଓଡ଼ିଶାବାସୀ ଆଦୌ ବିଶ୍ୱାସ କରୁନାହାନ୍ତି ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button