IBN ଓଡ଼ିଶା ବ୍ୟୁରୋ

ମୂଷା ଘରୁ ବାହାର କରିବାର ସହଜ ଏବଂ ସରଳ ଉପାୟ

Image Courtesy: Google

୧. ପେପରମିଣ୍ଟ ତେଲ :

ତେବେ ଆପଣ ମାନେ ପେପରମିଣ୍ଟ ତେଲ ବିଷୟରେ ବେସ ଭଲ ଭାବରେ ଜାଣିଥିବେ ତେବେ ପେପରମିଣ୍ଟ ତେଲ ଗନ୍ଧ ବହୁତ ହାର୍ଡ ହୋଇଥାଏ । ଏହି ତେଲ ଗନ୍ଧକୁ ମୂଷା ମାନେ ସହି ପାରନ୍ତି ନାହିଁ ଓ ଘର ଛାଡି ପଳାଇ ଥାନ୍ତି ତେବେ ଏହା ପାଇଁ ଆପଣଙ୍କୁ ଗୋଟେ ସରଳ ଉପାୟ କରିବାକୁ ହବ ଆପଣଙ୍କୁ ତୁଳାର ଛୋଟ ଛୋଟ ଗୁଲା କରି ଏଥିରେ ପେପରମିଣ୍ଟ ତେଲ ଢାଳି ଏହାକୁ ମୂଷା ରହିବା ସ୍ଥାନରେ ରଖି ଦିଅନ୍ତୁ ଦେଖିବେ ଏହାର ଗନ୍ଧ ପାଇଲା ମାତ୍ରେ ମୂଷା ଘର ଛାଡି ପଳାଇବେ ।

Image Courtesy: Google

୨. ଲଙ୍କା ପାଉଡର :

ତେବେ ଆପଣ ମାନଙ୍କ ସମସ୍ତଙ୍କ ଘରେ ଲଙ୍କା ପାଉଡର ଥିବ, ଆଜି ଆମେ ଆପଣଙ୍କୁ ଲଙ୍କା ପାଉଡର ଏମିତି ଗୋଟେ ଉପାୟ କହିବୁ ଯାହା ଆପଣ ଆଗରୁ କେବେ ଶୁଣି ନଥିବେ,ତେବେ କିଛି ଶୁଖିଲା ଅଟାରେ ଲଙ୍କା ପାଉଡର ଗୋଳେଇ ଦିଅନ୍ତୁ ଏହା ପରେ ଏହି ମିଶ୍ରଣକୁ ମୂଷା ଯାଉଥିବା ବା ଆସୁଥିବା ଜାଗାରେ ରଖି ଦିଅନ୍ତୁ, ମୂଷା ମାନଙ୍କର ସୁଙ୍ଘିବା ଶକ୍ତି ଅଧିକ ଥାଏ ତେବେ ଏହି ମିଶ୍ରଣକୁ ସୁନିଘିବା ପରେ ମୂଷା ପୀଡା ପାଇଥାନ୍ତି ଓ ଆପଣଙ୍କ ଘର ଛାଡି ପଳାନ୍ତି ତେବେ ଛୁଆଙ୍କୁ ଏହି ମିଶ୍ରଣ ଠାରୁ ଦୂରେଇ ରଖନ୍ତୁ ।

Image Courtesy: Google

୩. ତେଜ ପତ୍ର :

ତେବେ ଆମେ ସମସ୍ତେ ଏହା ଜାଣିଛୁ ଯେ ତେଜ ପତ୍ର ରୋଷେଇ ରେ ବ୍ୟବହାର କରା ଯାଇଥାଏ କିନ୍ତୁ ଏହା ବହୁତ କମ ଲୋକ ଜାଣିଛନ୍ତି ଯେ ତେଜ ପତ୍ର ଦ୍ଵାରା ମୂଷାକୁ ମଧ୍ୟ ଦୂର କରା ଯାଇ ପାରେ । ତେବେ ରାତିରେ ଶୋଇଲା ବେଳେ କିଛି ତେଜ ପତ୍ର ଜଳାଇ ଏହାକୁ ଘର ଭିତରେ ରଖି କବାଟ ଝରକା କିଛି ସମୟ ପାଇଁ ବନ୍ଦ କରି ଦିଅନ୍ତୁ ଏମିତି କରିବା ଦ୍ଵାରା ତେଜ ପତ୍ର ଗନ୍ଧ ପୁରା ରୁମରେ ବ୍ୟାପିଯିବ ଯାହା ପରେ ଘର ମୂଷା ଘର ଛାଡି ପଳାଇବେ ତେବେ ଏହି ଉପାୟ ଆପଣଙ୍କ ପାଇଁ ବହୁତ ସହଜ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button