ଦେଶ

ନୀତିଶ ଜଣେ ପଲ୍‌ଟୁରାମ୍‌, ଆସିଲେ ଦେଖିବା; ରାହୁଲ ଜଣେ ଭଲ ପ୍ରଧାନମନ୍ତ୍ରୀ ହୋଇପାରିବେ: ଲାଲୁ – Ibnodisha

[ad_1]

ପାଟନା : ବିହାର ମୁୂଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜ୍ୟରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ କଂଗ୍ରେସର ହାତ ଛାଡି ଏନ୍‌ଡିଏରେ ସାମିଲ ହୋଇସାରିଛନ୍ତି । ଏପରିକି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ସହ ସରକାର ମଧ୍ୟ ଗଠନ କରିସାରିଛନ୍ତି । ଏସବୁ ସତ୍ତ୍ୱେ ଲାଲୁ ଆଜି ନୀତୀଶଙ୍କ ଉଦ୍ଦେଶ୍ୟରେ ଏକ ବଡ଼ କଥା କହିଛନ୍ତି । କିଛି ଗଣମାଧ୍ୟମ ପ୍ରତିନିଧି, ଲାଲୁଙ୍କୁ ନୀତୀଶଙ୍କ ସମ୍ପର୍କରେ ପ୍ରଶ୍ନ କରିଥିବା ବେଳେ ଲାଲୁ କହିଛନ୍ତି, ନୀତୀଶଙ୍କ ଦଳ ପରିବର୍ତ୍ତନ କରିବାର ଅଭ୍ୟାସ ରହିଛି । ସେ ଯେପରି ତାଙ୍କ ଦଳ ଆରଜେଡି ଏବଂ କଂଗ୍ରେସକୁ ଛାଡି ଏନ୍‌ଡିଏରେ ମିଶିବା ପାଇଁ ଚାଲିଯାଇଛନ୍ତି, ଠିକ୍ ସେହିପରି ସେଠାରେ ତାଙ୍କ ଭଲ ନଲାଗିଲେ ସେ ପୁଣିଥରେ ପକ୍ଷ ପରିବର୍ତ୍ତନ କରିବାକୁ ଅଧିକ ବିଳମ୍ବ କରିବେନି । ସେ ପୁଣିଥରେ ଆରଜେଡି ଏବଂ କଂଗ୍ରେସ ସହ ମେଣ୍ଟ କରିବାକୁ ଆସିଯିବେ । ତେବେ ନୀତୀଶଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା ରହିଛି । ଯଦି ନୀତୀଶ ଆସିବାକୁ ଚାହିଁବେ ତେବେ ଦେଖିବା ବୋଲି ଲାଲୁ କହିଛନ୍ତି ।

ସେହିପରି ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ôଥତ୍ୱ ଉପରେ କରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଲାଲୁ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ଯାହାସବୁ ଗୁଣ, ଯୋଗ୍ୟତାର ଆବଶ୍ୟକ ରହିଛି ସେସବୁ ରାହୁଲଙ୍କ ପାଖରେ ରହିଛି । ରାହୁଲ ଦେଶର ଜଣେ ଭଲ ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ଲାଲୁ କହିଛନ୍ତି । ଏତଦ୍‌ବ୍ୟତୀତ ସମ୍ପ୍ରତି ଦେଶରେ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ଏବଂ ହରିଆଣାର ସିଙ୍ଘୁ ବର୍ଡରରେ ବିକ୍ଷୋଭରତ କୃଷକଙ୍କ ଉପରେ ଲାଠି ମାଡ, ପାଣି ମାଡ ତଥା ରବର ଗୁଳି ମାଡ କରାଯିବା ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଲାଲୁ କହିଛନ୍ତି ଯେ, ତାଙ୍କ ଦଳର ପୂର୍ଣ୍ଣ ସମର୍ଥନ କୃଷକଙ୍କ ସହ ରହିଛି । କୃଷକଙ୍କ ଦାବି ସମ୍ପୂର୍ଣ୍ଣ ନ୍ୟାୟଯୁକ୍ତ ଏବଂ ଅଧିକାର ତଥା ହକ୍ ପାଇଁ ସେମାନଙ୍କ ଲଢ଼େଇରେ ପୁରା ଦେଶ କୃଷକଙ୍କ ସହ ରହିଛି ବୋଲି ଲାଲୁ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button