ସ୍ୱାସ୍ଥ୍ୟ

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବଢ଼ିଆ ଔଷଧ କଲରା ଆଚାର

କଲରା ସ୍ୱାଦ ରେ ସବୁଠାରୁ ଅଧିକ ନାପସନ୍ଦ କରୁଥିବା ପରିବା। କଲରା କିନ୍ତୁ ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଭଲ। ଏହା ଫ୍ୟାଟ୍‌ କଣ୍ଟ୍ରୋଲ କରିବା ସହିତ ଆପଣଙ୍କ ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିଥାଏ। ଡାଏଟରେ କଲରାକୁ ନିଶ୍ଚୟ ସାମିଲ କରନ୍ତୁ। ଯଦି ଆପଣ କଲରା ପରିବାକୁ ପସନ୍ଦ କରୁନାହାଁନ୍ତି ତାହେଲେ ଆପଣ ଚଟପଟା ଆଚାର ବନାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୫୦୦ ଗ୍ରାମ କଲରା
  • ୩ ଚାମଚ ସୋରିଷ
  • ୨ ଚାମଚ ଜିରା
  • ୧ ଚାମଚ ଜୁଆଣୀ
  • ୨ ଚାମଚ ମେଥି ଦାନା
  • ୧/୪ ଚାମଚ ହେଙ୍ଗୁ
  • ୧ ଚାମଚ ହଳଦି
  • ୨ ଚାମଚ ପାନମଧୁରୀ
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ୧/୨ ଚାମଚ ଗରମ ମସଲା
  • ୧ ବଡ ଚାମଚ ଆମଚୁର ପାଉଡର
  • ୧/୪ ଚାମଚ ଲେମ୍ବୁ
  • ୪ ଛୋଟ ଚାମଚ ସୋରିଷ ତେଲ
  • କଳା ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ କଲାରାକୁ ୨ ରୁ ୩ ଥର ଧୋଇ ପତଳା ସ୍ଲାଇସରେ କାଟି ଦିଅନ୍ତୁ। ଏହାପରେ ଏକ ପାତ୍ର ନିଅନ୍ତୁ ଏବଂ କଲାରାକୁ ଲୁଣ ସହିତ ଭିଜାଇ ଦିଅନ୍ତୁ ଏବଂ ଘୋଡଣୀ ଘୋଡାଇ ଦିଅନ୍ତୁ। ୨୦ ମିନିଟ ପରେ ପାଣିକୁ ବାହାର କରି ପୁଣି ଥରେ ଧୋଇ ଦିଅନ୍ତୁ। ଏବେ ଏହାକୁ ସୂତା କପଡାରେ ଘୋଠାଇ ରଖନ୍ତୁ। ଏହାକୁ ୨୦ ରୁ ୩୦ ମିନିଟ ପର୍ଯ୍ୟନ୍ତ ସୁଖିବାକୁ ଦିଅନ୍ତୁ। ଏହାରି ଭିତରେ ସମସ୍ତ ମସଲାକୁ ୧ ମିନିଟ୍‌ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ ଏବଂ ଏହାକୁ ପେଶି ଏକ ପାଉଡର ବନାଇ ଦିଅନ୍ତୁ। ଏହାପରେ ଏକ ପ୍ୟାନ ନିଅନ୍ତୁ ଏବଂ ସେଥିରେ ସୋରିଷ ତେଲ ପକାନ୍ତୁ, ତେଲ ଗରମ ହେବା ପରେ କିଛି ରାଇ ଗୋଟା ସୋରିଷ ପକାଇ ତାକୁ ଫୁଟିବାକୁ ଦିଅନ୍ତୁ। ଏହାପରେ ହେଙ୍ଗୁ, ହଳଦି ପାଉଡର ପକାନ୍ତୁ, ପେଶି ରଖିଥିବା ପାଉଡର ପକାନ୍ତୁ ଏବଂ ମସଲାକୁ ପକାଇ ଫ୍ରାଏ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button