ଲିଭର, କିଡନି, ହାର୍ଟ କେମିତି ରହିବ ସୁସ୍ଥ ?

ଲିଭର ଆମ ଶରୀରର ଏକ ବହୁତ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ତେଣୁ ଆମେ ସୁସ୍ଥ ରହିବାକୁ ଚାହୁଁଥିଲେ ଆମ ଶରୀରର ଅଙ୍ଗ ଗୁଡିକୁ ପ୍ରଥମେ ସୁସ୍ଥ ରଖିବାକୁ ପଡିବ । ଗୋଟେ ସୁସ୍ଥ ଶରୀର ପାଇଁ ପ୍ରଥମେ ଆମକୁ ଆମ ଜୀବନଶୈଳୀ ଉପରେ ଗୁରୁତ୍ଵ ଦେବାକୁ ପଡିବ । ଯେପରି ଆମର ସକାଳୁ ଶୋଇବା ଠାରୁ ଆରମ୍ଭ କରି ରାତି ଶୋଇବା ପର୍ଯ୍ୟନ୍ତ ଦିନ ତମାମ ଯେତେ ମଧ୍ୟ କାମ ରହିଥାଉ । ସେଥିମଧ୍ୟରେ ଶରୀର ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ ।
ଯେପରି ଆମେ ପ୍ରତିଦିନ ସୁଷମ ସନ୍ତୁଳିତ ଖାଦ୍ୟ ଖାଇବାକୁ ଚେଷ୍ଟା କରିବା । ଯେଉଁ ଖାଦ୍ୟରୁ ଭିଟାମିନ, ମିନେରାଲ ଭଳି ଅନେକ ପୋଷକ ତତ୍ଵ ରହିଥିବ । ଯେତେ ସବୁ ତଟକା ପନିପରିବାଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ସହ ଠିକ ମାତ୍ରାରେ ପାଣି ପିଇବା । ତେଲଭାଜି ଖାଦ୍ୟ ପଦାର୍ଥ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବା । ଦିନରେ ଯେଉଁ ସମୟରେ ବି ସମୟ ଥିବ । ସେହି ସମୟରେ ଶରୀର ପାଇଁ ଏକ୍ସରସାଇଜ କରିବାକୁ ପଡିବ ।
ଶରୀରକୁ ଦରକାର ମୁତାବକ ପାଣି ପିଅନ୍ତୁ । ଦରକାର ଠାରୁ ଅଧିକ ପାଣି ପିଇବା ଦ୍ଵାରା କିଡନୀ ଉପରେ ପ୍ରେସର ପଡି କିଡନୀ ଡ୍ୟାମେଜ ହେବାର ସମ୍ଭାବନା ରହିଥାଏ । ତେଣୁ ଜଣେ ସୁସ୍ଥ ଲୋକ ଦିନକୁ 3 ରୁ 4 ଲିଟର ଭିତରେ ପାଣି ପିଇପାରିବେ । ଏଥିସହ ହେଲଦି ଖାଦ୍ୟ ଖାଆନ୍ତୁ ।



