IBN ଓଡ଼ିଶା ବ୍ୟୁରୋ

ଖଜୁରୀ ଖାଇବାର ସଠିକ ତରିକା, ଯାହା 99% ଲୋକ ଜାଣି ନାହାନ୍ତି

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଖଜୁରୀ ର ବିଶେଷ ଉପକାର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଖଜୁରୀ କୁ କେତେ ପରିମାଣରେ କିଭଳି ଖାଇବା ଉଚିତ ତାହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଦେବାକୁ ଯାଉଅଛୁ । ଏହା ଖାଇଲେ କଣ ଫାଇଦା ହୋଇଥାଏ ତାହା ବିଷୟରେ ଆସନ୍ତୁ ଏବେ ଜାଣିନେବା । ବନ୍ଧୁଗଣ ଯଦି ଆପଣ ଓଜନ ବଢାଇବା କିମ୍ବା ହ୍ରାସ କରିବା ନିମନ୍ତେ ଡାଏଟ କରୁଅଛନ୍ତି ତେବେ ଏହାକୁ କିଭଳି ବ୍ୟବହାର କରିବେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଖଜୁରୀ ଅନେକ ପ୍ରକାରର ହୋଇଥାଏ । ତାହାର ପ୍ରକାରକୁ ନେଇ ପ୍ରତ୍ୟକଙ୍କ ଫାଇଦା ମଧ୍ୟ ରହିଥାଏ । ମାତ୍ର ସେଥି ମଧ୍ୟରୁ ଗୋଟିଏ ଏଭଳି ଖଜୁରୀ ରହିଅଛି ଯାହାର କେବେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ । ବନ୍ଧୁଗଣ ଖଜୁରୀ ଶୁଖିଲା ଫଳ ଶ୍ରେଣୀରେ ଆସିଥାଏ । ଏଥିରେ କମ୍ପ୍ଲେକ୍ସ କାର୍ବୋହାଇନେକ ର ମାତ୍ରା ବହୁତ ଅଧିକ ରହିଥାଏ । ଏହାଫଳରେ ଏହା ଶରୀରକୁ ଶକ୍ତି ପ୍ରଦାନ କରିବାର କାମ କରିଥାଏ ।

ଏହା ସହିତ ଏଥିରେ ଅନେକ ପ୍ରକାର ର ଭିଟାମିନ ତଥା ମିନାରାଲ ମଧ୍ୟ ରହିଥାଏ । ଯାହା ଆମ ମସ୍ତିସ୍କ କୁ ଇମ୍ପୃଭ କରିବାରେ ଏବଂ ଆମ ଶରୀରର ହାଡ ଗୁଡିକୁ ମଜବୁତ କରିଥାଏ । ଏଥିରେ ରହିଥିବା ଅନ୍ୟ ଆଣ୍ଟି ଓକ୍ସିଡେଣ୍ଟ ସ୍ମରଣଶକ୍ତି କୁ ବୃଦ୍ଧି କରାଇବାରେ ସାହାୟ ହୋଇଥାଏ । ଏହା ଆଖି ର ଦ୍ରୁଷ୍ଟି ଶକ୍ତି କୁ ମଜବୁତ କରିବା ସହିତ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ବଞ୍ଚିତ କରିବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଏହାର କିଭଳି ଏବଂ କେଉଁ ସମୟରେ ବ୍ୟବହାର କରିବା ଉଚିତ । ଦର୍ଶକବନ୍ଧୁ କହିବାକୁ ଗଲେ ଆପଣ ଏହାକୁ ପୁରା ଦିନ ରେ କୌଣସି ସମୟରେ ମଧ୍ୟ ବ୍ୟବହାର କରି ପାରନ୍ତି । ମାତ୍ର ସଂପୂର୍ଣ୍ଣ ଦିନ ଭିତରେ ୩ ଟି ସମୟ ଏଭଳି ରହିଅଛି ଯେଉଁ ସମୟରେ ଏହାକୁ ବ୍ୟବହାର କରିବା ଦ୍ଵାରା ଅନେକ ଲାଭ ମିଳିଥାଏ ।

୧- ପ୍ରଥମେ ସକାଳୁ ଖାଲି ପେଟରେ ଏହାକୁ ସେବନ କରିପାରିବେ ।

୨- ଦ୍ବିତୀୟରେ ଜଳଖିଆ କରିବା ପରେ ଅଥବା ଦିପହରରେ ଖାଦ୍ଯ ଖାଇବା ପୂର୍ବରୁ ଅର୍ଥାତ ଦିବା ୧୧ ରୁ ୧୨ ମଧ୍ୟରେ ଥିବା ସମୟରେ ଖଜୁରୀ ର ବ୍ୟବହାର କରିପାରନ୍ତି ।

୩- ତୃତୀୟରେ, ସନ୍ଧ୍ୟା ସମୟରେ ଭୋକ ଲାଗିଲେ, ଖଜୁରୀ କୁ ଆପଣ ଖାଇ ପାରନ୍ତି ।

ବନ୍ଧୁଗଣ ଯଦି ଆପଣ ବ୍ୟାୟାମ କରୁଛନ୍ତି ତେବେ ଖଜୁରୀକୁ ଅଣ୍ଡାର ଧଳା ଭାଗ ସହିତ ସେବନ କରିପାରିବେ । ଏଥିରୁ ଭରପୁର ପ୍ରୋଟିନ ମିଳିଥାଏ । ଏହା ବ୍ଯତୀତ ଖଜୁରୀକୁ ଚିନୀ ବଦଳରେ ମଧ୍ୟ ବ୍ୟବହାର କରିପାରନ୍ତି । କାରଣ ଏହା ଚିନୀ ଭଳି ମିଠା ହେବା ସହିତ ଏଥିରେ ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ । ଏହା ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ ଏହାକୁ ପ୍ରସ୍ତୁତ କିଭଳି କରିବେ ଆସନ୍ତୁ ତାହା ବିଷୟରେ ଜାଣିବା, ପ୍ରଥମେ ଖଜୁରୀ କୁ ଖରାରେ ଭଲଭାବେ ଶୁଖାଇ ଦିଅନ୍ତୁ ଏହାପରେ ଏହାକୁ ନେଇ ଗ୍ରାଇଣ୍ଡର ରେ ଭଲଭାବେ ଚୂର୍ଣ୍ଣ କରି ବ୍ୟବହାର କରନ୍ତୁ । ଏହାକୁ ଆପଣ ଚିନୀ ବଦଳରେ ଯେକୌଣସି ପଦାର୍ଥରେ ମିଶାଇ ବ୍ୟବହାର କରିପାରିବେ । ଏହା ତାହାର ସ୍ଵାଦକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେବ । ଏବଂ ସ୍ଵାଦ ମଧ୍ୟ ଲାଗିବ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଭଲ ଲାଗିଲେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button