ଏହି ଗୋଟିଏ ପତ୍ର-୯୦ ବର୍ଷ ପର୍ଯ୍ୟନ୍ତ ରୋଗ ହେବାକୁ ଦେବନି
ଭାରତୀୟ ସଂସ୍କୃତିରେ ଆୟୁର୍ବେଦ ର ବହୁତ ମହତ୍ଵ ଅଟେ, ଆୟୁର୍ବେଦ ବହୁତ ପୁରୁଣା ଚିକିତ୍ସା ହୋଇଥାଏ ଯାହା ଦ୍ଵାରା ମଣିଷ ସ୍ଵସ୍ଥ ହବା ସହ ନୂଆ ଜୀବନ ପ୍ରାପ୍ତ କରି ଥାଏ । ଇଂରାଜୀ ଔଷଧ ଖାଇବା ଦ୍ଵାରା ଅମଣିଷ ଗୋଟେ ରୋଗ ଭଲ ହେଲେ ଅନ୍ୟ ଦୁଇଟି ରୋଗ ହେଇ ଯାଉଛି କିନ୍ତୁ ଆୟୁର୍ବେଦରେ ଏମିତି କିଛି ନଥାଏ ଓ ଆୟୁର୍ବେଦ ଔଷଧ ପୂର୍ଣ୍ଣ ରୂପରେ ପ୍ରାକୃତିକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ପ୍ରାକୃତିକ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ସେବନ ଦ୍ଵାରା ଆପଣଙ୍କ ୯୦ ବର୍ଷ ପର୍ଯ୍ୟନ୍ତ କିଛି ହବ ନାହିଁ ।
ଆପଣ ମାନେ ସମସ୍ତେ ଅମୃତ ଭଣ୍ଡା ନିଶ୍ଚିନ୍ତ ଖାଇଥିବେ, ତେବେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଅମୃତ ଭଣ୍ଡା ବହୁତ ଲାଭକାରୀ ଜିନିଷ ଅଟେ ।
ଏହାକୁ ଖାଇବା ଦ୍ଵାରା ଆପଣଙ୍କ ପେଟ ଗ୍ଯାସ ଓ ବହୁତ ପ୍ରକାର ସମସ୍ଯା ବହୁତ ସହଜରେ ଦୂର ହୋଇଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ପତ୍ର ବିଷୟରେ କହିବାକୁ ଯାଉଛୁ ତାହା ଅନ୍ୟ କୌଣସି ଫଳର ନୁହ ଅମୃତ ଭଣ୍ଡା ର ଅଟେ । ଅମୃତ ଭଣ୍ଡା ପତ୍ର ବହୁତ ଲାଭକାରୀ ଅଟେ, ଏହାର ଜୁଷ ପିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଥାଏ । ଅମୃତ ଭଣ୍ଡା ପତ୍ର ଖାଇବାରେ ପିତା ନିଶ୍ଚିନ୍ତ ଲାଗିଥାଏ କିନ୍ତୁ ଏହାର ଲାଭ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ ।
ଅମୃତ ଭଣ୍ଡା ପତ୍ରରେ ବିଟାମିନ, ଏ, ବି,ସି, ଡି, ଓ ଇ ମାତ୍ରା ବହୁତ ପରିମାଣରେ ରହିଥାଏ ଏହା ଛଡା କ୍ୟାଲସିୟମ ମାତ୍ରା ଭଣ୍ଡା ଗଛରେ ଅଧିକ ହୋଇଥାଏ । ଏହାର ସେବନ କରିବା ଦ୍ଵାରା ଏହା ଆପଣଙ୍କ ଶରୀର ରୋଗ ପ୍ରତିରୋଧକ କ୍ଷମତାକୁ ବେସ ଅଧିକ ମାତ୍ରାରେ ବଢାଇଥାଏ, ଅମୃତ ଭଣ୍ଡା ପତ୍ର ଆମ ଶରୀର ଇମୁନିଟି ପାୱର ବଢେଇଥାଏ ଓ କ୍ୟାନ୍ସର ଭଳି ଭୟଙ୍କର ରୋଗ ଠାରୁ ମଧ୍ୟ ବଞ୍ଚାଇଥାଏ । ଏହି ପତ୍ରରେ ବ୍ୟାକ୍ଟେରିଆ ଠାରୁ ଲଢିବାର ଅସିମ ଶକ୍ତି ହୋଇଥାଏ ତେବେ ଯେଉଁ ବ୍ୟକ୍ତି ଭଣ୍ଡା ପତ୍ର ସେବନ କରନ୍ତି ତାଙ୍କୁ ଫ୍ଲୁ, ଥଣ୍ଡା ଜର, କାସ ଭଳି ସମସ୍ଯା କେବେ ହୋଇ ନଥାଏ ।
ଅମୃତ ଭଣ୍ଡା ରେ ଏନ୍ଟି ମେଲେରିଆ ହୋଇଥାଏ ଏହା ଛଡା ଏହାକୁ ସେବନ କରିବା ଦ୍ଵାରା ଶରୀରରେ ୱ୍ହାଇଟ ବ୍ଲଡ ସେଲ ମାତ୍ରା ବଢାଇଥାଏ ଯାହା ଆପ୍ପାନାଙ୍କୁ କୌଣସି ପ୍ରକାର ରୋଗ ର ଆକ୍ରମଣରୁ ବଞ୍ଚାଇଥାଏ । ଡେଙ୍ଗୁ ଭଳି ରୋଗରୁ ଲଢିବା ପାଇଁ ଏହାକୁ ରାମବାଣ ଚିକିତ୍ସା କୁହା ଯାଏ ଡେଙ୍ଗୁ ହୋଇଥିବା ସମୟରେ ମଣିଷକୁ ଅମୃତ ଭଣ୍ଡା ଜୁଷ କରି ଦେଲେ ତାଙ୍କ ସ୍ୱାସ୍ଥ୍ୟ ବହୁତ ଶୀଘ୍ର ଭଲ ହୋଇଥାଏ ।