IBN ଓଡ଼ିଶା ବ୍ୟୁରୋ

ହାର୍ଟ ଅଟାକ ହେବା ର ଗୋଟିଏ ମାସ ପୂର୍ବରୁ ଶରୀର ଦେଇଥାଏ ଏହି ସବୁ ସଂକେତ

ଆଜିକା ସମୟରେ କାହାକୁ ରୋଗ ହବା କୌଣସି ବଡ କଥା ନୁହେଁ କାହିଁକିନା ଆଜିକା ସମୟରେ ଲୋକଙ୍କ ଖାଦ୍ୟ ଏତେ ଦୂଷିତ ଅଛି ଯେ ସମସ୍ତଙ୍କୁ କିଛି ନା କିଛି ରୋଗ ହେଉଛି ଓ କେହି ସମ୍ପୂର୍ଣ ରୂପରେ ସ୍ଵସ୍ଥ ନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ହାର୍ଟ ଅଟାକ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କୁ ଜାଣି ରଖିବା ଉଚିତ ।

କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ହାର୍ଟ ଅଟାକ ଆସିବା ଗୋଟେ ମାସ ଆଗରୁ ଆମ ଶରୀର ଏହାର ସଂକେତ ଦେଇଥାଏ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ସେଥିପାଇଁ ସଂକେତ ନ ଜାଣିପାରିବାରୁ ଲୋକେ ହଟାତ ହାର୍ଟ ଅଟାକର ଶିକାର ହୋଇଥାନ୍ତି । ଆଜି ଆମେ ଆପଣ ମାନାଙ୍କୁ ଏହି ସଂକେତ ବିଷୟରେ ସ୍ପଷ୍ଟ ଭାବରେ କହିବାକୁ ଯାଉଛୁ ।

୧. ବିନା କୌଣସି କାମରେ ଅଧିକ ଝାଳ ବୋହିବା । ଏହା ପ୍ରଥମ କାରଣ ଅଟେ ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦବା ଆବଶ୍ୟକ ଅଟେ ଯଦି ଆପଣଙ୍କୁ କିଛି କାମ ନକରି ମଧ୍ୟ ବହୁତ ଝାଳ ଆସୁଛି ତେବେ ଆପଣଙ୍କ୍ଲୁ ଡକ୍ଟର ପାଖକୁ ଯିବା ଉଚିତ ।

Image Courtesy: Google

୨. ଯଦି ଆପଣଙ୍କୁ ବାରମ୍ବାର ମୁଣ୍ଡ ବୁଲାଇଥାଏ ବା ବିପି ଲୋ ହବାର ସମସ୍ଯା ରହିଥାଏ ତେବେ ଆପଣଙ୍କୁ ଭଲ ଖାଇବା ଖାଇବା ସହ ନିଜର ଭଲ ଭାବରେ ଧ୍ୟାନ ରଖିବା ଉଚିତ ।

୩. ଯଦି ଆପଣଙ୍କୁ ବାରମ୍ବାର ଛାତିରେ କଷ୍ଟ ହୋଇଥାଏ ଓ ନିଶ୍ଵାସ ନବାରେ ଅସୁବିଧା ହୋଇଥାଏ ତେବେ ଏହା ମଧ୍ୟ ହାର୍ଟ ଅଟାକ ସମସ୍ଯା ହୋଇପାରେ । ଆପଣଙ୍କୁ ସାବଧାନ ରହିବା ଉଚିତ ।

Image Courtesy: Google

୪. ହାର୍ଟ ଅଟାକ ବହୁତ ହଟାତ ହୋଇଥାଏ ସେଥିପାଇଁ ଯଦି ଆପଣ ନିଜ କାମ ସ୍ଥାନରେ ଅଛନ୍ତି ବା କେଉଁଠି ଯାଇଛନ୍ତି ତେବେ ଯଦି ଆପ୍ପାନାଙ୍କୁ ଛାତିରେ କଷ୍ଟ ହୁଏ ତେବେ ଆପଣଙ୍କୁ ସବୁ କାମ ଛାଡି ସାଇଡରେ ବସିବା ଉଚିତ ଓ ଏହା ପରେ ଆପଣଙ୍କୁ ଜୋର ଜୋର ନିଶ୍ଵାସନବା ଉଚିତ ଏହା ଛଡା କାହାକୁ ନିଜ ସାହାଜ୍ଯ ପାଇଁ ଡାକନ୍ତୁ କାହିଁକିନା ଏହା ଏମିତି ଗୋଟେ ରୋଗ ଯାହା ଗୋଟେ ଘଣ୍ଟାରେ ଚିକିତ୍ସା ନକଲେ ମଣିଷ ମୃତ୍ୟୁ ମଧ୍ୟ ହୋଇପାରେ ସେଥିପାଇଁ ଆପଣ ମାନେ ଲୋକ ଥିବା ଜାଗାରେ ରହିବା ଉଚିତ ଆପନାଙ୍କୁ ଏକୁଟିଆ ରହିବା ଉଚିତ ନୁହଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button