ଦେଶ

ମହାରାଷ୍ଟ୍ର କ୍ୟାବିନେଟରେ ମରାଠା ସଂରକ୍ଷଣ ବିଲକୁ ମିଳିଲା ମଞ୍ଜୁରୀ – Ibnodisha

[ad_1]

ମହାରଷ୍ଟ୍ର : ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟରେ ମରାଠା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିଛି। ସରକାର ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ଏହି ବିଲକୁ ଅନୁମୋଦନ ଦେଇଛନ୍ତି। ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଏହି ବିଲ୍ ଆଗତ ହେବାର କାର‌୍ୟ୍ୟକ୍ରମ ରହିଛି।ପ୍ରକାଶ ଥାଉ କି, ମରାଠା ସଂରକ୍ଷଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା। ମହାରାଷ୍ଟ୍ରରେ ଥିବା ସମସ୍ତ ଓବିସି ଶ୍ରେଣୀର ବ୍ୟକ୍ତିଙ୍କୁ କୁନବି ପ୍ରମାଣପତ୍ର ପ୍ରଦାନ। କିଣ୍ଡରଗାର୍ଡେନଠାରୁ ସ୍ନାତକୋତ୍ତର ସ୍ତର ପର‌୍ୟ୍ୟନ୍ତ  ମାଗଣା ଶିକ୍ଷା ଏବଂ ସରକାରୀ ଚାକିରି ନିଯୁକ୍ତିରେ ମରାଠାଙ୍କ ପାଇଁ ଆସନ ସଂରକ୍ଷଣ ଆଦି ଦାବି କରି ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ। ଗତ ଜାନୁଆରୀରେ ଆନ୍ଦୋଳନ ତୀବ୍ର ହୋଇଥିଲା। ଏହାପରେ ଏକନାଥ ସିନ୍ଦେ ବିକ୍ଷୋଭସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ନେତା ମନୋଜ ଜରାଙ୍ଗେ ପାଟିଲଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସିନ୍ଦେ ସମସ୍ତ ଆବେଦନ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏଥିପାଇଁ ଖୁବ୍ ଶୀଘ୍ର ବିଧାନ ସଭାରେ ସ୍ୱତନ୍ତ୍ର ଅଧିବେଶନ ଆଣି ବିଲକୁ ପାରିତ କରାଯିବ ବୋଲି କହିଥିଲେ। ଏଥିପାଇଁ ଆଜି ମହାରାଷ୍ଟ୍ର ବିଧାସଭାର ସ୍ୱତନ୍ତ୍ର ଅଧିବେଶନ ବସୁଛି। ଏହା ପୂର୍ବରୁ କ୍ୟାବିନେଟରେ ଶିକ୍ଷା ତଥା ସରକାରୀ ଚାକିରିରେ ୧୦% ମରାଠା ସଂରକ୍ଷଣ ପାଇଁ ବିଲ୍ ଡ୍ରାଫ୍ଟକୁ ମଞ୍ଜୁରୀ ମିଳିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button