ଦେଶ

ସୁପ୍ରିମ୍‌କୋର୍ଟରେ ଦିଲ୍ଲୀ ସରକାରଙ୍କୁ ଝଟକା – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟ ବଜାୟ ରଖିଛନ୍ତି । ବର୍ତ୍ତମାନର ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବାର ଥିଲା । ମାତ୍ର କେନ୍ଦ୍ର ସରକାର ଏହାକୁ ୬ ମାସ ଲାଗି ବୃଦ୍ଧି କରିଥିଲେ । ତେବେ ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟି ସରକାର ଏହାକୁ ବିରୋଧ କରିଥିଲେ । ଫଳରେ ମାମଲା ସୁପ୍ରିମ କୋର୍ଟକୁ ଯାଇଥିଲା । ଆଜିର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ‘କେନ୍ଦ୍ରର ନିଷ୍ପତ୍ତି ସାମ୍ବିଧାନିକ କ୍ଷମତା ବଣ୍ଟନର ଉଲ୍ଲଂଘନ ନୁହେଁ’ । ଦିଲ୍ଲୀ ସରକାରଙ୍କ ପରିସର ବାହାରେ ଥିବା ପୁଲିସ, ଜମି ଓ ଜନଶୃଙ୍ଖଳା ସମ୍ବନ୍ଧୀୟ ଦାୟିତ୍ୱରେ ଥିବା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅଧିକାର ଦିଆଯାଇଛି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ରାୟ ପ୍ରାଥମିକ ଦୃଷ୍ଟିକୋଣ ଉପରେ ଆଧାରିତ ଏବଂ ଏହାର ଆଇନଗତ ଓ ସାମ୍ବିଧାନିକ ନୀତିର ମୂଲ୍ୟାଙ୍କନ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ ।

ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ସୀମିତ ଅବଧି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି ସୁପ୍ରିମ୍‌କୋର୍ଟଙ୍କୁ କହିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି । ଏହାପରେ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲଙ୍କୁ ପଚାରିଥିଲେ ଯେ ସରକାର କେଉଁ ବ୍ୟବସ୍ଥା ଅନୁଯାୟୀ ଏପରି କରିବାକୁ ଚାହୁଁଛନ୍ତି? ତିନି ଜଣିଆ ଖଣ୍ଡପୀଠଙ୍କୁ ସଲିସିଟର ଜେନେରାଲ କହିଛନ୍ତି ଯେ ନୂଆ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଆମେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁଛୁ । ଏହା ପରେ ଖଣ୍ଡପୀଠ ସଲିସିଟର ଜେନେରାଲଙ୍କୁ ପଚାରିଥିଲେ, ଆପଣ କେଉଁ କ୍ଷମତା ଅଧୀନରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ାଉଛନ୍ତି ଆମକୁ ସେହି ଆଇନ ଆଣି ଦେଖାନ୍ତୁ । ନଚେତ୍ ନୂଆ ନିଯୁକ୍ତି ଦିଅନ୍ତୁ । ତେବେ ସଲିସିଟର ଜେନେରାଲ ଖଣ୍ଡପୀଠଙ୍କୁ କହିଥିଲେ ଯେ କାର୍ଯ୍ୟକାଳ ବୃଦ୍ଧି କେବଳ ସୀମିତ ଅବଧି ପାଇଁ ଏବଂ ନୂତନ ନିଯୁକ୍ତି କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button