ଅପରାଧ

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ – Ibnodisha

[ad_1]

ବଲାଙ୍ଗୀର: ପାରିବାରିକ କଳହ ନେଲା ଜୀବନ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବରେ ହାଣି ହତ୍ୟା କଲା ସ୍ୱାମୀ । ବଲାଙ୍ଗୀର ପାଟଣାଗଡ଼ରୁ ଏଭଳି ଜଘଣ୍ୟ ହତ୍ୟାକାଣ୍ଡର ଅଭିଯୋଗ ଆସିଛି । ସୂଚନା ଅନୁସାରେ, ପାଟଣାଗଡ଼ ବ୍ରହ୍ମପୁରାରେ ରହୁଥିବା ଅଞ୍ଜନା ବାଗ ଓ କୃଷ୍ଣ ଚନ୍ଦ୍ରଙ୍କ ପରିବାରରେ ବଚସା କାରଣରୁ ହତ୍ୟାକାଣ୍ଡ ଘଟିଛି । ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହିଥିଲା । ଆଜି ସକାଳୁ ମଧ୍ୟ ୨ ଜଣଙ୍କ ମଧ୍ୟରେ କଥା କଟାକଟି ହୋଇଥିବା କହିଛନ୍ତି ପରିବାର ଲୋକେ । ଯାହା ପରେ ଅଞ୍ଜନା ବାଗ ଗାଧୋଇବା ପାଇଁ ସ୍ଥାନୀୟ ମାୟାବତୀ ନଦୀକୁ ଯାଇଥିଲେ । ଆଉ ସେତିକିବେଳେ ତାଙ୍କୁ ବାଟରେ ଅଟକାିଥିଲେ ସ୍ୱାମୀ କୃଷ୍ଣ ଚନ୍ଦ୍ର ବାଗ । ସେହି ସ୍ଥାନରେ ପୁଣି ଥରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ସମସ୍ତଙ୍କ ସମ୍ମୁଖରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଯାହାକି ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା । କେହି କିଛି ବୁଝିବା ଆଗରୁ ସ୍ୱାମୀ କୃଷ୍ଣ ଚନ୍ଦ୍ର ବାଗ ଆଣିଥିବା ଟାଙ୍ଗିଆରେ ଅଞ୍ଜନାଙ୍କୁ ବାରମ୍ବାର ପ୍ରହାର କରିଥିଲେ । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ସେପଟେ ଘଟଣା ପରେ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ସେଠାରୁ ଫେରାର ହୋଇଯାଇଥିଲା । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ପାଟଣାଗଡ଼ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରୁଛି ପୋଲିସ । ସେହିପରି ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଧରିଥିବାବେଳେ ତାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ମୃତ ମହିଳାଙ୍କ ବୋହୂ ଓ ପୁଅ କହିଛନ୍ତି, “ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା ଏବଂ ଗତ ରାତିରେ ମଧ୍ୟ ଝଗଡା ହୋଇଥିଲା । ଯେଉଥିପାଇଁ ଆଜି ସେ ତାଙ୍କୁ ଟାଙ୍ଗିଆରେ ହାଣି ଦେଇ ହତ୍ୟା କରିଛନ୍ତି ।” ତଥ୍ୟ ପ୍ରମାଣକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button