ରାଜ୍ୟ

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୫ ଗୁରୁତର – Ibnodisha

[ad_1]

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଯାତ୍ରା ଖମଣ ନିକଟରେ ଗତକାଲି ଏକ ଟ୍ରକ୍‌-ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବସ୍‌ର ୧୫ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତ ରାତିରେ ‘ଅନୁପମା’ ନାମକ ବସ୍‌ ପ୍ରାୟ ୩୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ବସ୍‌ଟି ଟିକାୟତପାଲି ଥାନା ଯାତ୍ରା ଖମଣ ଅଞ୍ଚଳ ରାତି ପ୍ରାୟ ୩ଟା ବେଳେ ଅତିକ୍ରମ କରିଥିଲା। ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି ବସ୍‌କୁ ମୁହାଁମୁହିଁ ପିଟିଥିଲା। ଫଳରେ ଉଭୟ ବସ୍‌ ଓ ଟ୍ରକ୍‌ର ସମ୍ମୁଖର ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button