IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସମୁଦ୍ର ଭିତରୁ ମିଳିଲା ଦ୍ଵାରିକା ନଗରୀର ଭଗ୍ନାବଶେଷ। ଆଜି ବି ସୁରକ୍ଷିତ ରହିଛି ଶ୍ରୀକୃଷ୍ଣଙ୍କ ଶରୀର : ଦେଖନ୍ତୁ ଭିଡ଼ିଓ

ଭାରତୀୟ ସଂସ୍କୃତି ଅନେକ ପୌରାଣିକ ତଥ୍ୟ ଉପରେ ଆଧାରିତ। ଆଜି ମଧ୍ୟ ଅନେକ ଲୋକେ ପୌରାଣିକ ଗାଥା ଉପରେ ବିଶ୍ୱାସ ରଖିଛନ୍ତି ଏବଂ ତାହାକୁ ମାନି କରି ଚଳୁଛନ୍ତି। ରାମଙ୍କ ଦ୍ୱାରା ନିର୍ମିତ ରାମ ସେତୁ ଆଜି ମଧ୍ୟ ଦଣ୍ଡାୟମାନ ହୋଇ ରହିଛି। ଯଦିଓ ଏହା ଭଗ୍ନାବଶେଷ ରେ ପରିଣତ ହୋଇଛି ହେଲେ ହଜାର ହଜାର ବର୍ଷ ପୂର୍ବେ ଘଟିଥିବା ପୌରାଣିକ ଘଟଣାର ପ୍ରମାଣ ସାଜିଛି। ତେବେ ସେହି ଭଳି କୃଷ୍ଣଙ୍କ ଦ୍ୱାରା ନିର୍ମିତ ନଗରୀ ଦ୍ୱାରକାର ମଧ୍ୟ ପ୍ରମାଣ ମିଳିଛି ବୋଲି ଜଣା ପଡ଼ିଛି।

ମହାଭାରତ ସମୟ ପୂର୍ବରୁ କୃଷ୍ଣ ଦ୍ୱାରକା ନଗରୀ ପ୍ରତିଷ୍ଠା କରିଥିଲେ। ତେବେ ଏହି ନଗରୀ କେବଳ ମହାଭାରତ ଯୁଦ୍ଧ ହେବାର ମାତ୍ର ୩୭ ବର୍ଷ ପରେ ସମୁଦ୍ର ଗର୍ଭକୁ ଚାଲି ଯାଇଥିଲା। ତେବେ ଏହା ଏପରି ହେବାର କାରଣ ହେଉଛି ଗାନ୍ଧାରୀ ଦେଇଥିବା ଅଭିଶାପ। ତେବେ ଗାନ୍ଧାରୀଙ୍କ ଅଭିଶାପ ପରେ କୃଷ୍ଣଙ୍କ ସଂସାର ଉଜୁଡି ଯାଇଥିଲା। କୃଷ୍ଣ ଙ୍କ ସମସ୍ତ ପୁଅ ନିଜ ନିଜ ମଧ୍ୟରେ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲେ। କେବଳ ସେତିକି ନୁହେଁ ସେ ନିର୍ମାଣ କରିଥିବା ସୁନ୍ଦର ଦ୍ୱାରକା ନଗରୀ ମଧ୍ୟ ସମୁଦ୍ର ଗର୍ଭକୁ ଚାଲି ଯାଇଥିଲା।

ଦ୍ୱାରକା ଭାରତର ଚାରି ଧାମରୁ ଗୋଟେ ଧାମ ଅଟେ। ୨୦୦୫ ରେ ଭାରତୀୟ ସର୍ବେକ୍ଷଣ ବିଭାଗୀୟ ଦ୍ଵାରା ଦ୍ବାରିକା ନଗରୀ ଖୋଜା ଆରମ୍ଭ କରିଥିଲେ ଏବଂ ୨୦୦୯ ମସିହାରେ ଏହାର ଭଗ୍ନାବଶେଷ ପାଇଥିଲେ। ତେବେ ସେମାନେ ପାଇଥିବା ଭଗ୍ନାବଶେଷ କୁ ବିଦେଶକୁ ଟେଷ୍ଟ କରିବା ପାଇଁ ପଠା ଯାଇଥିଲା। ତେବେ ସେଠାରେ ଜଣା ପଡିଥିଲା ଯେ ମିଳିଥିବା ଭଗ୍ନାବଶେଷ ୭୫୦୦ ବର୍ଷ ତଳର ବୋଲି।

ତେବେ ସେହି ସବୁ ଚୂନ ଏବଂ ପଥର ଦ୍ୱାରା ନିର୍ମିତ ବୋଲି ଜଣା ପଡିଥିଲା। ତେବେ ମହାଭାରତ ଗୀତାରେ ଭାରତର ପ୍ରାୟ ୩୫ ଟି ସହର ବିଷୟରେ ଲେଖା ଯାଇଛି ଏବଂ ଆଜି ମଧ୍ୟ ସେହି ସବୁ ସହର ରହିଛି। ଅସ୍ତିନାପୁର ଏବେ ମଧ୍ୟ ଉତ୍ତର ପ୍ରଦେଶ ରେ ରହିଛି। ଗୁଜୁରାଟରେ ମଧ୍ୟ ଦ୍ଵାରିକା ଗୋଟେ ରାଜ୍ୟ ରହିଛି। ତେବେ ମହାଭାରତରେ ହୋଇଥିବା ଯୁଦ୍ଧ ଦୁଇଟି ବଂଶ ମଧ୍ୟରେ ନୁହେଁ ବରଂ ଧର୍ମ ଓ ଅଧର୍ମ ମଧ୍ୟରେ ଯୁଦ୍ଧ ହୋଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button