IBN ଓଡ଼ିଶା ବ୍ୟୁରୋ

ଘରର ଏହି ଦିଗରେ ଭୁଲରେ ବି ଘଣ୍ଟା ଲଗାଇବା ଉଚିତ ନୁହେଁ । ହୋଇପାରେ ବଡ କ୍ଷତି

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଘରେ ଘଣ୍ଟା କେଉଁ ନା କେଉଁ ଦିଗରେ ନିଜର ସୁବିଧା ଅନୁଯାୟୀ ଲଗାଇଥାନ୍ତି । କିନ୍ତୁ ବସ୍ତୁ ଶସ୍ତ୍ର ଅନୁଯାୟୀ ଘଣ୍ଟା ଲଗାଇବାର ସଠିକ ଦିଗ ଓ କିଛି ନିୟମ ରହିଛି । ଆଜି ଆମେ ଜାଣିବା ଘରେ କେଉଁଠି ଘଣ୍ଟା ଲଗାଇବା ଉଚିତ ଓ ଅନୁଚିତ ଅଟେ । ଘରର ଦକ୍ଷିଣ ଦିଗରେ କେବେ ବି ଭୁଲରେ ଘଣ୍ଟା ଲଗାଇବା ଉଚିତ ନୁହେଁ । ଏହି ଦିଗରେ ଘଣ୍ଟା ଲଗାଇବା ଦ୍ଵାରା ପରିବାରର ସଦସ୍ୟଙ୍କର ଉନ୍ନତି ହେବାର ସମ୍ଭାବନା କମି ଯାଇଥାଏ ।

ଏହା ସହ ଘରର ମୁଖ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଘରର କୌଣସି କବାଟ ବା ଝରକା ଉପରେ ଘଣ୍ଟା ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘରେ ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ଓ ବିଭିନ୍ନ ପ୍ରକାରର ସମସ୍ୟାର ସମୁଖିନ୍ନ ହେବାକାଉ ପଡିଥାଏ । ଘରର ପୂର୍ବ ଦିଗରେ ଘଣ୍ଟା ଲଗାଇବା ଦ୍ଵାରା ଘରର ପରିବେଶ ସୁଧ ଓ ଆନନ୍ଦମୟ ସ୍ଥିତି ସୃଷ୍ଟି ହୋଇଥାଏ ।

ଗୃହର ପଶ୍ଚିମ ଦିଗରେ ଘଣ୍ଟା ଲଗାଇବା ଦ୍ଵାରା ଘରର ସଦସ୍ୟଙ୍କର ଉନ୍ନତି ର ନୂଆ ନୂଆ ଅବସର ପ୍ରାପ୍ତ ହୋଇଥାଏ । ଘରେ ଉତ୍ତର ଦିଗରେ ଘଣ୍ଟା ଲାଗଇଲେ ଧନ ହାନି ସମସ୍ଯା ଦେଖାଯାଏ ନାହିଁ । ଓ ପରିବାର ଲୋକଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇଥାଏ । ପେଣ୍ଡୁଲୋନ ଥିବା ଘଣ୍ଟା ଜୀବନରୁ ଖରାପ ସମୟ କୁ ଦୂର କରିବା ସହ ଉନ୍ନତିର ସମ୍ଭାବନା ଅଧିକ କରିଥାଏ ।

ଏହି ଘଣ୍ଟାକୁ ଘରର ପୂର୍ବ, ଉତ୍ତର, ପଶ୍ଚିମ ଦିଗରେ ଲଗାଇଲେ ଶୁଭ ହୋଇଥାଏ । ଭୁଲରେ ବି ବନ୍ଦ ଥିବା ଘଣ୍ଟାକୁ ଘରେ ଲଗାଇବା ଉଚିତ । ଏପରି କରିବା ଦ୍ଵାରା ଘରର ପଜେଟିଭ ଊର୍ଜା କୁ ନଷ୍ଟ କରିଥାଏ । ଓ ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ଯାହାର ପ୍ରଭାବରେ ଗୃହରେ ଆର୍ଥିକ ଓ ଶାରୀରିକ ସମସ୍ୟମାନ ଦେଖା ଯାଇଥାଏ । ଅନେକ ଲୋକ ନିଜର ସୁବିଧା ପାଇଁ ଘଣ୍ଟାର ସମୟକୁ ଆଗୁଆ ବା ପଛୁଆ କରିଥାନ୍ତି ।

ଏହା ସଂପୂର୍ଣ୍ଣ ଭୁଲ ଅଟେ । ବାସ୍ତୁ ଶସ୍ତ୍ର ଅନୁଯାୟୀ ଘଣ୍ଟାର ସମୟକୁ ଉଚିତ ସମୟରେ ରଖିବା ଆବଶ୍ୟକ । କିଛି ସମୟ ଲେଟ ଓ ଆଗୁଆ ରଖିଲେ ଘରର ସଦସ୍ଯଙ୍କୁ ଅସଫଳତା ଓ କ୍ଷତି ର ସମୁଖିନ୍ନ ହେବାକୁ ପଡିଥାଏ । ଘରେ ସବୁଜ ବା କମଳା ରଙ୍ଗର ଏବଂ ଦୋକାନରେ କଳା ଓ ଡିପ ରଙ୍ଗର ଘଣ୍ଟା ଲଗାଇବା ଅନୁଚିତ । ଏପରି ଘଣ୍ଟା ଲଗାଇଲେ ଘର ଓ ଦୋକାନରେ ନେଗେଟିଭ ଉର୍ଜ ସୃଷ୍ଟି କରିଥାଏ ।

ଯାହା ଅଶୁଭ ଫଳ ଦେଇଥାଏ । ଘରର ଡ୍ରଇଙ୍ଗ ରୁମରେ ଚାରି କୋଣିଆ ଓ ବେଡ ରୁମରେ ଗୋଲ ଆକାରର ଘଣ୍ଟା ଲଗାଇବା ଶୁଭ ବିଚାର କରାଯାଏ । ଘଣ୍ଟାକୁ ଭୁଲରେ ବି ତକିଆ ପାଖରେ ବା ତଳେ ରଖିକି ଶୋଇବା ଅନୁଚିତ । ଏପରି କରିବା ଦ୍ଵାରା ବିଚାରରେ ପ୍ରତିକୂଳ ପ୍ରଭାବ ପଡିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button