ରାଜ୍ୟ

୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଆଜି ନିଯୁକ୍ତି ପାଇବେ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇବେ। ଗୁରୁବାର ପୂର୍ବାହ୍ନ ୧୧.୩୦ରେ ଲୋକସେବା ଭବନର କନ୍‌ଭେନସନ୍‌ ସେଣ୍ଟରରେ ହେବାକୁ ଥିବା ନବନିଯୁକ୍ତ ଶିକ୍ଷକମାନଙ୍କ ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଭାଗୀୟ ସଚିବ ଅଶ୍‌ଥୀ ଏସ୍‌. ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।ନିଯୁକ୍ତି ପାଇବାକୁ ଥିବା ସମସ୍ତ ଶିକ୍ଷକଙ୍କ ମଧ୍ୟରେ ୩୬୮ ଜଣ ହିନ୍ଦୀ ଏବଂ ୨୦୮ ଜଣ ସଂସ୍କୃତ ଶିକ୍ଷକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ୪୦ ଜଣ, କଟକରେ ୩୫, ଗଞ୍ଜାମରେ ୩୭, କୋରାପୁଟରେ ୩୪, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ୩୩ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତି ପାଇବେ। ସେହିପରି ପୁରୀରେ ୨୭, ମୟୂରଭଞ୍ଜରେ ୨୬ ଜଣ, ଜଗତସଂହପୁରରେ ୨୫ ଜଣ ଓ ଅନୁଗୋଳରେ ୧୭ଜଣଙ୍କୁ ନିଯୁକ୍ତି ଦିଆଯିବ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button