ଦେଶ

ଐଶ୍ବର୍ଯ୍ୟାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ – Ibnodisha

[ad_1]

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଐଶ୍ବର‌୍ୟ୍ୟା ରାୟଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ରାହୁଲ ତାଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ‘‘ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ କେବଳ ଅମିତାଭ ବଚ୍ଚନ, ଐଶ୍ବର‌୍ୟ୍ୟା ରାୟ ଓ ବଡ଼ ବଡ଼ ବ୍ୟବସାୟୀମାନେ ନଜର ଆସିଥିଲେ । ଜଣେ ବି ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତିର ଲୋକ ନଜର ଆସିନଥିଲେ।’’ ଏହାଛଡ଼ା ସେ ଟିଭି ଚ୍ୟାନେଲ୍‌ଗୁଡ଼ିକ କେବଳ ଐଶ୍ବର‌୍ୟ୍ୟାଙ୍କ ନାଚ ଦେଖାଉଥିଲେ ବୋଲି ବି କହିଥିଲେ। ଏହାକୁ ନେଇ ବଲିଉଡ୍ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏକ ଟ୍ବିଟ୍ ମାଧ୍ୟମରେ ରାହୁଲଙ୍କୁ ଜବାବ ଦେଇଛନ୍ତି । ସେ କହିଛନ୍ତି , ‘‘ବୋଧହୁଏ ଅତୀତରେ ତୁମ ମାଆ ଓ ଭଉଣୀଙ୍କ ସଂପର୍କରେ ବି କେହି ଏପରି ଅପମାନସୂଚନ ମନ୍ତବ୍ୟ ଦେଇଛନ୍ତି। ଆଉ ଐଶ୍ବର‌୍ୟ୍ୟାଙ୍କୁ ଭଲ ନୃତ୍ୟ ଶିଳ୍ପୀ ଭାବେ ଦର୍ଶାଇଛନ୍ତି ।କର୍ଣ୍ଣାଟକ ବିଜେପି ମଧ୍ୟ ରାହୁଲଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛି। ଏକ ଟ୍ବିଟ୍ ପୋଷ୍ଟ୍ କରି କର୍ଣ୍ଣାଟକ ବିଜେପି ଉଲ୍ଲେଖ କରିଛି କି ‘‘ଶୂନ ସଫଳତା ଲାଭ କରିଥିବା ଜଣେ ବ୍ୟକ୍ତି ଦେଶର ଗର୍ବ ଐଶ୍ବର‌୍ୟ୍ୟାଙ୍କୁ ନେଇ ଏପରି ମନ୍ତବ୍ୟ ଦେଇ କନ୍ନଡୀୟମାନଙ୍କୁ ଅପମାନିତ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button