ରାଜ୍ୟ

୬୧୩୪.୫୨ କୋଟି ଟଙ୍କାର ୨୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ – Ibnodisha

[ad_1]

ଭୁବନେଶ୍ୱର: ଆଜି ୬୧୩୪.୫୨ କୋଟି ଟଙ୍କାର ୨୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୪୨୨୭୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ରାଜ୍ୟର ୧୦ଟି ଜିଲ୍ଲାରେ ଏହି ୨୭ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଛି । ଡାଉନଷ୍ଟ୍ରିମ ଆଲୁମିନିୟମ, ଅକ୍ଷୟ ଶକ୍ତି, ନିର୍ମାଣ, ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ଆପେରାଲ ଆଣ୍ଡ ଟେକ୍ସଟାଇଲ, ଫେରୋ ଆଲଏଜ୍‌, ଆଇଟି ଇନଫ୍ରାଷ୍ଟକଚର କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ ।

କନ୍ଧମାଳର ବାଲିଗୁଡ଼ାଠାରେ ୭୮୭.୪୮କୋଟି ଟଙ୍କା ବ୍ୟୟରେ ୬୩ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଓଡ଼ିଶା ଜଳବିଦ୍ୟୁତ ନିଗମର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ଅତିରିକ୍ତ ୨୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଅନୁଗୁଳରେ ଗତିଶକ୍ତି ମଲଟିମୋଡାଲ ଟର୍ମିନାଲ ସ୍କିମରେ ଘରୋଇ ମାଲ ପରିବହନ ଟର୍ମିନାଲ ସ୍ଥାପନ ପାଇଁ କୋଲି କର୍ମସିଆଲ ଏଲଏଲପି ୮୨.୦୨କୋଟି ଟଙ୍କା ବିନିଯୋଗ କରିବ । ଖୋର୍ଦ୍ଧାଠାରେ ପ୍ରିମିୟମ ଟ୍ରାନ୍ସମିଶନ ଭେଞ୍ଚର ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଟ୍ରାନ୍ସମିଶନ ଓ ଅକ୍ଷୟଶକ୍ତି ଉପକରଣ ନିର୍ମାଣ ନିମନ୍ତେ ୫୫୫ କୋଟି ଟଙ୍କା ନିବେଶ କରାଯିବ । ଏହି ପ୍ରସ୍ତାବକୁ ମଧ୍ୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ।

ପାରାଦୀପଠାରେ ଟେକ୍ସମୋକୋ ରେଲ୍ ଆଣ୍ଡ ଇଞ୍ଜିନିୟରିଂ ୪୩୮.୯୨କୋଟି ଟଙ୍କା ବିନିଯୋଗ କରି ରେଳବାଇ ବଗି ଓ କପଲର ନିର୍ମାଣ କରିବ । ଏଥିରେ ପ୍ରାୟ ୨ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଏସଏମଇଏଲ୍ ଷ୍ଟିଲ ଷ୍ଟ୍ରକଚରାଲ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୮୯୩କୋଟି ଟଙ୍କା ବ୍ୟୟରେ ସମ୍ବଲପୁରର ରେଙ୍ଗାଳିଠାରେ ଆଲୁମିନିୟମ କଏଲ, ଫ୍ଲାଟ ରୋଲଡ୍ ଓ ବ୍ୟାଟେରୀ ଫଏଲ୍ ନିର୍ମାଣ ୟୁନିଟ୍ ସ୍ଥାପନ କରାଯିବ ଓ ଏଥିରେ ୫୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଖୋର୍ଦ୍ଧାଠାରେ ମାଗପେଟ୍ ପଲିମର କମ୍ପାନୀ ପକ୍ଷରୁ ୧୭୫କୋଟି ଟଙ୍କା ବ୍ୟୟରେ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ କରାଯିବ । ଏଥିରେ ୫୪୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି । ସେହିପରି ଆଇଟିସି ଲିମିଟେଡ୍ ୧୪୮.୩୯କୋଟି ଟଙ୍କା ବ୍ୟୟରେ ପୁରୀ ସିପସରୁବାଲିଠାରେ ୫ତାରକା ବିଶିଷ୍ଟ ୱେଲକମ୍ ହୋଟେଲ ନିର୍ମାଣ କରିବ । ପ୍ରାୟ ୧୫୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button