ଯିଏ ଚାଲି ପାରୁ ନାହିଁ ସିଏ ଦୌଡିବାକୁ ଲାଗିବ ! ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ତୁରନ୍ତ ଭଲ କରିଦେବ ଏହି ଚମତ୍କାରି ତେଲ
ନମସ୍କାର ବନ୍ଧୁଗଣ ତେବେ ଯଦି ଅଣ୍ଟା ବିନ୍ଧା ହେଉଛି ବା ଶିର ଟାଣି ଧରିଛି ବା ସିର ଦାବି ଯାଇଛି ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ତେଲ ବିଷୟରେ କହିବାକୁ ଯାଉଛୁ । ସାଧାରଣତ ବୃଦ୍ଧ ଲୋକଙ୍କ ଠାରେ ଜଏଣ୍ଟ ପେନ ସମସ୍ଯା ଦେଖା ଯାଉଛି । ଏଥିପାଇଁ ଲୋକ ମାନେ ଅନେକ ଔଷଧର ସେବନ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହି । ତେବେ ଆସନ୍ତୁ ଜାଣିବା ସେହି ରେମେଡି କିପରି ପ୍ରସ୍ତୁତ କରାଯିବ । ଏଥିପାଇଁ ପ୍ରଥମ ଆବଶ୍ୟକ ରହିଛି ତେଜପତ୍ର ଯାହା ଆମ ରୋଷେଇ ଘରୁ ସହଜରେ ମିଳି ପାରିବ ।
ତେବେ ପ୍ରଥମେ ଆପଣ ୫ରୁ ୬ଟି ତେଜପତ୍ରର ନେଇ ଏହାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଏହା ଆମ ସ୍କିନ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ତେଜପତ୍ରର ତେଲ କେଶରେ ଲଗାଇବା ଦ୍ଵାରା ରୂପୀ ସମସ୍ଯା ଦୂର ହୋଇଥାଏ । ଏହା ସହ କେଶ ଝଡିବା ସମସ୍ଯା ଦୂର ହୋଇଥାଏ । ତେଜପତ୍ରର ପାଣି ସେବନ ଦ୍ଵାରା ଥଣ୍ଡା, କାଶ ଭଲ ହୋଇ ପାରିବ ।
ତେଜପତ୍ର ଏକ ଆୟୁର୍ବେଦିକ ମେଡିସନ ଅଟେ ଯାହାକୁ ଖାଦ୍ଯରେ ପକାଇଆ ସେବନ କରିଲେ ହଜମ କ୍ରିୟା ଠିକ ଭାବେ ହୋଇଥାଏ । ଏହା ପରେ ଦିତୀୟ ସାମଗ୍ରୀ ହେଉଛି ରାଶି ତେଲ ଯାହା ଔଷଧୀୟ ଗୁଣର ଭଣ୍ଡାର ହୋଇଥାଏ । ଏକ ପ୍ଲାଷ୍ଟିକ ବା କାଚ ପାତ୍ର ନେଇ ଏଥିରେ ତେଜପତ୍ର ପକାନ୍ତୁ । ଏହା ପରେ ରାଶି ତେଲ ପକାଇ ଦିଅନ୍ତୁ । ଏହା ପରେ ୪ରୁ ୫ ଦିନ ଏହି ଜାରକୁ ଖରାରେ ରଖନ୍ତୁ ।
ତେବେ ଏହା ପରେ ଆପଣ ଏହି ତେଲର ବ୍ୟବହାର ନିଜର ଆଣ୍ଠୁ ଗଣ୍ଠି ପେନ ହେଉଥିବା ଜାଗାରେ ଲଗାଇ ପାରିବେ । ଏହା ଏକ ପ୍ରାକୃତିକ ଓ ଚମତ୍କାରୀ ରେମେଡି ଅଟେ ଯାହା ଆଣ୍ଠୁ ଗଣ୍ଠି ସମସ୍ଯା ପାଇଁ ଲାଭଦାୟକ ହୋଇଥାଏ । ଏହା ସହ ଛୋଟ ପିଲାଙ୍କୁ ଥଣ୍ଡା, କାଶ ଓ କଫ ଭଳି ସମସ୍ଯା ରହିଛି ତେବେ ଆପଣ ଏହି ତେଲର ପ୍ରୟୋଗ କରି ପାରିବେ । ଏହି ତେଲ ଆମ ଶରୀର ପାଇଁ ଗରମ ହୋଇଥାଏ ।
ବିଶେଷ କରି ଶୀତଦିନରେ ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଦବି ଯାଇଥିବା ସିର ପାଇଁ ଆପଣ ଏହି ତେଲର ପ୍ରୟୋଗ କରି ପାରିବେ । ଯେତିକି ତେଲ ଆପଣଙ୍କୁ ଆବଶ୍ୟକ ସେତିକି ପରିମାଣରେ କାଢି ଲଗାଇ ପାରିବେ । ଧ୍ୟାନ ରଖିବେ ଏହି ତେଲ ଲଗାଇବା ସମୟରେ ସକାଳେ ସୂର୍ଯ୍ୟ କିରଣରେ ବସି ଲଗାଇବେ । ସକାଳର ସୁରଜୀ କିରଣରେ ଭିଟାମିନ-ଡି ଥିବାରୁ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।
ସୂର୍ଯ୍ୟ କିରଣରେ ଏହି ତେଲ ଆମ ଶରୀରର ହାଡ ଭିତର ଯାଏଁ ଯିବ ଓ ମାଂସପେଶୀ ଭିତରକୁ ଯିବ । ତେଜପତ୍ରର ତେଲ ଏକ ପାୱାର ଫୁଲ ତେଲ ଅଟେ ଯାହା ଆମ ଶରୀର ପାଇଁ ବହୁତ ଫାଇଦା ସାବ୍ୟସ୍ତ ହୋଇଥାଏ । ଏହି ତେଲ ୫ରୁ ୭ ମିନିଟ ଯାଏଁ ମଶାଜ କରିବା ଦ୍ଵାରା ଆପଣଙ୍କୁ ଆରାମ ଅନୁଭବ ହେବ ।