ଦେଶ

୩୫ ଟଙ୍କା ପାଇଁ ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ନିୟମ କରାଇବା ଶିକ୍ଷୟତ୍ରୀଙ୍କୁ ପଡିଲା ମହାଙ୍ଗା – Ibnodisha

[ad_1]

ପାଟନା: ଜିଲ୍ଲାର ରାଜୌନ ବ୍ଲକ୍‌ ଅନ୍ତର୍ଗତ ଆସ୍‌ମାନୀଛକ ଗାଁ’ ସ୍କୁଲ୍‌ରେ ଜଣେ ଶିକ୍ଷୟିତ୍ରୀ ପିଲାଙ୍କୁ ମନ୍ଦିରରେ ନିୟମ କରୁଥିବା ଖବର ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ଅନୁସାରେ, ସ୍କୁଲ୍‌ରେ ପିଲାମାନେ ପହଞ୍ଚିବା ପରେ ଶିକ୍ଷୟିତ୍ରୀ ନୀତୁ କୁମାରୀ ସେମାନଙ୍କୁ ପର୍ସରେ ରଖିଥିବା ପାଣି ବୋତଲ ଆଣିବାକୁ କହିଲେ । ତା’ର କିଛି ସମୟରେ ପରେ ନୀତୁ କୁମାରୀ ଦେଖିଲେ ପର୍ସରେ ୩୫ ଟଙ୍କା ନାହିଁ। ଏକଥା ପଚାରିବାରୁ ପିଲାମାନେ ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ତେଣୁ, ଶିକ୍ଷୟିତ୍ରୀ ନୀତୁ ସେମାନଙ୍କୁ ନିକଟବର୍ତ୍ତୀ ମନ୍ଦିରକୁ ନେଇ ଯାଇ କହିଲେ ‌କି, ସେମାନେ ଟଙ୍କା ଚୋରି କରିନାହାନ୍ତି ବୋଲି ଠାକୁରଙ୍କ ନାଁ’ରେ ନିୟମ କରି କୁହନ୍ତୁ। ସେଦିନ ସ୍କୁଲ୍‌ରେ ସମୁଦାୟ ୧୨୨ଜଣ ପିଲା ଉପସ୍ଥିତ ଥିଲେ। ସ୍କୁଲ୍‌ର ଶିକ୍ଷକ ସଂଖ୍ୟା ୨ କିନ୍ତୁ, ସେଦିନ ସ୍କୁଲ୍‌କୁ ଯାଇଥିଲେ କେବଳ ନୀତୁ।ଗ୍ରାମବାସୀ ଓ ଅଭିଭାବକମାନେ ନୀତୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍କୁଲ୍‌ରେ ପଢ଼ାପଢ଼ି କରାଇ ଦେଲେ ନାହିଁ। ଫଳରେ ଶୁକ୍ରବାର ଦିନ ବ୍ଲକ୍‌ ଏଜୁକେସନ୍‌ ଅଫିସର କୁମାର ପଙ୍କଜ ନୀତୁଙ୍କୁ ବଦଳି କରାଯାଇଥିବା କଥା ଘୋଷଣା କରିବା ସହିତ କହିଲେ କି, ଛାତ୍ରଛାତ୍ରୀମାନଙ୍କୁ ଏମିତି ଅବିଶ୍ବାସ କରିବା ଅନୁଚିତ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button