ଦେଶ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହେଲା ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍‌ – Ibnodisha

[ad_1]

ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସବୁଠୁ ବଡ଼ କେବଲ୍-ଷ୍ଟେଡ୍‌ ‍ବା କେବଲ୍ ଆଧାରିତ ବ୍ରିଜ୍ ଉଦ୍‌ଘାଟନ କରିଛନ୍ତି। ଗୁଜରାଟର ଦ୍ୱାରକାରେ ଏହି ବ୍ରିଜ୍‌ ନିର୍ମାଣ ହୋଇଛି । ଏହାର ନାଁ ରହିଛି ‘ସୁଦର୍ଶନ ସେତୁ’। ଓଖା ଓ ବେଟ୍ ଦ୍ୱାରକା ଦୀପକୁ ସଂଯୋଗ କରୁଛି ଏହି ସେତୁ। ଏହି ବ୍ରିଜ୍‌ ପାଇଁ ୯୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସୁଦର୍ଶନ ସେତୁର ଲମ୍ବ ୨.୩ କିଲୋମିଟର ଓ ଏହାର ଓସାର ୨୭.୨୦ ମିଟର। ଏହାର ୪ ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଉଭୟ ପାର୍ଶ୍ୱରେ ୨.୫୦ ମିଟରର ପାଦଚଲା ରାସ୍ତା ମଧ୍ୟ ରହିଛି। ଏହି ସେତୁର ନିର୍ମାଣ ପାଇଁ ୨୦୧୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପୋଲ ପୁରୁଣା ଓ ନୂଆ ଦ୍ୱାରକାକୁ ଯୋଡ଼ିବ।ବେଟ୍ ଦ୍ୱାରକା ଦ୍ୱାରକା ହେଉଛି ଓଖା ବନ୍ଦର ନିକଟରେ ଅବସ୍ଥିତ ଏକ ଦ୍ୱୀପ। ଦ୍ୱାରକା ସହରଠାରୁ ଏହା ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରକାଧୀଶ ମନ୍ଦିର ଅଛି। ପୂର୍ବରୁ ଶ୍ରଦ୍ଧାଳୁମାନେ ଡଙ୍ଗାରେ ବେଟ୍ ଦ୍ୱାରକା ଯାଇ ଦ୍ୱାରକାଧୀଶ ମନ୍ଦିରରେ ଦର୍ଶନ କରୁଥିଲେ। କିନ୍ତୁ ଏବେ ଏସବୁ ସମସ୍ୟା ରହିବ ନାହିଁ। କାରଣ ସୁଦର୍ଶନ ବ୍ରିଜ୍ ଲୋକାର୍ପିତ ହୋଇସାରିଛି। ଏହା ମୋଦିଙ୍କର ଅନ୍ୟତମ ଡ୍ରିମ୍ ପ୍ରୋଜେକ୍ଟ ଥିଲା ବୋଲି କୁହାଯାଏ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button