IBN ଓଡ଼ିଶା ବ୍ୟୁରୋ

ଘରେ ପୋଛା ଲଗାଇବା ସମୟରେ ଏହି ଭୁଲ ପାଇଁ ସୃଷ୍ଟି ହୋଇଥାଏ ବାସ୍ତୁ ଦୋଷ,ଜୀବନରେ ଅନେକ ସମସ୍ୟା ଆସିଥାଏ

ଘରର ସଫେଇ କରିବା, ପୋଛା ଲଗାଇବା ଦୈନନ୍ଦିନ କାର୍ଯ୍ୟ ହୋଇଥାଏ। କିନ୍ତୁ ଏହି ସମୟରେ କରାଯାଇଥିବା ଭୁଲ ଘରର ବାସ୍ତୁ ଦୋଷ ସୃଷ୍ଟି କରିଥାଏ। ତେଣୁ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ, ଆସନ୍ତୁ ଜାଣିବା।

– ପୋଛା ଲଗାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ।

– ଘରେ ବଢ଼ାଇ ଥାଏ ନକାରାତ୍ମକ ଉର୍ଜା।

– ଲୁଣକୁ ନେଇ ଏହି ଉପାୟ କରନ୍ତୁ, ଦୂର ହୋଇଯିବ ସବୁ ବାସ୍ତୁ ଦୋଷ।

ଘରେ ବାସ୍ତୁ ଦୋଷ ରହିବା ଘର ପାଇଁ ବହୁତ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଘରେ ବିବାଦ ଓ କଳହ ସୃଷ୍ଟି ହୋଇଥାଏ। ନକାରାତ୍ମକ ଉର୍ଜା କାରଣରୁ ପରିବାର ଲୋକଙ୍କ ଜୀବନ ଉପରେ ପଡ଼ିଥାଏ। ତେଣୁ ଘରର ବାସ୍ତୁ ଦୋଷକୁ ଖୁବ୍ ଶୀଘ୍ର ଦୂର କରିବା ଉଚିତ।

ନକାରାତ୍ମକ ଶକ୍ତି ଦୂର କରିଥାଏ ଲୁଣ :-

ଘରର ପ୍ରତ୍ୟେକ ଜିନିଷ ବାସ୍ତୁ ଅନୁସାରେ ରହିବା ନିହାତି ଉଚିତ ଅଟେ। ବାସ୍ତୁ ଦୋଷ ରହିବା କାରଣରୁ ଏହାର ପ୍ରଭାବ ଘର ଉପରେ ପଡ଼ିଥାଏ। ଘରର ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଶାସ୍ତ୍ରରେ କିଛି ଖାସ୍ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଘର ପୋଛିବା ସମୟରେ ସେହି ପାଣିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ।କାରଣ ଲୁଣରେ ନକାରାତ୍ମକ ଶକ୍ତି ଦୂର କରିବାର କ୍ଷମତା ରହିଥାଏ।

କିନ୍ତୁ କରନ୍ତୁ ନାହିଁ ଏହି ଭୁଲ –

– ଘରେ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛନ୍ତୁ। କିନ୍ତୁ ଏହି ସମୟରେ କିଛି ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା ଉଚିତ।

– ସପ୍ତାହର ୩ ଦିନ ଘରେ ଲୁଣ ମିଶା ପାଣିରେ ପୋଛା ଲଗାନ୍ତୁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ। କିନ୍ତୁ ମଙ୍ଗଳବାର, ବୁଧବାର, ଗୁରୁବାର ଦିନ ଏହି କାର୍ଯ୍ୟ କରିବା ଉଚିତ ନୁହେଁ।

– ଘର ପୋଛିବା ପାଣିରେ ଆପଣ ଲୁଣ ମିଶାଉଥିବା ସମୟରେ ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କୁ ଦେଖିବା ଉଚିତ ନୁହେଁ, ଏଥିପ୍ରତି ଧ୍ୟାନ ରଖନ୍ତୁ।ଏହାଛଡା ଏହି କଥା ଆପଣ ଅନ୍ୟ କାହା ସହିତ ସେୟାର କରନ୍ତୁ ନାହିଁ। ନଚେତ ଏହାର ଲାଭ ଆପଣଙ୍କୁ ମିଳିବ ନାହିଁ।

– ଘର ପୋଛି ସାରିଲା ପରେ ସେହି ପାଣିକୁ ଘର ଭିତରେ ପକାନ୍ତୁ ନାହିଁ।ଏହାକୁ କୌଣସି ନାଳରେ ପକାଇ ଦିଅନ୍ତୁ।

– ଯଦି ଆପଣ ପାଣିରେ ଲୁଣ ମିଶାଇ ପୋଛା ଲଗାଇବା ପାଇଁ ଚାହୁଁ ନାହାନ୍ତି, ତାହେଲେ ଗୋଟେ କାଚର ଗିନାରେ ଲୁଣ ଭରି ରଖି ଦିଅନ୍ତୁ।ଏହାକୁ କିଛି ଦିନ ମଧ୍ୟରେ ବଦଳାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button