ସ୍ୱାସ୍ଥ୍ୟ

ନଡ଼ିଆ ତେଲରେ ଏହି ଗୋଟେ ଜିନିଷ ମିଶାଇ ବ୍ୟବହାର କରନ୍ତୁ, ଦେଖିବେ ଆପଣଙ୍କର ଚୁଟି ଝଡ଼ିବା ସମସ୍ୟା ହୋଇଯିବ ଦୂର

ଆଜିକାଲି ଛୋଟ ପିଲା ମାନଙ୍କର କେଶ ଧଳା ହେବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଶରୀରରେ ଭିଟାମିନ ଅଭାବ ଏବଂ ମାର୍କେଟରେ ମିଳୁଥିବା କେମିକାଲ ଯୁକ୍ତ ସେମ୍ପୋର ବ୍ୟବହାର କରିବା ଦ୍ଵାରା ଏଭଳି ସମସ୍ୟା ଦେଖା ଦେଉଛି।ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଚମତ୍କାର ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର କେଶ ଝଡା, ଚୁଟି ପାଚି ଯିବା ଭଳି ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ।

ଏହି ପ୍ରାକୃତିକ ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ କଳା ଜିରାର ଆବଶ୍ୟକତା ରହିଛି। କଳା ଜିରା ଆମ କେଶ ପାଇଁ ବହୁତ ଲାଭକାରୀ ଅଟେ। ୨ ଚାମଚ କଳା ଜିରା ଏବଂ ୪ରୁ ୫ଟି ଲବଙ୍ଗ ନିଅନ୍ତୁ। ଏଗୁଡ଼ିକୁ କିଛି ସମୟ ଅଳ୍ପ ଆଞ୍ଚରେ ଭାଜି ନିଅନ୍ତୁ।ଭାଜି ସାରିବା ପରେ କିଛି ସମୟ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ତାପରେ ଏହାକୁ ପେଶି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ।ଏହାପରେ ଆମକୁ କର୍ପୂରର ଆବଶ୍ୟକତା ରହିଛି। କର୍ପୂର ବ୍ୟବହାର କରିବା ଦ୍ଵାରା ଆମ କେଶ ସୁଦୃଢ ହୋଇଥାଏ।ସେହିପରି କର୍ପୁରକୁ ମଧ୍ୟ ଭଲ ଭାବେ ଗୁଣ୍ଡ କରି ନିଅନ୍ତୁ।

ଅନ୍ୟ ଏକ ପାତ୍ରରେ ନଡିଆ ତେଲ ନେଇ ଏହାକୁ ହାଲକା ଗରମ କରି ନିଅନ୍ତୁ। ତାପରେ ଏହାକୁ ଥଣ୍ଡା କରି ଏଥିରେ ପେଶି ଥିବା କଳାଜୀରା, ଲବଙ୍ଗ ଓ କର୍ପୂରର ଗୁଣ୍ଡକୁ ମିଶାନ୍ତୁ।ଏହାକୁ ଭଲଭାବରେ ଗୋଳାଇ ନିଅନ୍ତୁ ଏବଂ ସାରା ରାତି ରଖି ଦିଅନ୍ତୁ।ସକାଳେ ଏହାକୁ ଏକ କପଡା ଦ୍ଵାରା ଛାଣି ଏଥିରେ ୪ଟି ଭିଟାମିନ-ଇ କ୍ୟାପସୁଲ ପକାନ୍ତୁ। ଭିଟାମିନ-ଇ କ୍ୟାପସୁଲ କେଶକୁ ପୋଷଣ ଯୋଗାଇ ଥାଏ। ଏହାଛଡା ଭିଟାମିନ-ଇ କେଶ ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ କେଶ ଝଡ଼ିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।ଏହା ପରେ ବ୍ଲାକ ସିଡ ତେଲ ପ୍ରସ୍ତୁତ ହୋଇଯିବ। ଏହି ତେଲକୁ ମହିଳା ବା ପୁରୁଷ ଉଭୟ କେଶ ଝଡିବା ବା କେଶ ଧଳା ହେବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରି ପାରିବେ।

କିନ୍ତୁ ଧ୍ୟାନ ରଖନ୍ତୁ, ଏହି ତେଲକୁ କେଶରେ ଲଗାଇବା ପୂର୍ବରୁ ଭଲ ଭାବେ ଗରମ କରି ନିଅନ୍ତୁ। ଏହାପରେ ତେଲକୁ କେଶରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ। ଏହି ତେଲକୁ ରାତିରେ ଲଗାଇ ସକାଳେ କେଶ ଧୋଇ ଦିଅନ୍ତୁ, ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button