ରାଜ୍ୟ
ଭୁବନେଶ୍ୱରରେ ପହଞ୍ଚିଲେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ – Ibnodisha

[ad_1]
ଭୁବନେଶ୍ୱର : ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବିଲ୍ ଗେଟସ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେ ଆସନ୍ତାକାଲି କୃଷିଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ସୂଚନା ଅନୁସାରେ, ବିଲ୍ ଗେଟ୍ସ ଆସନ୍ତାକାଲି କୃଷି ଭବନରୁ କୃଷି ସମୀକ୍ଷା କେନ୍ଦ୍ରର ପରିଚାଳନାକୁ ଅନୁଧ୍ୟାନ କରିବା ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ବିଲ୍ ଗେଟସ୍ ନିକ ଓଡ଼ିଶା ଗସ୍ତ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ଏହି ଗସ୍ତ ସମୟରେ ସେ ଭାରତରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର(ଡିପିଆଇ) କିଭଳି କାର୍ଯ୍ୟ କରୁଛି ତାହା ଅନୁଧ୍ୟାନ କରିବେ । ଓଡ଼ିଶା ସରକାରଙ୍କ ଏଗ୍ରିକଲଚରାଲ ମନିଟରିଂ ସେଂଟରରେ କିଭଳି ଡିପିଆଇ ମାଧ୍ୟମରେ ଚାଷୀମାନଙ୍କୁ ରିଏଲଟାଇମ୍ ପରାମର୍ଶ ଦିଆଯାଇ ପାରୁଛି ତାହା ଦେଖିବେ ।
[ad_2]