ଦେଶ

ବଡ ଘୋଷଣା: ଘରେ ଝିଅ ଥିଲେ ମାତାପିତାଙ୍କୁ ମିଳିବ ୫୦ହଜାର – Ibnodisha

[ad_1]

ମୁମ୍ବାଇ : ଝିଅଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ବଡ଼ ଯୋଜନା । ଏହି ଯୋଜନା ଦ୍ୱାରା ବାପା-ମାଆଙ୍କୁ ମିଳିବ ୫୦ହଜାର ଟଙ୍କା । ଏହି ଯୋଜନାର ନାମ ହେଉଛି ମାଝି କନ୍ୟା ଭାଗଶ୍ରୀ ଯୋଜନା । ଏହି ଯୋଜନାରେ ସରକାର ଝିଅଙ୍କୁ ୫୦,୦୦୦ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି । ଝିଅଙ୍କ ସଂଖ୍ୟା ବୃଦ୍ଧି କରିବା ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ସେହି ପରିବାରଗୁଡିକ ମଧ୍ୟ ଲାଭ ପାଇବେ ଯାହାଙ୍କର ଦୁଇଟି ଝିଅ ଅଛନ୍ତି । ଏହି ଯୋଜନାରେ ଅନ୍ତଭୁର୍କ ହେବା ପାଇଁ ଆପଣଙ୍କୁ ରାଜ୍ୟ ସରକାର ଅଫିସିଆଲ ଆକାଉଣ୍ଟକୁ ଭିଜିଟ୍ କରିବାକୁ ପଡିବ । ୱେସାଇଟରେ ମାଆ ଓ ଝିଅଙ୍କ ନାମରେ ଏକ ମିଳିତ ଆକାଉଣ୍ଟ ଖୋଲାଯାଇଛି । ଏହି ଯୋଜନାରେ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ଏବଂ ୫୦୦୦ ଟଙ୍କା ଓଭରଡ୍ରାଫ୍ଟ ରହିଛି ।

ଯଦି ମାତାପିତାମାନେ ଝିଅର ଜନ୍ମ ପରେ ବାକରଣ ଅପରେଶନ କରନ୍ତି, ତେବେ ସେମାନେ ୫୦ହଜାର ଟଙ୍କା ପାଇବେ । ଯଦି ଦୁଇ ଝିଅ ହେବା ପରେ ପିତାମାତାମାନେ ବାକରଣ କରନ୍ତି, ତେବେ ପ୍ରତ୍ୟେକ ଆକାଉଣ୍ଟକୁ ୨୫ହଜାର ଟଙ୍କା ମିଳିବ । ଏହି ଯୋଜନାର ଲାଭ ପାଇବା ପାଇଁ ଆବେଦନକାରୀଙ୍କ ପାଇଁ କିଛି ଡକ୍ୟୁମେଣ୍ଟ ରହିବା ବାଧ୍ୟତାମୂଳକ । ଏଥିରେ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ପାସ୍‌ବୁକ, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ, ଠିକଣା ପ୍ରୁଫ ରହିବା ଉଚିତ । ଏହା ବ୍ୟତୀତ ଆବେଦନକାରୀଙ୍କର ଆୟ ପ୍ରମାଣ ମଧ୍ୟ ରହିବା ଉଚିତ । ଏହି ଯୋଜନାରେ ଆବେଦନକାରୀ କେବଳ ଦୁଇ ଝିଅଙ୍କ ନାମରେ ଲାଭ ପାଇବେ ଏହା ପରେ ଆପଣଙ୍କୁ ସେଠାରୁ ମାଝି କନ୍ୟା ଭାଗଶ୍ରୀ ଯୋଜନାର ଫର୍ମ ଡାଉନଲୋଡ କରିବାକୁ ପଡିବ । ଆପଣଙ୍କୁ ଏହି ଫର୍ମକୁ ଅତି ଯତ୍ନର ସହିତ ପୂରଣ କରିବାକୁ ପଡିବ, ଯଦି କୌଣସି ଭୁଲ ଅଛି ତେବେ ଫର୍ମ ବାତିଲ ହୋଇଯିବ । ଫର୍ମ ପୂରଣ କରିବା ପରେ ଆପଣଙ୍କୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଯିବାକୁ ପଡିବ ଏବଂ ସମସ୍ତ ଡକ୍ୟୁମେଣ୍ଟ ସହିତ ଫର୍ମ ଦାଖଲ କରିବାକୁ ପଡିବ । କେବଳ ମହାରାଷ୍ଟ୍ରର ବାସିନ୍ଦା ମାଝି କନ୍ୟା ଭାଗଶ୍ରୀ ଯୋଜନାର ଲାଭ ପାଇବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button