IBN ଓଡ଼ିଶା ବ୍ୟୁରୋ

ଓଜନ କମ କରେ ପାନମଧୁରୀ, ଜାଣନ୍ତୁ କିପରି କରିବେ ସେବନ?

ଅତ୍ୟଧିକ ଓଜନ କମ କରିବା ପାଇଁ ସଠିକ୍ ଡାଏଟ୍ ଏବଂ ଏକ୍ସରସାଇଜ୍ ନିହାତି ଜରୁରୀ । କିନ୍ତୁ କିଛି ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣ ଓଜନ କମ କରିପାରିବେ । ଯେପରି ପାନମଧୁରୀ ଅତ୍ୟଧିକ ମୋଟାପଣ କମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହାକୁ ସଠିକ୍ ଉପାୟରେ ଖାଇବା ଉଚିତ୍ । ପ୍ରତ୍ୟେକ ଦିନ ୨ ଚାମଚ ପାନମଧୁରୀ ଖାଇବା ଉଚିତ୍ । ଏହାକୁ ଆପଣ ଖାଦ୍ୟରେ ବ୍ୟବହାର କରି ଖାଇପାରିବେ କିମ୍ବା ପାଣିରେ ଭିଜାଇ ମଧ୍ୟ ସେବନ କରିପାରିବେ । ପାନମଧୁରୀ ଓଜନ କମ କରିବା ସହ ଶରୀର ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ତେବେ ଜାଣନ୍ତୁ ଜଲଦି ଓଜନ କମ କରିବା ପାଇଁ କିପରି ସେବନ କରିବେ ପାନମଧୁରୀ?

feenalଗୋଟିଏ ମୁଠା ପାନମଧୁରୀ ନେଇ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏବେ ଏହାକୁ ପାଣିରେ ମିଶାଇ ଦିଅନ୍ତୁ । ଏଥିରେ ଆପଣ ମେଥି ଦାନା, କଳାଲୁଣ, ହେଙ୍ଗୁ ଏବଂ ମିଶ୍ରି ଭଳି ଜିନିଷ ବ୍ୟବହାର କରିପାରିବେ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ପାଚନ ପକ୍ରିୟା ସଠିକ୍ ହେବା ସହ ଓଜନ କମ ହୋଇଥାଏ ।

ସେହିଭଳି ଆପଣ ରାତିରେ ଏକ ମୁଠା ପାନମଧୁରୀକୁ ଏକ ଗ୍ଲାସ ପାଣିରେ ଭିଜାଇ ପରଦିନ ସକାଳୁ ସେବନ କରନ୍ତୁ । ଏହା ଶରୀରରେ ଭିଟାମିନ୍ ଏବଂ ଖଣିଜ କୁ ଅବଶୋଷିତ କରିବାରେ ସାହାଯ୍ୟ କରିବା ସହ ମୋଟାପଣ କମ କରିଥାଏ ।

panmadhuriଏଥିସହ ଆପଣ ଚାହିଁଲେ ପାନମଧୁରୀରେ ଚା’ ପ୍ରସ୍ତୁତ କରି ପିଇପାରିବେ । ଏଥିରେ ଚା’ ପ୍ରସ୍ତୁତ କରିବା ଅତି ସରଳ । ଚା’ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ପାଣି ଗରମ କରନ୍ତୁ । ଏବେ ସେଥିରେ ଏକ ଚାମଚ ପାନମଧୁରୀ ଏବଂ ଅଧା ଚାମଚ ଗୁଡ ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ । ତା’ପରେ ଏହାକୁ ଛାଣି ସେବନ କରନ୍ତୁ । ଏହି ଚା’ ଆପଣଙ୍କ ପାଚନ କ୍ରିୟା ସଠିକ୍ କରିବା ସହ ଶରୀରର ଯନ୍ତ୍ରଣା ଏବଂ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button